Amarnath Yatra 2024: ଅମରନାଥଙ୍କ କାହାଣୀ ଶୁଣିଥିବା ପାରା ରହସ୍ୟ କ'ଣ? ଏବେ ବି ମିଳୁଛି ଦର୍ଶନ !
Advertisement
Article Detail0/zeeodisha/odisha2236993

Amarnath Yatra 2024: ଅମରନାଥଙ୍କ କାହାଣୀ ଶୁଣିଥିବା ପାରା ରହସ୍ୟ କ'ଣ? ଏବେ ବି ମିଳୁଛି ଦର୍ଶନ !

Amarnath Katha: ବାବା ଅମରନାଥଙ୍କ ବିଷୟରେ ଆଲୋଚନା କରାଗଲେ ଯୁଗଳ ପାରାଙ୍କ କଥା ନିଶ୍ଚେ ଚର୍ଚ୍ଚା ହୁଏ । ଆପଣ ଜାଣନ୍ତି କି ଯୋଡି ପାରା କାହିଁକି ସବୁବେଳେ ଗୁମ୍ଫାରେ ବସିଥାନ୍ତି ? ଆସନ୍ତୁ ଏହାର ପୈରାଣିକ କଥା ଜାଣିବା ।

Amarnath Yatra 2024: ଅମରନାଥଙ୍କ କାହାଣୀ ଶୁଣିଥିବା ପାରା ରହସ୍ୟ କ'ଣ? ଏବେ ବି ମିଳୁଛି ଦର୍ଶନ !

Story of Pigeons in Amarnath: ପ୍ରତିବର୍ଷ ବାବା ଅମରନାଥଙ୍କ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଅମରନାଥ ଧାମରେ ପହଞ୍ଚିଥାନ୍ତି । ଏହି ଯାତ୍ରା ସବୁଠାରୁ କଷ୍ଟକର ଯାତ୍ରା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଇଥାଏ। ଅମରନାଥ ଗୁମ୍ଫା ମଧ୍ୟରେ ବରଫର ଏକ ଶିବଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହା ମଧ୍ୟ କୁହାଯାଏ ଯେ, ଏହି ଗୁମ୍ଫାରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମର ହେବାର କାହାଣୀ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ପ୍ରତିବର୍ଷ ଅମରନାଥ ଯାତ୍ରା ଜୁନରୁ ଜୁଲାଇ ମାସ ମଧ୍ୟରେ ଆରମ୍ଭ ହୋଇଥାଏ । ଚଳିତଥର ଅମରନାଥ ଯାତ୍ରା ୨୯ ଜୁନରୁ ଆରମ୍ଭ ହେବାକୁ ଯାଉଛି ।

କାହିଁକି ଯୁଗଳ ପାରା ଗୁମ୍ଫା ନିକଟରେ ବସିଥାଏ?
ଯେତେବେଳେ ଅମରନାଥ ଯାତ୍ରା ବିଷୟରେ ଆଲୋଚନା ହୁଏ ସେତେବେଳେ ଯୁଗଳ ପାରା ସମ୍ପର୍କରେ ସବୁବେଳେ ଉଲ୍ଲେଖ କରାଯାଇଥାଏ । ଆପଣ ଜାଣନ୍ତି କି ଏହି ଯୁଗଳ ପାରା ସବୁବେଳେ ଗୁମ୍ଫା ନିକଟରେ କାହିଁକି ବସିଥାନ୍ତି ? ଆସନ୍ତୁ ଆଜି ଏହାର ପୈରାଣିକ କାହାଣୀ ସମ୍ପର୍କରେ ଜାଣିବା ।

ପୁରାଣ ତଥ୍ୟ ଅନୁଯାୟୀ ମାତା ପାର୍ବତୀ ଭଗବାନ ଶିବଙ୍କୁ ଅମରତାର ରହସ୍ୟ ବିଷୟରେ ପଚାରିଥିଲେ। ଭୋଲେନାଥ ଦୀର୍ଘ ଦିନ ଧରି ମାତା ପାର୍ବତୀଙ୍କଠାରୁ ଏହି ରହସ୍ୟ ଲୁଚାଇରଖିଥିଲେ। ଯେତେବେଳେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମରତ୍ୱ ରହସ୍ୟ କହିବାକୁ ଭାବିଲେ ସେତେବେଳେ ସେ ମାତା ପାର୍ବତୀଙ୍କୁ ହିମାଳୟର ଏହି ଗୁମ୍ଫା ନିକଟକୁ ଆଣିଥିଲେ । ଭଗବାନ ଶିବ ମାତାଙ୍କୁ ଗୁମ୍ଫା ଭିତରକୁ ନେଇଯିବାର କାରଣ ଏହା ଥିଲା ଯେ, ତାଙ୍କର ରହସ୍ୟ ଅନ୍ୟ କେହି ଶୁଣି ପାରିବେ ନାହିଁ । ଏହାର କାରଣ ଏହା ଯେ. ଯିଏ ଏହି କାହାଣୀ ଶୁଣେ ସେ ଅମର ହୋଇଯାଏ ।

