Ketu Gochar 2024: କନ୍ୟା ରାଶିରେ ବର୍ଷେ ରହିବେ କେତୁ, ପ୍ରଭାବରେ ୩ ରାଶିକୁ ଆର୍ଥିକ ଲାଭ
Advertisement
Article Detail0/zeeodisha/odisha2105546

Ketu Gochar 2024: କନ୍ୟା ରାଶିରେ ବର୍ଷେ ରହିବେ କେତୁ, ପ୍ରଭାବରେ ୩ ରାଶିକୁ ଆର୍ଥିକ ଲାଭ

Ketu Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୦୨୪ ମସିହାରେ କେତୁ ଗ୍ରହ ଏହାର କୌଣସି ଗତିବିଧି ପରିବର୍ତ୍ତନ କରିବ ନାହିଁ । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଖୁବ୍ ଲାଭଦାୟକ ହେବ ।

Ketu Gochar 2024: କନ୍ୟା ରାଶିରେ ବର୍ଷେ ରହିବେ କେତୁ, ପ୍ରଭାବରେ ୩ ରାଶିକୁ ଆର୍ଥିକ ଲାଭ

Ketu transit 2024 Effects: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ଚଳନ ଦୃଷ୍ଟିରୁ ଏହି ବର୍ଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। କାରଣ ଚଳିତ ବର୍ଷ ଅନେକ ଗ୍ରହ ସେମାନଙ୍କର ଗତିବିଧିରେ ପରିବର୍ତ୍ତନ କରୁଛନ୍ତି । ଗ୍ରହ ଚଳନ ପ୍ରଭାବରେ କିଛି ରାଶି ନକ୍ଷତ୍ରର ବ୍ୟକ୍ତିବିଶେଷଙ୍କ ଜୀବନେରେ ପ୍ରଭାବ ଦେଖିବାକୁ ମିଳିବ ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଚଳିତ ବର୍ଷ କେତୁ ନିଜର ଗତିବିଧି ପରିବର୍ତ୍ତନ କରୁନାହାନ୍ତି । ୨୦୨୪ ମସିହାରେ କେତୁ କନ୍ୟାରେ ଅବସ୍ଥାନ କରିବେ । କେତୁ ଗତ ବର୍ଷ ଅର୍ଥାତ ୨୦୨୩ ଅକ୍ଟୋବର ୩୦ରେ ଯାହା ସ୍ଥିତି ବଦଳାଇଥିଲେ । ଜ୍ୟୋତିଷଙ୍କ ଅନୁଯାୟୀ, କେତୁଙ୍କର ଏହି ପ୍ରତ୍ୟାବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କୁ ସକରାତ୍ମକ ଫଳ ଦେବ । କନ୍ୟାରେ ଚଳନ ସମୟରେ କେଉଁ ସବୁ ରାଶିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

କର୍କଟ
କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କେତୁଙ୍କ ପ୍ରଭାବ ଶୁଭ ହେବାକୁ ଯାଉଛି। ଆପଣ ନୂତନ କାର୍ଯ୍ୟରେ ସଫଳତା ହାସଲ କରିବେ । ଘରେ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜବୁତ ରହିବ । ବିଦେଶରେ ପଢିବାକୁ ଚାହୁଁଥିବା ବିଦ୍ୟାର୍ଥୀଙ୍କର ଇଚ୍ଛା ପୂରଣ ହୋଇପାରେ । ବ୍ୟବସାୟୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ତଥା ଲାଭଦାୟକ ବୋଲି ପ୍ରମାଣିତ ହେବ ।

ମେଷ
ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ । କିନ୍ତୁ ଖର୍ଚ୍ଚ କରିବା ସମୟରେ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ ।

ବିଛା
କେତୁଙ୍କ ଚଳନ ବିଛା ରାଶି ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ସମୟରେ ବ୍ୟକ୍ତି ବ୍ୟବସାୟରେ ଏକ ବଡ ଡିଲ୍ କରିବାର ସୁଯୋଗ ପାଇବେ । ସମସ୍ତ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ସୁଦୃଢ ହେବ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Indian Coast Guard Recruitment 2024: କୋଷ୍ଟଗାର୍ଡରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା ଓ ଦରମା

Also Read- Surya Gochar 2024: ବର୍ଷେ ପରେ କୁମ୍ଭରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ୪ଟି ରାଶିକୁ ଅଧିକ ଲାଭ !