ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମାନିନୀ ଓ ଏଜେ ପହଞ୍ଚିଲେ ଦର୍ଶକଙ୍କ ଘରେ
Advertisement
Article Detail0/zeeodisha/odisha1973553

ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମାନିନୀ ଓ ଏଜେ ପହଞ୍ଚିଲେ ଦର୍ଶକଙ୍କ ଘରେ

Entertainment News: ଜୀ-ସାର୍ଥକ, ଗତ ଜନ୍ମାଷ୍ଟମୀରେ ଆୟୋଜିତ କରିଥିଲା ଏକ ନିଆରା ପ୍ରତିଯୋଗିତା ଯେଉଁଥିରେ ଦର୍ଶକ ନିଜ ପିଲା ମାନଙ୍କୁ ରାଧା କିମ୍ବା କୃଷ୍ଣ ବେଶରେ ସଜାଇ ଫଟୋ ଉଠାଇବେ ଓ ସେହି ଫଟୋକୁ ଜୀ-ସାର୍ଥକ ସହିତ ଶେୟାର କରିବେ । ଏହି ପ୍ରତିଯୋଗିତାରେ ବହୁମାତ୍ରାରେ ଓଡ଼ିଶା ଏବଂ ରାଜ୍ୟ ବାହାରର ଦର୍ଶକ ଭାଗ ନେଇଥିଲେ 

ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମାନିନୀ ଓ ଏଜେ ପହଞ୍ଚିଲେ ଦର୍ଶକଙ୍କ ଘରେ

Entertainment News: ଓଡ଼ିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ (Zee Sarthak) ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ ଓ ସବୁବେଳେ ଛୋଟ ବଡ଼ କାର୍ଯକ୍ରମ ଦ୍ବାରା ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରି ଆସିଛି । 

ସେହି ପରିପ୍ରେକ୍ଷିରେ ଜୀ-ସାର୍ଥକ, ଗତ ଜନ୍ମାଷ୍ଟମୀରେ ଆୟୋଜିତ କରିଥିଲା ଏକ ନିଆରା ପ୍ରତିଯୋଗିତା ଯେଉଁଥିରେ ଦର୍ଶକ ନିଜ ପିଲା ମାନଙ୍କୁ ରାଧା କିମ୍ବା କୃଷ୍ଣ ବେଶରେ ସଜାଇ ଫଟୋ ଉଠାଇବେ ଓ ସେହି ଫଟୋକୁ ଜୀ-ସାର୍ଥକ ସହିତ ଶେୟାର କରିବେ । ଏହି ପ୍ରତିଯୋଗିତାରେ ବହୁମାତ୍ରାରେ ଓଡ଼ିଶା ଏବଂ ରାଜ୍ୟ ବାହାରର ଦର୍ଶକ ଭାଗ ନେଇଥିଲେ ହେଲେ ପ୍ରତିଯୋଗିତାର ଭାଗ୍ୟବାନ ବିଜେତା ହୋଇଥିଲେ କଟକ, ଶ୍ରୀରାମ ନଗରର ସସ୍ମିତା ନାୟକ । ସର୍ତ୍ତାବଳୀ ଅନୁଯାୟୀ, ଜୀ-ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ର ମୁଖ୍ୟ କଳାକାର ମାନିନୀ ଓ ଏଜେ ପହଞ୍ଚିବେ ସସ୍ମିତାଙ୍କ ଘରେ ଓ ତାଙ୍କୁ ପୁରସ୍କୃତ କରିବେ ।  

ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, ଜୀ-ସାର୍ଥକ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇପାରିଛି । ଗତ ଜନ୍ମାଷ୍ଟମୀ ସମୟରେ ଆୟୋଜିତ ପ୍ରତିଯୋଗିତା ହେଉଛି ଏହାର ଉଦାହରଣ । ଆଗକୁ ମଧ୍ୟ ଜୀ-ସାର୍ଥକର ଏହି ପରି ଚେଷ୍ଟା ଜାରିରହିବ ଓ ଦର୍ଶକଙ୍କ ସହିତ ଜୀ-ସାର୍ଥକର ସମ୍ପର୍କ ଆହୁରି ମଜବୁତ ହେବ ।

Also Read- ICC World Cup Final: ବିଶ୍ୱକପ୍ ଦେଖିଥିବା ସମୟରେ ଟିଭି ବନ୍ଦ କରିବାରୁ ଗଳା ଚିପି ହତ୍ୟା

Also Read- Ship High Jack: ସମୁଦ୍ର ମଝିରେ ଜାହାଜ ଅପହରଣ, ବଲିଉଡ ଫିଲ୍ମ ପରି କାମ...