Marital Dispute: ବର୍ଷାଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ, ଡିସେମ୍ବର ୬ ତାରିଖରେ ହେବ ଚୂଡ଼ାନ୍ତ ଶୁଣାଣି
Advertisement
Article Detail0/zeeodisha/odisha1975439

Marital Dispute: ବର୍ଷାଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ, ଡିସେମ୍ବର ୬ ତାରିଖରେ ହେବ ଚୂଡ଼ାନ୍ତ ଶୁଣାଣି

Marital Dispute: ପୂର୍ବରୁ ସେପ୍ଟେମ୍ବର ମାସରେ ଫ୍ୟାମିଲି କୋର୍ଟ ସାଂସଦ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ । 

Varsha-Anubhav marital discord

Varsha-Anubhav Marital Discord: ଓଡ଼ିଶାର ଚର୍ଚ୍ଚିତ ଷ୍ଟାର ଦମ୍ଫତ୍ତି ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର ମାମଲାରେ ଆଜି ମାନ୍ୟବର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଥିଲେ । ପୂର୍ବରୁ ସାଂସଦ ଅନୁଭବ ମହାନ୍ତି କରିଥିବା ପିଟିସନ ଉପରେ ଗୁରୁବାର ଦିନ ନିଜର ପକ୍ଷ ରଖିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟ ପାଖରେ ସମୟ ଲୋଡ଼ିଥିଲେ । ଯାହାକୁ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ମାସ ୬ ତାରିଖରେ ହେବ ।

କହିରଖୁଛୁ ଯେ ସେପ୍ଟେମ୍ବର ମାସରେ ଫ୍ୟାମିଲି କୋର୍ଟ ସାଂସଦ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ବର୍ତ୍ତମାନ ଅନୁଭବ ମହାନ୍ତି ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ଏହାପରେ ୧୭ ଅକ୍ଟୋବରରେ ମାନ୍ୟବର ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନକୁ ଗ୍ରହଣ କରି ତାଙ୍କ ପତ୍ନି ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିଥିଲେ ।

ପୂର୍ବରୁ ଏହି ମାମଲା ଉପରେ ଅନେକ ଥର ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନିଜର ପକ୍ଷ ଓ ପରିବାର ଦୁଃଖ ବିଷୟରେ କହି ଦେଖିବାକୁ ମିଳିଛି । ବର୍ତ୍ତମାନ ଦେଖିବା ବାକି ରହିଲା ଯେ ସାଂସଦଙ୍କ  ଆବେଦନ ଉପରେ ମାନ୍ୟବର ଓଡ଼ିଶା ହାଇକୋର୍ଟ କ'ଣ ରାୟ ଦେଉଛନ୍ତି ।