ପୁରାଣ ଅନୁଯାୟୀ ଭଗବାନ ଶିବ ନିଜ ବାହନ ନନ୍ଦୀଙ୍କୁ ପହଲଗାମରେ ଛାଡିଥିଲେ । ଚନ୍ଦନବାଡିରେ ଚନ୍ଦ୍ରଙ୍କୁ, ପଞ୍ଚତରଣୀରେ ଗଙ୍ଗାଙ୍କୁ ଏବଂ ଶେଶନାଗରେ କାନ୍ତଭୃଷ୍ଣ ସାପ ଛାଡିଥିଲେ। ଏଥିସହ ଶେଶନାଗ ପରେ ପୁତ୍ର ଗଣେଶଙ୍କୁ ମଧ୍ୟ ଏକ ସ୍ଥାନରେ ଛାଡିଥିଲେ । ଏହିପରି, ଭଗବାନ ଶିବ ତାଙ୍କର ପାଞ୍ଚଟି ଉପାଦାନକୁ ପୃଥକ କରି ମାତା ପାର୍ବତୀଙ୍କୁ ଅମରତାର କାହାଣୀ କହିଥିଲେ।

ପାରା ଶୁଣିଥିଲେ କାହାଣୀ
ଯେତେବେଳେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମରତ୍ୱର କାହାଣୀ ସମ୍ପର୍କରେ ବର୍ଣ୍ଣନା କରୁଥିଲେ ସେତେବେଳେ ସେ ଶୋଇ ପଡ଼ିଲେ । କିନ୍ତୁ ଭଗବାନ ଶିବ ଏ ବିଷୟରେ ଜାଣି ନଥିଲେ । ସେହି ସମୟରେ ମହାଦେବ ଗୁମ୍ଫା ମଧ୍ୟରେ କିଛି ଶବ୍ଦ ଶୁଣିଥିଲେ । ପ୍ରଭୁ ଦେଖିଲେ ଯେ, ଦୁଇଟି ପାରା କାହାଣୀ ଶୁଣୁଛନ୍ତି । ଏହା ଦେଖି ଭୋଲେନାଥ କ୍ରୋଧିତ ହୋଇ ତାଙ୍କୁ ମାରିବାକୁ ଲାଗିଲେ । ପାରା ଭୋଲେନାଥଙ୍କୁ କହିଥିଲେ ଯେ, ଯଦି ଆପଣ ଆମକୁ ହତ୍ୟା କରନ୍ତି ତେବେ ଅମରତାର କାହାଣୀ ମିଥ୍ୟା ହୋଇଯିବ । ଏହା ପରେ ଭଗବାନ ଶିବ ପାରା ଯୋଡିଙ୍କୁ ମୁକ୍ତ କରିଥିଲେ । ତା’ପରେ ଭଗବାନ ଶିବ ବର ପ୍ରଦାନ କରି କହିଥିଲେ ଯେ, ଦୁଇ ପାରା ଏହି ସ୍ଥାନରେ ରହିବ । ଶିବ ଏବଂ ପାର୍ବତୀଙ୍କ ପ୍ରତୀକ ଭାବେ ବିବେଚନା କରାଯିବ ।

ଆପଣଙ୍କୁ କହିରଖୁଛୁ ଯେ, ଅମରନାଥ ଧାମରେ ଅମ୍ଳଜାନ ସ୍ତର ଖୁବ କମ୍ ଅଟେ । କିନ୍ତୁ ତଥାପି ସେଠାରେ ପାରା ବାସ କରୁଥିବା ଦେଖିବାକୁ ମିଳେ । ଯଦି ବାବା ଅମରନାଥଙ୍କ ଦର୍ଶନ ସମୟରେ ଦୁଇ ପାରାଙ୍କର ଦର୍ଶନ ମିଳିଯାଏ ତେବେ ତାହାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- କାଳବୈଶାଖୀ ବଦଳାଇଲା ହେଲିକପ୍ଟର ଦିଗ, ରାଜଧାନୀ ବଦଳରେ ଝାରସୁଗୁଡାରେ ଓହ୍ଲାଇଲେ ନବୀନ

Also Read- Budh Shukra Yuti 2024: ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ୫ ରାଶିକୁ ବଡ଼ ପ୍ରଭାବ