Sleep Divorce: ରାତିରେ ଭଲ ନିଦ ହେଉନଥିଲେ ସ୍ବାମୀ ଓ ସ୍ତ୍ରୀ ପରସ୍ପରଠାରୁ ନେଇପାରିବେ ‘ନିଦ ଛାଡ଼ପତ୍ର’!
Advertisement
Article Detail0/zeeodisha/odisha1732262

Sleep Divorce: ରାତିରେ ଭଲ ନିଦ ହେଉନଥିଲେ ସ୍ବାମୀ ଓ ସ୍ତ୍ରୀ ପରସ୍ପରଠାରୁ ନେଇପାରିବେ ‘ନିଦ ଛାଡ଼ପତ୍ର’!

Sleep Divorce: ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ଅନେକ ସମୟରେ ଲୋକଙ୍କୁ ଖାଇବା ପିଇବା ସହ ଶୋଇବା ଲାଗି ମଧ୍ଯ ସାଲିସ କରିବାକୁ ପଡ଼ିଥାଏ । ଆଶ୍ଚର୍ଯ୍ୟର କଥା ଆଜିର ଦୁନିଆରେ ଭଲ ନିଦ ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡିଥାଏ । ଆଜ୍ଞା ହିଁ, କଥାଟି ଅଡୁଆ ଲାଗୁଥିଲେ ବି ସତ । 

ସୌ(ସୋସିଆଲ ମିଡିଆ)

Sleep Divorce: ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ଅନେକ ସମୟରେ ଲୋକଙ୍କୁ ଖାଇବା ପିଇବା ସହ ଶୋଇବା (Sleep) ଲାଗି ମଧ୍ଯ ସାଲିସ କରିବାକୁ ପଡ଼ିଥାଏ । ଆଶ୍ଚର୍ଯ୍ୟର କଥା ଆଜିର ଦୁନିଆରେ ଭଲ ନିଦ ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡିଥାଏ । ଆଜ୍ଞା ହିଁ, କଥାଟି ଅଡୁଆ ଲାଗୁଥିଲେ ବି ସତ । ତେବେ ଖାସ କରି ବିବାହିତ ଦମ୍ପତି ମାନେ ବେଶି ମାତ୍ରାରେ ଏହି ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଦିନସାରା ଘର, ଅଫିସ୍, ପିଲାଙ୍କ ସହିତ ବ୍ୟସ୍ତ ରହିବା ପରେ ସେମାନେ ରାତିରେ ପ୍ରାୟତଃ ଶାନ୍ତିରେ ଶୋଇବାକୁ ଚାହାଁନ୍ତି । କିନ୍ତୁ କୌଣସି ନା କୌଣସି କାରଣ ଲାଗି ଏହା ସମ୍ଭବ ହୋଇପାରିନଥାଏ । ତେବେ ଏଭଳି ପରିସ୍ଥିତିରେ 'ଶୋଇବା ଛାଡପତ୍ର' ବା ‘ସ୍ଲିପିଂ ଡିଭୋର୍ସ’ ଏକମାତ୍ର ଉପାୟ ବୋଲି କୁହାଯାଏ । ତେବେ ଆପଣ ଭାବୁଥିବା ଏହି ‘ସ୍ଲିପ୍ ଡିଭୋର୍ସ ' (Sleeping Divorce) କଣ ? ତେବେ ଆସନ୍ତୁ ଆଜି ଏହା ବିଷୟରେ ଆଲୋଚନା କରିବା ସହ ଏହାର ଅର୍ଥ ବୁଝିବା ।

'ସ୍ଲିପ୍ ଡିଭୋର୍ସ' କ?

ଭଲ ବା ସୁଖ ନିଦ୍ରା ଲାଗି ଯେତେବେଳେ ଦମ୍ପତି ମାନେ ଅଲଗା ଅଲଗା ରୁମ, ବେଡ଼ ବା ଅଲଗା ସମୟରେ ଶୋଇଥାଆନ୍ତି ଏହାକୁ ‘ସ୍ଲିପିଂ ଡିଭୋର୍ସ’ ବୋଲି କୁହାଯାଏ ।

‘ସ୍ଲିପ୍ ଡିଭୋର୍ସ’ର ସମୟ ଅବଧି କେତେ?

ଏହାର କୌଣସି ସମୟ ଅବଧି ସ୍ଥିର ହୋଇନାହିଁ । ପରିସ୍ଥିତିକୁ ଦେଖି ଏହା ଦୀର୍ଘକାଳୀନ କିମ୍ବା ସ୍ୱଳ୍ପ ମିଆଦି ପାଇଁ ହୋଇପାରେ । ଉଦାହରଣ ସ୍ୱରୂପ, ଯଦି ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ଯରୁ ଯଦି କେହି ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି, ତେବେ ଅନ୍ୟ ସାଥୀ ଜଣଙ୍କ କିଛି ଦିନ ପାଇଁ ତାଙ୍କଠାରୁ ‘ସ୍ଲିପ୍ ଡିଭୋର୍ସ’ ନେଇପାରିବେ ।

ଏହା ଯୋଗୁଁ ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖା ଦେଇଥାଏ କି?

