Bollywood: ନିଜ ଝିଅ ବିଷୟରେ ବଡ ଖୁଲାସା କଲେ କାଜୋଲ ,କହିଲେ Nysaର ଅଛନ୍ତି ବହୁତ...
Advertisement
Article Detail0/zeeodisha/odisha1474841

Bollywood: ନିଜ ଝିଅ ବିଷୟରେ ବଡ ଖୁଲାସା କଲେ କାଜୋଲ ,କହିଲେ Nysaର ଅଛନ୍ତି ବହୁତ...

Bollywood: ବଲିଉଡର ମୋଷ୍ଟ ପାଓ୍ବାରଫୁଲ ଦମ୍ପତି ହେଉଛନ୍ତି ଅଜୟ ଦେବଗନ୍ ଏବଂ କାଜୋଲ। ରିଲ ଲାଇଫରେ ଏମାନଙ୍କ କେମେଷ୍ଟ୍ରି ଯେତିକ ସୁନ୍ଦର ରିୟଲ ଲାଇଫରେ ମଧ୍ୟ ସେମିତି ମଜବୁତ । ଅଜୟ ଏବଂ କାଜୋଲଙ୍କ ଲାଡଲି ହେଉଛନ୍ତି ନାଇସା ଦେବଗାନ୍ (Nysa Devgn) । ସେ ହୁଏତ ଫିଲ୍ମରେ ଡେବ୍ୟୁ କରିନାହାଁନ୍ତି, କିନ୍ତୁ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଯେଉଁମାନେ ତାଙ୍କୁ ଭଲ ପାଆନ୍ତି।

Bollywood: ନିଜ ଝିଅ ବିଷୟରେ ବଡ ଖୁଲାସା କଲେ କାଜୋଲ ,କହିଲେ Nysaର ଅଛନ୍ତି ବହୁତ...

Bollywood: ବଲିଉଡର ମୋଷ୍ଟ ପାଓ୍ବାରଫୁଲ ଦମ୍ପତି ହେଉଛନ୍ତି ଅଜୟ ଦେବଗନ୍ ଏବଂ କାଜୋଲ। ରିଲ ଲାଇଫରେ ଏମାନଙ୍କ କେମେଷ୍ଟ୍ରି ଯେତିକ ସୁନ୍ଦର ରିୟଲ ଲାଇଫରେ ମଧ୍ୟ ସେମିତି ମଜବୁତ । ଅଜୟ ଏବଂ କାଜୋଲଙ୍କ ଲାଡଲି ହେଉଛନ୍ତି ନାଇସା ଦେବଗାନ୍ (Nysa Devgn) । ସେ ହୁଏତ ଫିଲ୍ମରେ ଡେବ୍ୟୁ କରିନାହାଁନ୍ତି, କିନ୍ତୁ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଯେଉଁମାନେ ତାଙ୍କୁ ଭଲ ପାଆନ୍ତି। ନିକଟରେ କାଜୋଲ ତାଙ୍କ ଝିଅର ଲୋକପ୍ରିୟତା ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ନିକଟରେ କାଜୋଲ ଏକ ସାକ୍ଷାତକାର ଦେବା ସମୟରେ କହିଥିଲେ ଯେ, 'ତାଙ୍କ  ଝିଅର ପ୍ରଶଂସକମାନେ ସାରା ବିଶ୍ୱରେ ଅଛନ୍ତି। 

ଏହାସହ କାଜୋଲ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସମୟରେ କୈଣସି ସୋସିଆଲ ମିଡିଆ ନ ଥିଲା।  ଆଜିର ପିଲାମାନଙ୍କ ତୁଳନାରେ ଆମ ଜୀବନ ବହୁତ ସହଜ ଥିଲା । ଲୋକମାନେ ଜାଣିଥିଲେ ଯେ ମୁଁ ଅଭିନେତ୍ରୀ ତନୁଜାଙ୍କ ଝିଅ କିନ୍ତୁ ଜିନିଷ ଗୁଡିକ ସେପରି ନିଆଯାଇନଥିଲା । ନୟାସା ସିଙ୍ଗାପୁରରେ ପାଠ ପଢେ। ଅନେକ ଥର  ହୁଏ ଯେ, ସେ ଯେତେବେଳେ ସେ ବସରେ ଯାତ୍ରା କରୁଥିଲେ, ଲୋକମାନେ ତାର ଅଟୋଗ୍ରାଫ୍ ନେଇଥିଲେ । ଏ କଥା ମୁଁ ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଛି ଯେ, ତାର ପ୍ରଶଂସକମାନେ ସମଗ୍ର ବିଶ୍ୱରେ ଅଛନ୍ତି। ବଲିଉଡକୁ ଆସିବା ପୂର୍ବରୁ ମୋତେ କେହି ଜାଣି ନଥିଲେ । ମୁଁ ସହଜରେ ଯେ କୈଣସି ସ୍ଥାନକୁ ଯାଇପାରେ ଏବଂ ବୁଲାବୁଲି କରିପାରେ ।  ବିଦେଶୀମାନେ ମୋତେ ଜାଣି ନଥିଲେ, କିନ୍ତୁ ନୟାସା ଯେଉଁଆଡେ ଯାଏ, ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୁଏ ।' 

 ଯଦି ଆମେ କାଜୋଲଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ, ତାଙ୍କ ହାତରେ ଅନେକ ଗୁଡିଏ ବଡ ପ୍ରଜେକ୍ଟ ରହିଛି । ତାଙ୍କର ଆଗାମୀ ଫିଲ୍ମ 'ସଲାମଭେଙ୍କି' ଡିସେମ୍ବର ୯ ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ କାଜୋଲ, ବିଶାଲ ଜେଟୱା, ରାହୁଲ ବୋଷ, ରାଜୀବ ଖଣ୍ଡେଲୱାଲ, ପ୍ରକାଶ ରାଜ ଏବଂ ଆହାନା କୁମ୍ରା ପ୍ରମୁଖ ଭୂମିକାରେ ନଜର ଆସିବେ । ତେବେ, କାଜୋଲ ଏହି ଫିଲ୍ମର ପ୍ରମୋସନକୁ ନେଇ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି । ନିକଟରେ ଖବର ଆସିଥିଲା ଯେ, 'ଦି କପିଲ ଶର୍ମା' ଶୋ’ରେ ନିଜର ହସ ପାଇଁ ବେଶ୍ ଫେମସ ଅର୍ଚ୍ଚନା ପୁରନ୍ ସିଂଙ୍କ ସ୍ଥାନ କାଜୋଲ ନେବେ । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ହୋଇ ନାହିଁ। 

ଏହାବି ପଢନ୍ତୁ : Varsha Priyadarshini: ପୁଣି ଆଇନର ଜାଲରେ ବର୍ଷା, ଅନୁଭବଙ୍କ ପାଇଁ ନୁହେଁ ଏହି ମହିଳାଙ୍କ ପାଇଁ ଥାନାକୁ ଯିବେ ଅଭିନେତ୍ରୀ

ଏହାବି ପଢନ୍ତୁ : Urfi Javed Viral Video: ନିଜ ବେଡରୁମ୍ ସିକ୍ରେଟ୍ ଖୋଲିଦେଲେ ଉର୍ଫି ଜାଭେଦ, ଜାଣନ୍ତୁ କ'ଣ କହିଲେ?

ଏହାବି ପଢନ୍ତୁ : Priyanka Chopra: 'ହିରୋଙ୍କ ପାଉଣାର ମାତ୍ର ୧୦ ପ୍ରତିଶତ ଟଙ୍କା ପାଉଥିଲି'