Vastu Tips: ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ଫାଟ ସୃଷ୍ଟି କରିଥାଏ ବେଡ଼ରୁମରେ ଥିବା ଏହିସବୁ ଜିନିଷ!
Advertisement
Article Detail0/zeeodisha/odisha1889925

Vastu Tips: ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ଫାଟ ସୃଷ୍ଟି କରିଥାଏ ବେଡ଼ରୁମରେ ଥିବା ଏହିସବୁ ଜିନିଷ!

VastuTips: ବେଡ଼ରୁମରେ କୌଣସି ବାସ୍ତୁଦୋଷ ରହିଲେ ତାହା ବୈବାହିକ ଜୀବନକୁ ପ୍ରଭାବିତ କରିଥାଏ । ଯେମିତି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ମତଭେଦ, ପାରିବାରିକ କଳହ ଓ ଅଶାନ୍ତି । ତେଣୁ ବେଡରୁମ୍ ବାସ୍ତୁଦୋଷ ମୁକ୍ତ ରହିବା ଅତ୍ଯନ୍ତ ଜରୁରୀ । 

ସୌ(ସୋସିଆଲ ମିଡିଆ)

Vastu For Bedroom: ବେଡ଼ରୁମର (Bedroom) ମହତ୍ୱ କପଲ’ସଙ୍କ ପାଇଁ ଅତ୍ଯନ୍ତ ଖାସ୍ ହୋଇଥାଏ । ତେଣୁ ବେଡ଼ରୁମରେ କୌଣସି ବାସ୍ତୁଦୋଷ ରହିଲେ ତାହା ବୈବାହିକ ଜୀବନକୁ ପ୍ରଭାବିତ କରିଥାଏ । ଯେମିତି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ମତଭେଦ, ପାରିବାରିକ କଳହ ଓ ଅଶାନ୍ତି । ତେଣୁ ବେଡରୁମ୍ ବାସ୍ତୁଦୋଷ (Vastu Problem) ମୁକ୍ତ ରହିବା ଅତ୍ଯନ୍ତ ଜରୁରୀ । ବେଡରୁମରେ କିଛି ଜିନିଷ ଏମିତି ଥାଏ ଯେଉଁଥିପାଇଁ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ । ଆସନ୍ତୁ ଜାଣିବା ସେସବୁ ଜିନିସ କ’ଣ ଯାହାକୁ ତୁରନ୍ତ ବେଡରୁମରୁ ହଟାଇ ନିହାତି ଜରୁରୀ ।

ଦେବା ଦେବୀଙ୍କ ଫଟୋ

ସାଧାରଣତଃ ଆମେ ଆଧ୍ଯାତ୍ମିକ ହୋଇଥାଉ । ଅଳ୍ପ ବହୁତ ସମସ୍ତେ ଇଶ୍ୱରଙ୍କ ଅସ୍ଥିତ୍ୱକୁ ସ୍ୱୀକାର କରନ୍ତି । ତେଣୁ ଘରେ ଠାକୁର ଘର ରହିଥାଏ । ଠାକୁର ଘର ଅଲଗା ଏଥିପାଇଁ ଥାଏ, ତାହାର କାରଣ ଠାକୁର ଅଲଗା ରହିବେ । ଏବେ ଏହାର ଅର୍ଥ ବୁଝନ୍ତୁ । ଯଦି ବୁଝିଲେ ତ ଠିକ୍ କଥା । ଯଦି ବୁଝି ନପାରିଛନ୍ତି ତେବେ ଆମେ ଆପଣଙ୍କୁ ବୁଝାଇ ଦେଉଛୁ । ଠାକୁରଙ୍କ ସ୍ଥାନ ନିର୍ଦ୍ଦିଷ୍ଟ । ସେ ଠାକୁର ଘରେ ହିଁ ରହିବେ । ତେବେ ଆମେ ଏଇଠି କିଛି ଭୁଲ କରିଥାଉ । ବେଡରୁମରେ କେତେକ ଲୋକେ ଠାକୁରଙ୍କ ଛବି (God Image) ବା ଫଟୋ ଲଗାଥାଆନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ, ବେଡ଼ରୁମ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ବନ୍ଧକୁ ଦର୍ଶାଇଥାଏ । ସେହିପରି ଜ୍ଯୋତିଷ ଶାସ୍ତ୍ର (Jyotish shastra) ଅନୁଯାୟୀ, ବେଡ଼ରୁମର ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଥାଏ । ଶୁକ୍ର ଦାନବଙ୍କ ଗୁରୁ ଅଟନ୍ତି । ତେଣୁ ଯେଉଁଠି ଶୁକ୍ର ରହିବେ ସେଠାରେ ଦେବୀ ଦେବତା ଅର୍ଥାତ୍ ବୃହସ୍ପତି ଗ୍ରହଙ୍କ ରହିବା ଅଶୁଭ ବୋଲି ଗ୍ରହଣ କରାଯାଏ । କାରଣ ବୃହସ୍ପତି ହେଉଛନ୍ତି ଦେବତାଙ୍କ ଗୁରୁ, ଓ ଶୁକ୍ରଙ୍କ ବିରୋଧୀ । ଉଭୟ ଶୁକ୍ର ଓ ବୃହସ୍ପତିଙ୍କ ମଧ୍ଯରେ ଅହିନକୂଳ ସମ୍ପର୍କ ରହିଛି । ଉଭୟ ଗୋଟିଏ ସ୍ଥାନରେ ରହିପାରନ୍ତିନାହିଁ । ତେଣୁ ବେଡରୁମରେ ଦେବା ଦେବୀଙ୍କ ଫଟୋ ରହିଲେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ବିବାଦ ଉପୁଜିବା ସହ ବୈବାହିକ ଜୀବନରେ ଅଶାନ୍ତି ଦେଖାଦେଇଥାଏ ।

ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍

ଜ୍ୟୋତିଷ ଶାସ୍ତ୍ରରେ, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ (electronic devices ) ଉପରେ ରାହୁ ଓ ଶନିଙ୍କ ପ୍ରଭାବ ଥିବା କୁହାଯାଏ । ବେଡରୁମରେ ଇଲେକ୍ର୍ଟୋନିକ୍ ସାମଗ୍ରୀ ରଖିବା ଦ୍ୱାରା ଅଶୁଭ ଗ୍ରହଙ୍କ ପ୍ରଭାବ କାରଣରୁ ବୈବାହିକ ଜୀବନ ଉପରେ ମଧ୍ଯ ଅଶୁଭ ପ୍ରଭାବ ପଡି଼ଥାଏ । ତେଣୁ ନିଜ ବେଡରୁମରେ ଅତି କମ୍ ସଂଖ୍ଯକ ଇଲେକ୍ଟରୋନିକ୍ ସାମଗ୍ରୀ ରଖନ୍ତୁ । କାରଣ ଇଲେକ୍ରୋଟ୍ରିନକ ସାମଗ୍ରୀ ଆପଣଙ୍କ ପ୍ରେମରେ ଭଟ୍ଟା ପକାଇପାରେ ।

ତାଜମହଲ ଚିତ୍ର

ଆପଣଙ୍କ ନଜରରେ ତାଜମହଲ ପ୍ରେମର ପ୍ରତୀକ ହୋଇପାରେ । କିନ୍ତୁ ବାସ୍ତୁ ଶାସ୍ତ୍ର (vastu shastra) ହିସାବରେ ପ୍ରେମର ପ୍ରତୀକ ତାଜମହଲ (Tajmahal) ଆପଣଙ୍କ ବୈବାହିକ ଜୀବନକୁ ଅସଫଳ କରିପାରେ । ଆପଣ ଯଦି ଭାବୁଛନ୍ତି ବେଡ଼ରୁମରେ ତାଜମହଲ ଚିତ୍ର ଲଗାଇଲେ ପ୍ରେମ ବଢିଥାଏ ତାହାଲେ ଆପଣ ଭୁଲ ଭାବୁଛନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ, କବର ଚିତ୍ର ବୈବାହିକ ସମ୍ପର୍କ ପାଇଁ ଖରାପ । ତେଣୁ କୌଣସି କବରର ଫଟୋ ବେଡରୁମରେ ଲଗାଇବା ଠିକ୍ ନୁହେଁ । ଏବେ ଯଦି ଆପଣଙ୍କ ବେଡରୁମରେ ତାଜମହଲ କିମ୍ବା ଅନ୍ୟ କୌଣସି ସୁନ୍ଦର ଦେଖାଯାଉଥିବା କବରର ଫଟୋ ଅଛି ତା’ହେଲେ ତାକୁ ତୁରନ୍ତ ହଟାଇ ଦିଅନ୍ତୁ ।

​(Disclaimer:ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)