ଯଦି ଦମ୍ପତିଙ୍କ ମଧ୍ୟରେ ସଠିକ୍ ବୁଝାମଣା ଥିବ ତାହାଲେ ‘ସ୍ଲିପ୍ ଡିଭୋର୍ସ’ (Sleeping Divorce) ଫଳରେ ସେମାନଙ୍କ ସମ୍ପର୍କରେ ତିକ୍ତତା ଦେଖାଦେବ ନାହିଁ । ସାମ୍ନାରେ ଥିବା ବ୍ୟକ୍ତି ମଧ୍ୟ ବୁଝିବା ଉଚିତ୍ ଯେ ପ୍ରତ୍ୟେକ ବ୍ୟକ୍ତିର ସୃଜନଶୀଳତା ଓ ଉତ୍ପାଦକତା ପାଇଁ ଶୋଇବା ଏକାନ୍ତ ଜରୁରୀ ଅଟେ ।

ମନୋବିଜ୍ଞାନୀ ବା ନିଦ୍ରା କମ୍ପାନୀ ‘ସ୍ଲୋପୋଲିସ୍’ ର ନିଦ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶେଲି ହାରିସ୍ କହିଛନ୍ତି ଯେ, ‘‘ସ୍ଲିପ୍ ଡିଭୋର୍ସ’ (Sleeping Divorce) ଦ୍ବାରା ଆପଣଙ୍କ ସମ୍ପର୍କକୁ ଖରାପ ହୋଇନଥାଏ । ମୁଁ ଅନେକ ସମୟରେ ଦମ୍ପତିଙ୍କୁ ଏହି ପରାମର୍ଶ ଦେଇଥାଏ । ବାସ୍ତବରେ ଏପରି କରିବା ଦ୍ବାରା ସେମାନଙ୍କର ସମ୍ପର୍କ ସହ ସ୍ୱାସ୍ଥ୍ୟରେ ମଧ୍ଯ ଉନ୍ନତି ଆସିଥାଏ’ ।

କେଉଁ ବୟସର ଦମ୍ପତିଙ୍କୁ ବେଶ ଆବଶ୍ୟକ ହୋଇଥାଏ ‘ସ୍ଲିପ୍ ଡିଭୋର୍ସ’?

ଏହା ପ୍ରତ୍ୟେକ ବୟସର ଦମ୍ପତିମାନଙ୍କ ଲାଗି ଜରୁରୀ ହୋଇଥାଏ । ‘ସ୍ଲିପ୍ ଡିଭୋର୍ସ’ର ମୁଖ୍ୟ କାରଣ ହେଉଛି ଭଲ ନିଦ। ତେଣୁ ଶୋଇବା ଅଭାବ ଯେକୌଣସି ବୟସରେ ମଧ୍ଯ ଦେଖାଦେଇପାରେ, ସେଥିଲାଗି ଏଥିଲାଗି କୌଣସି ନିର୍ଦ୍ଦଷ୍ଟ ବୟସ ସୀମା ନାହିଁ । ଗତ ବର୍ଷ ଏକ ନିଦ୍ରା ସମାଧାନ (Sleep Solution) ଦେଉଥିବା କମ୍ପାନୀ, ୱାକଫିଟ୍  ଗ୍ରେଟ୍ ଇଣ୍ଡିଆନ୍ ଶୋଇବା ସ୍କୋର କାର୍ଡ଼ ୨୦୨୨ ରିଲିଜ୍ କରିଥିଲା ​​। ଏହାର ତଥ୍ୟ ଅନୁଯାୟୀ, ଭାରତରେ ପ୍ରାୟ ୫୫%ରୁ ଅଧିକ ଲୋକେ ରାତି ୧୧ଟା ପରେ ଶୋଉଥିବାବେଳେ, ୮ ଘଣ୍ଟାରୁ କମ୍ ସମୟ ଶୋଇ ଉଠି ପଡ଼ନ୍ତି । ସେହିଭଳି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଫିଲିପ୍ସ ଇଣ୍ଡିଆର ୨୦୧୯ ମସିହା ତଥ୍ୟ ଅନୁଯାୟୀ, ପ୍ରାୟ ୯୩% ଭାରତୀୟ ପର୍ଯ୍ୟାପ୍ତ ପରିମାଣରେ ଶୋଇ ପାରନ୍ତି ନାହିଁ ।

ଯଦି କାହାକୁ ରାତିରେ ୭-୮ ଘଣ୍ଟାରୁ କମ୍ ସମୟ ନିଦ ଆସୁଛି ତାହାଲେ ଏହାର ଅର୍ଥ କଣ?

ଯଦି କୌଣସି ବ୍ୟକ୍ତି ୬ ଘଣ୍ଟାରୁ କମ୍ ସମୟ ଶୋଉଛନ୍ତି ତାହାଲେ, ଏପରି ଅଭ୍ୟାସ ଦ୍ବାରା ତାଙ୍କ ଶରୀର ଅସୁସ୍ଥ ହୋଇପାରେ । ଏହା ସହ ସେମାନେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ୍ ଭଳି ଅନେକ ମାରାତ୍ମକ ରୋଗର ମଧ୍ଯ ଶିକାର ହୋଇପାରନ୍ତି ।

Also Read- DA Hike News: ପୁଣି ଥରେ ସରକାରୀ କର୍ମଚାରୀଙ୍କର ଲାଗିବ ବମ୍ପର ଲଟେରୀ, ଏଥର ଏତିକି ଟଙ୍କା ବଢିବ DA ଓ ଦରମା