The Family Man 3: ଆସିବ କି 'ଦ ଫ୍ୟାମିଲି ମ୍ୟାନ୍ ଥ୍ରୀ', ନିର୍ଦ୍ଦେଶକ ଦେଲେ ବଡ଼ ହିଣ୍ଟ୍
Advertisement
Article Detail0/zeeodisha/odisha2237140

The Family Man 3: ଆସିବ କି 'ଦ ଫ୍ୟାମିଲି ମ୍ୟାନ୍ ଥ୍ରୀ', ନିର୍ଦ୍ଦେଶକ ଦେଲେ ବଡ଼ ହିଣ୍ଟ୍

The Family Man 3: ପ୍ରାଇମ ଭିଡିଓ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛି । ରାଜ ଏବଂ ଡି.କେ.ଙ୍କ ଏହି ୱେବ୍ ସିରିଜର ଦ୍ୱିତୀୟ ସିଜନ୍ ଶେଷ ହେବା ପରଠାରୁ ଦର୍ଶକମାନେ ଏହାର ସିକ୍ୱେଲକୁ ଅପେକ୍ଷା କରି ରହିଛନ୍ତି । ଏଭଳି ପରିସ୍ଥିତିରେ ଦର୍ଶକଙ୍କ ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। 

The Family Man 3: ଆସିବ କି 'ଦ ଫ୍ୟାମିଲି ମ୍ୟାନ୍ ଥ୍ରୀ', ନିର୍ଦ୍ଦେଶକ ଦେଲେ ବଡ଼ ହିଣ୍ଟ୍

The Family Man 3: ଜଣାଶୁଣା ଅଭିନେତା ମନୋଜ ବାଜପେୟୀଙ୍କ ବହୁ ଚର୍ଚ୍ଚିତ ତଥା ବ୍ଲକବଷ୍ଟର ୱେବ୍ ସିରିଜ୍ 'ଦି ଫ୍ୟାମିଲି ମ୍ୟାନ୍'ର ତୃତୀୟ ସିଜିନ୍ କୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଏହି ସିରିଜର ପରବର୍ତ୍ତୀ ସିଜିନର ସୁଟିଂ ଆରମ୍ଭ ହୋଇଛି । ପ୍ରାଇମ ଭିଡିଓ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛି । ରାଜ ଏବଂ ଡି.କେ.ଙ୍କ ଏହି ୱେବ୍ ସିରିଜର ଦ୍ୱିତୀୟ ସିଜନ୍ ଶେଷ ହେବା ପରଠାରୁ ଦର୍ଶକମାନେ ଏହାର ସିକ୍ୱେଲକୁ ଅପେକ୍ଷା କରି ରହିଛନ୍ତି । ଏଭଳି ପରିସ୍ଥିତିରେ ଦର୍ଶକଙ୍କ ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। 

ମନୋଜ ବାଜପେୟୀ ପୁଣି ଥରେ ଶ୍ରୀକାନ୍ତ ତିୱାରୀଙ୍କ ଆଇକନିକ ଚରିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ୱେବ୍ ସିରିଜରେ ସେ ମଧ୍ୟବିତ୍ତ ପରିବାରର ଏବଂ ଜଣେ ବିଶ୍ୱ ସ୍ତରୀୟ ଗୁପ୍ତଚର ବା ସ୍ପାଏ(World Class Spy)  ଚରିତ୍ରରେ ନଜର ଆସିଛନ୍ତି । ପରବର୍ତ୍ତୀ ସିଜିନ୍ ରେ ଶ୍ରୀକାନ୍ତ ପାରିବାରିକ ଜୀବନର ଚାହିଦାକୁ ସନ୍ତୁଳିତ କରିବେ ଏବଂ ତାଙ୍କ ପତ୍ନୀଙ୍କ ସହ ସମ୍ପର୍କକୁ ସୁଦୃଢ କରିବା ପାଇଁ କଠିନ ପରିଶ୍ରମ କରିବେ । ଏଥି ସହିତ, ଜାତୀୟ ନିରାପତ୍ତା ଉପରେ ଆସୁଥିବା ବିପଦକୁ ଦକ୍ଷତାର ସହ ସାମ୍ନା କରିବେ ବୋଲି ଫ୍ୟାନ୍ସ ମାନେ ଆଶା ରଖିଛନ୍ତି।

ଅନଲାଇନ ପ୍ଲାଟଫର୍ମ ପ୍ରାଇମ୍ ଭିଡିଓ ଦୁଇଟି ଫଟୋ ସେୟାର କରିଛି ।  ଗୋଟିଏରେ ମନୋଜ ବାଜପେୟୀ (Manoj Bajpayee) ନିଜ ଟିମ୍ ସହିତ ନଜର ଆସିଛନ୍ତି। ଦ୍ୱିତୀୟ ଫଟୋ ଟି  ହେଉଛି ସିରିଜର କ୍ଲିପ ବୋର୍ଡର । ଏହି ପୋଷ୍ଟ ଦେଖିବା ପରେ ଦର୍ଶକଙ୍କ ଉତ୍ସାହ ବଢିଛି । ରାଜ ଏବଂ ଡି.କେଙ୍କ ଯୋଡି ଦ୍ୱାରା ଲିଖିତ ଏହି ୱେବ୍ ସିରିଜ୍ ସେମାନଙ୍କ ଦ୍ୱାରା ନିର୍ମିତ ଏବଂ ନିର୍ଦ୍ଦେଶିତ ମଧ୍ୟ ଯାହାକୁ ଭାରତରେ ଖୁବ୍ ପସନ୍ଦ କରାଯାଇଛି।

 

ଦୁଇଟି ସିରିଜ୍ କୁ ବହୁତ ଭଲପାଇବା ମିଳିଛି-:
ୱେବ୍ ସିରିଜ୍ 'ଦି ଫ୍ୟାମିଲି ମ୍ୟାନ୍'ର ତୃତୀୟ(Web Series The Family Man 3) ସିଜନରେ ପ୍ରିୟାମଣି (ସୁଚିତ୍ରା ତିୱାରୀ), ଶରିବ ହାସମି (ଜେ.କେ ତଲପଡେ), ଅଷ୍ଲେଶା ଠାକୁର (ଧ୍ରିତି) ଙ୍କ ସହ ଅନେକ କଳାକାରଙ୍କୁ ପୁଣି ଦେଖିବାକୁ ପାଇବେ ଦର୍ଶକ । ଏହି ସିରିଜର ପ୍ରଥମ ଦୁଇଟି ସିଜିନ୍ ଦର୍ଶକଙ୍କୁ ବହୁତ ଭଲ ଲାଗିଥିଲା| ଏହି ସିରିଜ୍ ରେ ମନୋଜ ବାଜପେୟୀଙ୍କ ଦୃଢ ଚରିତ୍ର ଏବଂ ତାଙ୍କର ଚମତ୍କାର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । 

Also Read: Nick Jonas: ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍ ଙ୍କୁ ହୋଇଛି ଭୟଙ୍କର ରୋଗ! ନିଜେ କଲେ ସେୟାର

Also Read: Toxic New Cast: ୟଶଙ୍କ ସହ କରୀନା ନୁହେଁ ନଜର ଆସିବେ ଏହି ହିରୋଇନ୍...