Viral News: କ୍ରିକେଟ ଖେଳରୁ ମହାଭାରତ, ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିର୍ଘାତ ମାଡ଼
Advertisement
Article Detail0/zeeodisha/odisha1588821

Viral News: କ୍ରିକେଟ ଖେଳରୁ ମହାଭାରତ, ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିର୍ଘାତ ମାଡ଼

Bhadrak Cricket Match Dispute: ଖବର ଅନୁଯାୟୀ ଗତ ୨୫ ଫେବୃଆରୀରେ ଗାଁ ପଡିଆରେ ଦୁଇଟି ସ୍ଥାନୀୟ ଦଳ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂକୁ ନେଇ ଦୁଇ ଦଳ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। 

 

Viral News: କ୍ରିକେଟ ଖେଳରୁ ମହାଭାରତ, ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିର୍ଘାତ ମାଡ଼

Youth Thrashed Over Cricket Match Dispute: କ୍ରିକେଟ ଖେଳରୁ ସୃଷ୍ଟି ହୋଇଛି ମହାଭାରତ। ଖେଳରୁ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଘାତ ମାଡ଼ ମରାଯାଇଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଖବର ଅନୁଯାୟୀ ଗତ ୨୫ ଫେବୃଆରୀରେ ଗାଁ ପଡିଆରେ ଦୁଇଟି ସ୍ଥାନୀୟ ଦଳ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂକୁ ନେଇ ଦୁଇ ଦଳ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମ୍ୟାଚ୍ ଶେଷ ହେବା ପରେ ବିଜେତା ଦଳର ଅଧିନାୟକ ସିଦ୍ଧାର୍ଥ ରାଉତ ତାଙ୍କ ଘରକୁ ଯାଉଥିବାବେଳେ ହାରିଥିବା ଦଳର କିଛି ଖେଳାଳି ତାଙ୍କୁ ନେଇ ଗାଁ ବାହାରେ ରହିଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। 

ସେମାନେ ତାଙ୍କୁ ଅତି ନିର୍ମମ ଭାବରେ ଆଘାତ କରି ଗୁରୁତର ଆହତ ହୋଇଥିଲେ। ପୀଡିତଙ୍କ ମୁଣ୍ଡ, ଛାତି ଏବଂ ଗୋଡରେ ଗଭୀର ଆଘାତ ଲାଗିଛି। ଯଦିଓ ସିଦ୍ଧାର୍ଥଙ୍କ ପରିବାର ଲୋକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଆକ୍ରମଣକାରୀଙ୍କ ଆକ୍ରମଣ କରିଥିଲେ। ଏହି ଘଟଣା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏନେଇ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।