Shani Gochar 2024: ସାବଧାନ ..! ଶନିଙ୍କ ଚଳନରୁ ପ୍ରଭାବିତ ହେବ ଏହି ରାଶି...
Advertisement
Article Detail0/zeeodisha/odisha2110651

Shani Gochar 2024: ସାବଧାନ ..! ଶନିଙ୍କ ଚଳନରୁ ପ୍ରଭାବିତ ହେବ ଏହି ରାଶି...

Shani Transit 2024: ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟବାନ ହେବା ନିହାତି ଆବଶ୍ୟକ । କିନ୍ତୁ ୨୦୨୪ ରେ ଶନିଙ୍କ ଗତିବିଧିରେ ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିଙ୍କର ସ୍ୱାସ୍ତ୍ୟ ସମସ୍ୟା ଦେଖାଦେଇପାରେ ।

Shani Gochar 2024: ସାବଧାନ ..! ଶନିଙ୍କ ଚଳନରୁ ପ୍ରଭାବିତ ହେବ ଏହି ରାଶି...

Shani Transit 2024: ସମସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବା ନିହାତି ଆବଶ୍ୟକ । ତେବେ ଜ୍ୟୋତିଷଙ୍କ ଅନୁଯାୟୀ ପ୍ରତ୍ୟେକ ଗ୍ରହ ବିଭିନ୍ନ ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାନ୍ତି । ଆଜି ଆପଣଙ୍କୁ ଜଣାଇବୁ ୨୦୨୪ରେ ଶନିଙ୍କ ଚଳନ ଦ୍ୱାରା କେଉଁ ରାଶିର ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟରେ ପ୍ରଭାବ ପଡିପାରେ ।

ମେଷ
ଶନିଙ୍କ ଚଳନ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଶନିଙ୍କ ଚଳନ ପ୍ରଭାବରେ ବ୍ୟକ୍ତି ଅଳସୁଆ ହୋଇପାରନ୍ତି । ଏଥିସହ ମୁଣ୍ଡବିନ୍ଧା ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ ନିଜର ଯତ୍ନ ସଠିକ୍ ଭାବରେ ନେବା ଆବଶ୍ୟକ । ଯୋଗ କରିବା ଏବଂ ନିୟମିତ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ସଠିକ୍ ରହିବ । ଏଥିସହ ଖାଦ୍ୟପେୟରେ ମଧ୍ୟ ଧ୍ୟାନ ଦେବା ଉଚିତ୍ ।
ପ୍ରତିକାର: ପ୍ରତିଦିନ ହନୁମାନ ଚଲିସା ପାଠ କରନ୍ତୁ

କର୍କଟ
କର୍କଟ ରାଶିର ବ୍ୟକ୍ତିମାନେ ନିଜର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । କାରଣ ଶନିଙ୍କ ଚଳନ ପ୍ରଭାବରୁ ଆପଣଙ୍କ ପାଦରେ ଯନ୍ତ୍ରଣା କିମ୍ବା ସ୍ନାୟୁ ଜନିତ ସମସ୍ୟା ସୃଷ୍ଟି କରିପାରେ । ଏଥିସହ ଥଣ୍ଡା ଜନିତ ସମସ୍ୟାର ଶିକାର ହୋଇପାରନ୍ତି । ତେଣୁ ଏହି ସମୟରେ ଆପଣ ଦେଖିଚାହିଁ ଚଳନ୍ତୁ । ନଚେତ୍ ଆପଣ ଗୁରୁତର ଅସୁସ୍ଥ ହୋଇପାରନ୍ତି ।
ପ୍ରତିକାର: ପଶୁ ପକ୍ଷୀଙ୍କୁ ଖାଦ୍ୟ ଦିଅନ୍ତୁ ।

