Entertainment News: ପୁଣି ଥରେ ଲୁହରେ ଭିଜିଲା କଳାଜଗତ, ଚାଲିଗଲେ ଏହି ପ୍ରଖ୍ୟାତ ନିର୍ଦ୍ଦେଶକ; Yash Raj Films ସହିତ ଥିଲା ନିବିଡ଼ ସମ୍ପର୍କ
Advertisement
Article Detail0/zeeodisha/odisha2239232

Entertainment News: ପୁଣି ଥରେ ଲୁହରେ ଭିଜିଲା କଳାଜଗତ, ଚାଲିଗଲେ ଏହି ପ୍ରଖ୍ୟାତ ନିର୍ଦ୍ଦେଶକ; Yash Raj Films ସହିତ ଥିଲା ନିବିଡ଼ ସମ୍ପର୍କ

ସେ ୟଶ ଚୋପ୍ରାଙ୍କ ସହକାରୀ ଭାବରେ କାର୍ଯ୍ୟ କରୁଥିବାବେଳେ ଏକାଦଶ ଶ୍ରେଣୀରେ ପଢୁଥିବା ୧୭ ବର୍ଷ ବୟସ୍କା ଶିଳ୍ପାଙ୍କୁ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ସୁଯୋଗ ଦେଇଥିଲେ। 

Entertainment News: ପୁଣି ଥରେ ଲୁହରେ ଭିଜିଲା କଳାଜଗତ, ଚାଲିଗଲେ ଏହି ପ୍ରଖ୍ୟାତ ନିର୍ଦ୍ଦେଶକ; Yash Raj Films ସହିତ ଥିଲା ନିବିଡ଼ ସମ୍ପର୍କ

Entertainment News:ନୂଆଦିଲ୍ଲୀ: ସିନେ ଜଗତକୁ ଆଉ ଏକ ବଡ଼ ଝଟକା ଲାଗିଛି। ବର୍ତ୍ତମାନ ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏହି ନିର୍ଦ୍ଦେଶକ ‘ୟଶ ରାଜ ଫିଲ୍ମସ୍’ ବ୍ୟାନରରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ସେ ନିଜ କ୍ୟାରିୟରରେ ଅନେକ ହିଟ୍ ସିନେମା ଦେଇଥିଲେ। ଏବେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପିଡ଼ୀତ ଥିବା ଏହି ନିର୍ଦ୍ଦେଶକ ଜଣକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ଏହି ନିର୍ଦ୍ଦେଶକଙ୍କ ନାଁ ହେଉଛି ଦିଲୀପ ନାୟକ। 

ଏଠାରେ କହି ରଖୁକି ପୁନେସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲୀପ ନାୟକ ନାଖୁଦା ସିନେମାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ସହିତ ଦିଲୀପ ପ୍ରଖ୍ୟାତ ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ସହିତ ଅନେକ ସିନେମାରେ କାର୍ଯ୍ୟ କରିଥିଲେ। ସେ ଦାଗ, କଭିକଭି, ଦୁସରା ଆଦମୀ ଭଳି ଅନେକ ବଡ଼ ସିନେମାରେ ମଧ୍ୟ କାମ କରିସାରିଛନ୍ତି। 

ୟଶ ଚୋପ୍ରାଙ୍କର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଥିଲେ
ଏଥି ସହିତ ଯେତେବେଳେ ସେ ନିଜେ ନିର୍ଦ୍ଦେଶକ ଭାବରେ ସିନେ ଜଗତରେ ପାଦ ଥାପିଥିଲେ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ 'ନାଖୁଦା'ରେ ସେ ରାଜ କିରଣ, କୁଲଭୂଷଣ ଖରବଣ୍ଡା, ମଦନ ପୁରୀ, ସ୍ୱରୂପ ସମ୍ପତ ଏବଂ ଭାରତ କପୁର ଭଳି ଅଭିନେତା ଅଭିନୟ କରିଥିଲେ। ଏହା ପରେ ସେ ଶଶି କପୁର ଏବଂ ରାଜ ବାବରଙ୍କ ଫିଲ୍ମ 'ଜାୟାଦ' ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଦିଲୀପ ନାୟକ ଗୋବର୍ଦ୍ଧନ ଆସ୍ରାନୀ, ବିକ୍ରମ ଗୋଖଲେ ଏବଂ ବୀଣା ବାନାର୍ଜୀଙ୍କ ଫିଲ୍ମ 'ନାରଦ ବିବାହ'ର ନିର୍ଦ୍ଦେଶକ ମଧ୍ୟ ଥିଲେ।

ଶିଳ୍ପା ସେଟ୍ଟୀଙ୍କୁ ଦେଇଥିଲେ ପ୍ରଥମ ସୁଯୋଗ
ଦିଲୀପ ନାୟକ ହିଁ ଶିଳ୍ପା ଶେଟ୍ଟୀଙ୍କୁ ଏହି ଇଣ୍ଡଷ୍ଟ୍ରିରେ ଏକ ସୁଯୋଗ ଦେଇଥିଲେ। ସେ ୟଶ ଚୋପ୍ରାଙ୍କ ସହକାରୀ ଭାବରେ କାର୍ଯ୍ୟ କରୁଥିବାବେଳେ ଏକାଦଶ ଶ୍ରେଣୀରେ ପଢୁଥିବା ୧୭ ବର୍ଷ ବୟସ୍କା ଶିଳ୍ପାଙ୍କୁ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ସୁଯୋଗ ଦେଇଥିଲେ। କେବଳ ଏତିକି ନୁହେଁ ଯେତେବେଳେ ଶିଳ୍ପା ତାଙ୍କୁ କହିଥିଲେ ଯେ ତାଙ୍କ ପିତା ତାଙ୍କୁ ଫିଲ୍ମରେ ପ୍ରବେଶ କରିବାକୁ ଚାହୁଁନାହାଁନ୍ତି, ଦିଲୀପ ତାଙ୍କ ଘରକୁ ଯାଇ ଅଭିନେତ୍ରୀଙ୍କ ପିତାଙ୍କୁ ମଧ୍ୟ ବୁଝାଇବାରେ ସଫଳ ହୋଇଥିଲେ। କିନ୍ତୁ ଏହି ସିନେମାଟି କେବେ ବଡ଼ ପରଦାକୁ ଆସିପାରିନଥିଲା।