Shani Gochar 2024: ୫ଟି ରାଶି ଉପରେ ଶନିଙ୍କ କୋପ, ଭୁଲରେ ନିଅନ୍ତୁନି ଏହି ନିଷ୍ପତ୍ତି
Advertisement
Article Detail0/zeeodisha/odisha2190103

Shani Gochar 2024: ୫ଟି ରାଶି ଉପରେ ଶନିଙ୍କ କୋପ, ଭୁଲରେ ନିଅନ୍ତୁନି ଏହି ନିଷ୍ପତ୍ତି

Shani Nakshatra Gochar 2024: ଶନି ମୂଳତ୍ରିକୋଣ ତଥା କୁମ୍ଭ ରାଶିରେ ଗମନାଗମନ କରୁଥିବା ସମୟରେ ଆଗକୁ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସୂର୍ଯ୍ୟ ପରାଗ ୨ ଦିନ ପୂର୍ବରୁ ଶନି ପୁରଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ ।

Shani Gochar 2024: ୫ଟି ରାଶି ଉପରେ ଶନିଙ୍କ କୋପ, ଭୁଲରେ ନିଅନ୍ତୁନି ଏହି ନିଷ୍ପତ୍ତି

Saturn Enters in Purva Bhadrapada Nakshatra: ଶନି ପୂର୍ବାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ । ଏହି ଚଳନ ଏପ୍ରିଲ ୬ ତାରିଖ ଅପରାହ୍ନ ୩ଟା୫୫ ସମୟରେ ହେବ । ଏହା ପରେ ଅକ୍ଟୋବର ୩, ୨୦୨୪ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ଅବସ୍ଥାନ କରିବେ । ସୂର୍ଯ୍ୟ ପରାଗ ପୂର୍ବରୁ ଏବଂ ନୂତନ ବର୍ଷର ଆରମ୍ଭ ପୂର୍ବରୁ ଏହି ନକ୍ଷତ୍ରରେ ଶନିଙ୍କ ଆଗମନ ଶୁଭ ସଙ୍କେତ ନୁହେଁ । ଯେତେବେଳେ ଶନି ପୂର୍ବାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରନ୍ତି, ସେତେବେଳେ ଲୋକଙ୍କୁ ଅର୍ଥ ଅଭାବ ତଥା ଆର୍ଥିକ ପ୍ରସଙ୍ଗରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆହୁରି ମଧ୍ୟ ଜୀବନରେ ପ୍ରେମର ଅଭାବ ସହ ବ୍ୟକ୍ତିଗତ ସମ୍ପର୍କରେ ମଧ୍ୟ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ଯେ, ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କାରଣରୁ କେଉଁ କେଉଁ ରାଶିର ଲୋକେ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି ।

କର୍କଟ ରାଶି : ଶନି ନକ୍ଷତ୍ରର ପରିବର୍ତ୍ତନ ହେତୁ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନିରାଶ ହୋଇପାରନ୍ତି । ଜୀବନରେ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇପାରେ । ଆପଣଙ୍କ ଉପରେ ଶନିଙ୍କ ପ୍ରଭାବ ପ୍ରଭାବ ଆହୁରି ବଢିପାରେ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ବଢିପାରେ । ଆର୍ଥିକ କ୍ଷେତ୍ରରେ ହଠାତ୍ ଅଭାବର ସମ୍ମୁଖୀନ ହୋଇପାରନ୍ତି ।

ବିଛା ରାଶି: ଶନିଙ୍କ ଚଳନ କାରଣରୁ ଘରେ ସମ୍ପର୍କ ମଧ୍ୟ ଖରାପ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିପାରେ ବୋଲି ବିବେଚନା କରାଯାଉଛି । କଠିନ ପରିଶ୍ରମ ପରେ ମଧ୍ୟ ବହୁତ କଷ୍ଟରେ ସଫଳତା ପାଇବେ । ଜମି ସମ୍ବନ୍ଧୀୟ କୌଣସି କାରବାର କର୍ନତୁ ନାହିଁ ।

ଧନୁ ରାଶି:  ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିପାରେ । ପ୍ରତ୍ୟେକ କାର୍ଯ୍ୟ ଶେଷ କରିବାକୁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଭାଇଭଉଣୀଙ୍କ ସହିତ ଆପଣଙ୍କର ସମ୍ପର୍କ ପ୍ରଭାବିତ ହୋଇପାରେ । ଦୁର୍ଘଟଣାର ଆଶଙ୍କା ଥିବାରୁ ଦୂରଯାତ୍ରା କରନ୍ତୁ ନାହିଁ । ଅତି ସତର୍କତାର ସହିତ ଗାଡି ଚାଳନା କରନ୍ତୁ । ଅଫିସରେ ଥିବା ସମସ୍ତ ପ୍ରକାର ବିବାଦରୁ ନିଜକୁ ଦୂରେଇ ରଖନ୍ତୁ ।

କୁମ୍ଭ ରାଶି: ଶନି ନକ୍ଷତ୍ର ପରିବର୍ତ୍ତନ କାରଣରୁ ସ୍ୱାସ୍ଥ୍ୟ ସମସ୍ୟାରେ ପଡିପାରନ୍ତି । ଏହି ସମୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ନୁହେଁ । କୌଣସି କାରଣକୁ ନେଇ ଆପଣଙ୍କର ମାନସିକ ଚାପଗ୍ରସ୍ତ ହୋଇପାରନ୍ତି । ବ୍ୟବସାୟରେ ଆର୍ଥିକ କ୍ଷତିର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଅନେକ ପ୍ରକାରର ଆହ୍ୱାନର ସାମ୍ନା କରିବେ ।  ଟଙ୍କା ନେଣଦେଣ ପ୍ରସଙ୍ଗରେ କାହାକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ଆପଣଙ୍କ ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି ।

ମୀନ ରାଶି: ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ପରେ ଆପଣ ଅନେକ ଆହ୍ୱାନର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ଜୀବନରେ ଚାପ ବଢିପାରେ । ନୂତନ ବ୍ୟବସାୟ ଆରମ୍ଭ କରିବାଠାରୁ ଦୂରରେ ରୁହନ୍ତୁ । ନଚେତ ଆପଣ ବଡ ଧରଣର କ୍ଷତି ସହିପାରନ୍ତି । ଦୂରଯାତ୍ରାରେ କୌଣସି ସୁଫଳ ମିଳିବ ନାହିଁ । ଆପଣଙ୍କର ଏକାଗ୍ରତା ବିଚଳିତ ହୋଇପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।

Also Read- Shukra Gochar 2024: ୩ ସପ୍ତାହ ପର୍ଯ୍ୟନ୍ତ ଏହି ୫ ରାଶିର ବ୍ୟକ୍ତି ହେବେ ମାଲେମାଲ !