ବିଛା
ଚତୁର୍ଥ ଘରେ ଶନିଙ୍କ ରହିବା କାରଣରୁ ଏହି ରାଶିର ଲୋକଙ୍କର ଗୋଡ ଏବଂ ପିଠି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇପାରେ । ଏହି ସମୟ ମଧ୍ୟରେ ଏହି ରାଶି କ୍ଷେତ୍ରରେ ସୁଖ କମିପାରେ । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିହାତି ଆବଶ୍ୟକ । ମଦ୍ୟପାନ ଏବଂ ଖରାପ ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ । ଘରେ ରନ୍ଧା ଖାଦ୍ୟ ଖାଇବା ଉଚିତ ।
ପ୍ରତିକାର: ଶନିବାର ଦିନ ଶନି ମନ୍ଦିରରେ ଦର୍ଶନ କରିବା ସହ ଦୀପ ଜାଳନ୍ତୁ ।

ମକର
ଶନିଙ୍କ ଚଳନ ପ୍ରଭାବରୁ ଆଖି ଏବଂ ଦାନ୍ତ ଜନିତ ସମସ୍ୟା ଦେଖାଦେଇପାରେ । ତେଣୁ ଏହିର ବ୍ୟକ୍ତିବିଶେଷମାନେ ଆଖି ଏବଂ ଦାନ୍ତର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ । ଏଥିସହ ତମାଖୁ ଜନିତ ଦ୍ରବ୍ୟରୁ ନିଜକୁ ଦୂରେଇ ରଖନ୍ତୁ । 
ପ୍ରତିକାର: ପ୍ରତି ଶନିବାର ଦିନ ଶନି ସ୍ତୋତ୍ର ପାଠ କରନ୍ତୁ ।

କୁମ୍ଭ
ଶନି ଏହି ରାଶିର ପ୍ରଥମ ଘରେ ଅବସ୍ଥାନ କରୁଛନ୍ତି । ତେଣୁ ଏହାର ପ୍ରଭାବ କାରଣରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ଆପଣ ପୂର୍ବାପେକ୍ଷା ଅଳସୁଆ ଅନୁଭବ କରିପାରନ୍ତି । ଶନିଙ୍କ ଚଳନ କାରଣରୁ ଆଖି ଏବଂ ଦାନ୍ତରେ ଯନ୍ତ୍ରଣା ମଧ୍ୟ ଦେଖାଦେଇପାରେ । ମେ ମାସ ପରେ ସ୍ୱାସ୍ଥ୍ୟ ଖରାପ ହେବାର ଅଧିକ ସମ୍ଭାବନା ରହିଛି । ବିଶେଷ କରି ଗୋଡରେ ଯନ୍ତ୍ରଣା ଦେଖାଦେଇପାରେ । ସ୍ୱାସ୍ଥ୍ୟ ଜନିତ କାରଣ ପାଇଁ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି ।
ପ୍ରତିକାର: ଶନିଙ୍କ ମନ୍ତ୍ର ଜପ କରନ୍ତୁ

ମୀନ
ଦ୍ୱାଦଶ ଘରେ ଶନି ଚଳନ କରିବା କାରଣରୁ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଶନିଙ୍କ ଚଳନରୁ ଆପଣଙ୍କ କ୍ଷେତ୍ରରେ ନିଦ୍ରାର ଅଭାବ ସୃଷ୍ଟି ହୋଇପାରେ। ସାମାନ୍ୟ ଆଘାତ କାରଣରୁ ଆପଣ ଅସୁବିଧାରେ ପଡିପାରନ୍ତି । ଡାକ୍ତରଙ୍କ ପରାମର୍ଶ କରିପାରନ୍ତି ।
ପ୍ରତିକାର: ଫୁଲ ଗଛ ନିକଟରେ ସୋରିଷ ତେଲର ଦୀପ ଜାଳନ୍ତୁ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Mangal Gochar 2024: ଗ୍ରହ ସେନାପତି ମଙ୍ଗଳଙ୍କ ପ୍ରଭାବ, ୩ଟି ରାଶିକୁ ମିଳିବ ଧନ !

Also Read- ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର