Hinduphobia: ବିଦେଶ ମାଟିରୁ ପ୍ରସାରିତ ହେଉଛି ହିନ୍ଦୁ ବିରୋଧି ଏଜେଣ୍ଡା
Advertisement
Article Detail0/zeeodisha/odisha1257933

Hinduphobia: ବିଦେଶ ମାଟିରୁ ପ୍ରସାରିତ ହେଉଛି ହିନ୍ଦୁ ବିରୋଧି ଏଜେଣ୍ଡା

Anti Hindu Agenda: ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍ ମାଧ୍ୟମରେ ହିନ୍ଦୁ ବିରୋଧି ପ୍ରଚାର ମାମଲାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ଏନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ବିଗତ କିଛି ବର୍ଷ ମଧ୍ୟରେ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ବିବଦୀୟ ଭାଷାର ବ୍ୟବହାର ବୃଦ୍ଧି ପାଇଛି।

Hinduphobia: ବିଦେଶ ମାଟିରୁ ପ୍ରସାରିତ ହେଉଛି ହିନ୍ଦୁ ବିରୋଧି ଏଜେଣ୍ଡା

Anti Hindu Agenda: ସମଗ୍ର ବିଶ୍ୱରେ ହିନ୍ଦୁଙ୍କୁ ବଦନାମ କରିବା ପାଇଁ ଏକ ଭୟାନକ ଷଡଯନ୍ତ୍ର ରଚାଯିବା ତଥ୍ୟ ହିନ୍ଦୁ ଧର୍ମ ବିରୋଧରେ ମିଥ୍ୟା ପ୍ରଚାର ପ୍ରସାର କରାଯାଉଛି। ଆମେରିକାସ୍ଥିତ ରାଟଗର୍ସ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ପକ୍ଷରୁ ପ୍ରକାଶ ପାଇଛି ଏହି ରିପୋର୍ଟ। ଏନେଇ କୁହାଯାଇଛି ଯେ ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍ ମାଧ୍ୟମରେ ହିନ୍ଦୁ ବିରୋଧି ପ୍ରଚାର ମାମଲାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ଏନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ବିଗତ କିଛି ବର୍ଷ ମଧ୍ୟରେ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ବିବଦୀୟ ଭାଷାର ବ୍ୟବହାର ବୃଦ୍ଧି ପାଇଛି ହେଲେ କେହି ଏହା ଉପରେ ଦୃଷ୍ଟି ଦେଇନାହାଁନ୍ତି। ଜୁଲାଇ ମାସରେ ଏଭଳି ଘଟଣା ବୃଦ୍ଧି ପାଇଛି। 

"Anti-Hindu Disinformation: A Case Study of Hinduphobia on Social Media" ନାମକ ଏକ ଅଧ୍ୟୟନ ଅନୁଯାୟୀ ଶ୍ୱେତାଙ୍ଗ ଜାତୀୟତାବାଦୀ ତଥା ହିନ୍ଦୁଙ୍କ ବାବଦରେ ନରସଂହାର ସହ ଜଡ଼ିତ ମୀମ୍ସ ମେସେଜିଂ ଆପ୍ ଟେଲିଗ୍ରାମ ଏବଂ ଅନ୍ୟାନ୍ୟ ସ୍ଥାନରେ ହାର୍ଡଲାଇନ ଇସଲାମ ୱେବ୍ ନେଟୱାର୍କ (Hardline Islamic Web Network) ମାଧ୍ୟମରେ ବିସ୍ତାର କରାଯାଉଛି। ଏହା ସହିତ ହିନ୍ଦୁଙ୍କ ବିରୋଧରେ ଖୋଲାଖୋଲି ଭାବରେ ଉତ୍ତେଜକ ଭାଷା ବ୍ୟବହାର କରାଯାଉଛି। 

ହିନ୍ଦୁ ବିରୋଧି ସମସ୍ତ ଟ୍ୱିଟ କେବଳ ପାକିସ୍ତାନ ନୁହେଁ ବରଂ ଇରାନ ସମେତ ଅନ୍ୟ ଦେଶରେ ସରକାରୀ ସୂଚନା ପ୍ରଣାଳୀରେ ପ୍ରଚାର ପ୍ରସାର କରାଯାଉଥିବା ଗବେଷକ ଜାଣିବାକୁ ପାଇଛନ୍ତି। ପ୍ରାୟ ଏକ ମିଲିୟନ ଟ୍ୱିଟର ବିଶ୍ଳେଷଣ ଅନୁଯାୟୀ ଇରାନ ଭିତ୍ତିକ ଟ୍ରୋଲର୍ସ ହିନ୍ଦୁଙ୍କୁ ଭାରତରେ ସଂଖ୍ୟାଲଘୁଙ୍କ ବିରୋଧରେ ନରସଂହାର କରିବାକୁ ଏକ ଅଭିଯାନ ଚଳାଇଥିବା ଅଭିଯୋଗ କରାଯିବା ସହ ହିନ୍ଦୁ ବିରୋଧି ପ୍ରଚାର ପ୍ରସାର ମଧ୍ୟ କରାଯାଇଥିଲା। ଏହି ତଥ୍ୟ ସଂଗ୍ରହ ଏବଂ ବିଶ୍ଳେଷଣ ନ୍ୟୁ ଜର୍ସି ଗଭର୍ନର୍ସ STEM ସ୍କଲାର୍ସ ପ୍ରୋଗ୍ରାମ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସହଯୋଗରେ କରାଯାଇଥିଲା। ସେମାନେ ମୁକ୍ତ ଉତ୍ସରୁ ଗୁପ୍ତଚର ଖବର ସଂଗ୍ରହ, ସାଇବର ସାସିଆଲ ଆକ୍ରମଣ ବିପଦକୁ ଚିହ୍ନିବା ପାଇଁ ମେସିନ୍ ଲର୍ନିଂ ଏବଂ ହିନ୍ଦୁ ବିରୋଧି କାର୍ଯ୍ୟ ବାବଦରେ ତଥ୍ୟ ପ୍ରଦାନ କରିଛନ୍ତି।

ଭାରତରେ ବଢୁଥିବା ଧାର୍ମିକ ଉତ୍ତେଜନା ଏବଂ ନିକଟରେ ଜଣେ ଭାରତୀୟ ଦୋକାନୀଙ୍କ ହତ୍ୟାକୁ ଦୃଷ୍ଟିରେ ରଖି ହିନ୍ଦୁ ବିରୋଧୀ ମୀମ୍ସ ସେୟାର ଜୁଲାଇ ମାସରେ ଏକ ଉଚ୍ଚ ରେକର୍ଡ ସ୍ତରରେ ପହଞ୍ଚିଛି। ଏଭଳି କାର୍ଯ୍ୟ ମାଧ୍ୟମରେ ହିନ୍ଦୁ ବିରୋଧି ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଯଦିଓ ଏଭଳି ଘୃଣାତ୍ମକ କାର୍ଯ୍ୟ ବୃଦ୍ଧି ପାଉଛି ତଥାପି ମଧ୍ୟ ସୋସିଆଲ ମିଡିଆ ସାଇଟ ଏହି ସଂକେତ ବାବଦରେ ଅବଗତ ନାହିଁ। ଏହି ପ୍ରସଙ୍ଗରେ ଭାରତ ଅନୁରୋଧ କରିଛି ଯେ ମିଳିତ ଜାତିସଂଘ ଜାନୁଆରୀ ୨୦୨୨ ବର୍ଷରେ ହିନ୍ଦୁଫୋବିୟା, ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ବିରୁଦ୍ଧରେ ଧାର୍ମିକ ଭାବନାର ଅପରାଧକୁ ସ୍ୱୀକୃତି ପ୍ରଦାନ କରୁ।

ନୂଆଦିଲ୍ଲୀସ୍ଥିତ ଗ୍ଲୋବାଲ୍ କାଉଣ୍ଟର ଟେରରିଜିମ୍ ସେଣ୍ଟର ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ୍ ବୈଠକରେ ମିଳିତ ଜାତିସଂଘ ଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଟି.ଏସ୍ ତ୍ରିମୁର୍ତ୍ତୀ ଅନ୍ତର୍ଜାତୀୟ ସଙ୍ଗଠନକୁ ଇହୁଦୀ, ଶିଖ୍ ଏବଂ ହିନ୍ଦୁଙ୍କ ପ୍ରତି ବିପଦକୁ ସ୍ୱୀକାର କରିବାକୁ ଅନୁରୋଧ କରିଛନ୍ତି। ଏହି ସମସ୍ୟାର ମୁକାବିଲା ପାଇଁ ତ୍ରିମୂର୍ତ୍ତି କହିଥିଲେ ଯେ ଧର୍ମ ଆଧାରରେ ଭୟ ବିସ୍ତାର କରିବା, ବିଶେଷକରି ହିନ୍ଦୁ ବିରୋଧୀ ଏଜେଣ୍ଡା, ବୌଦ୍ଧ ଏବଂ ଶିଖ ବିରୋଧି ବର୍ତ୍ତମାନ ଚିନ୍ତାର ବିଷୟ। 

Also Read: ଖୁବ ଶୀଘ୍ର ହିନ୍ଦୁ ରାଷ୍ଟ୍ର ଘୋଷିତ ହେବେ ପଡୋଶୀ ଦେଶ! ଜନମତ ସଂଗ୍ରହ ସମର୍ଥନରେ ଆସିଲେ ମନ୍ତ୍ରୀ

Also Read: India on the path of Hindu Nation! ହିନ୍ଦୁ ରାଷ୍ଟ୍ର ପାଇଁ ଭାରତୀୟ ମୁସଲମାନ ନେତା କେତେ ଦାୟୀ?

Also Read: ହିନ୍ଦୁ ଧର୍ମର ଶତ୍ରୁ ଗଣତନ୍ତ୍ର!