Osama Bin Laden: 'ମୋତେ ଆତଙ୍କବାଦୀ କରିବାକୁ ଚାହୁଁଥିଲେ ମୋର ପିତା, କୁକୁର ଉପରେ କରୁଥିଲେ ରାସାୟନିକ ପରୀକ୍ଷଣ'
Advertisement
Article Detail0/zeeodisha/odisha1467491

Osama Bin Laden: 'ମୋତେ ଆତଙ୍କବାଦୀ କରିବାକୁ ଚାହୁଁଥିଲେ ମୋର ପିତା, କୁକୁର ଉପରେ କରୁଥିଲେ ରାସାୟନିକ ପରୀକ୍ଷଣ'

Chemical Weapon: ନିକଟରେ କାତାର ଗସ୍ତ କରିବାସ ସମୟରେ 'ଦି ସନ୍' ନାମକ ଏକ ଖବରକାଗଜକୁ ସାକ୍ଷାତକାର ଦେଇଛନ୍ତି ଓମାର ବିନ ଲାଦେନ। ଏନେଇ ଓମାର କହିଛନ୍ତି ତାଙ୍କ ପିତା ଓସାମା ବିନ ଲାଦେନ ତାଙ୍କୁ ପିଲା ଦିନେ ଆଫଗାନିସ୍ତାନ ନେଇ ସେଠାରେ ବନ୍ଧୁକ ଚାଳନା ଶିଖାଇଥିଲେ। ସେଠାରେ ସେ ଓସାମା କୁକୁର ଉପରେ ରାସାୟନିକ ଅସ୍ତ୍ର ପରୀକ୍ଷଣ  କରିଥିଲେ। 

 

Osama Bin Laden: 'ମୋତେ ଆତଙ୍କବାଦୀ କରିବାକୁ ଚାହୁଁଥିଲେ ମୋର ପିତା, କୁକୁର ଉପରେ କରୁଥିଲେ ରାସାୟନିକ ପରୀକ୍ଷଣ'

Omar Bin Laden: ଅଲକାଏଦ ପ୍ରତିଷ୍ଠାତା ତଥା ୯/୧୧ ଆକ୍ରମଣର ମୁଖ୍ୟ ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଦେନ ବାବଦରେ ଆସିଛି ଏକ ଚମକାଇବା ଭଳି ଖବର। ପିତା ଓସାମା ବିନ ଲାଦେନ ବିରୋଧରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି ପୁଅ ଓମାର ବିନ ଲାଦେନ। ଓମାର ଦାବି କରିଛନ୍ତି ଯେ ତାଙ୍କ ପିତା ତାଙ୍କୁ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ତାଲିମ ଦେଇଥିଲେ। ତାଙ୍କୁ ପିଲା ଦିନେ ଆଫଗାନିସ୍ତାନ ନେଇ ସେଠାରେ ବନ୍ଧୁକ ଚାଳନା ଶିଖାଇଥିଲେ। କେବଳ ସେତିକି ନୁହେଁ ଓସାମା କୁକୁର ଉପରେ ରାସାୟନିକ ପରୀକ୍ଷଣ କରିଥିବା କହିଛନ୍ତି ଓମାର। 

ନିକଟରେ କାତାର (Qatar) ଗସ୍ତ କରିବାସ ସମୟରେ 'ଦି ସନ୍' ନାମକ ଏକ ଖବରକାଗଜକୁ ସାକ୍ଷାତକାର ଦେଇଛନ୍ତି ଓମାର ବିନ ଲାଦେନ (Omar Bin Laden)। ଏନେଇ ଓମାର କହିଛନ୍ତି ତାଙ୍କ ପିତା ଓସାମା ବିନ ଲାଦେନ (Osama Bin Laden) ତାଙ୍କୁ ପିଲା ଦିନେ ଆଫଗାନିସ୍ତାନ ନେଇ ସେଠାରେ ବନ୍ଧୁକ ଚାଳନା ଶିଖାଇଥିଲେ। ସେଠାରେ ସେ ଓସାମା କୁକୁର (Dog) ଉପରେ ରାସାୟନିକ ଅସ୍ତ୍ର ପରୀକ୍ଷଣ (Testing of Chemical Weapons) କରିଥିଲେ। 

ଏହି ସାକ୍ଷାତକାରରେ ଓମାର ବିନ ଲାଦେନ ଦାବି କରିଛନ୍ତି ଯେ ସେ ଯନ୍ତ୍ରଣା ଭୋଗୁଛନ୍ତି। ନିଜ ପିତାଙ୍କ ସହ ବିତାଇଥିବା ଖରାପ ସମୟକୁ ଭୁଲିଯିବାକୁ ଚେଷ୍ଟା କରୁଛନ୍ତି। ପେସାରେ ଚିତ୍ରକର ଥିବା ୪୧ ବର୍ଷୀୟ ଓମାର ବର୍ତ୍ତମାନ ତାଙ୍କ ପତ୍ନୀ ଜେନାଙ୍କ ସହିତ ଫ୍ରାନ୍ସ ଠାରେ ଅବସ୍ଥାନ କରୁଛନ୍ତି। ଓମାର କହିଛନ୍ତି ଯେ ତାଙ୍କ ପିତା ଲାଦେନ ତାଙ୍କୁ କହିଥିଲେ ଯେ ସେ ତାଙ୍କ କାର୍ଯ୍ୟ ଆଗକୁ ଜାରି ରଖିବା ପାଇଁ ତାଙ୍କୁ ମନୋନୀତ କରିଥିଲେ। ହେଲେ ୨୦୧୧  ମସିହା ସେପ୍ଟମ୍ବର ୧୧  ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କିଛି ମାସ ପୂର୍ବରୁ ଓସାମା ବିନ ଲାଦେନ ଆଫଗାନିସ୍ତାନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। 

କୁକୁର ଉପରେ ରାସାୟନିକ ଅସ୍ତ୍ର ପରୀକ୍ଷଣ କରିବା ବିଷୟରେ ପ୍ରତିକ୍ରିୟା ରଖିଛନ୍ତି ଓମାର ବିନ ଲାଦେନ। ଏନେଇ ଓମାର କହିଛନ୍ତି ଯେ ସେମାନେ ମୋର କୁକୁର ରାସାାୟନିକ ଅସ୍ତ୍ରର ପରୀକ୍ଷଣ କରିଥିଲେ।  ହେଲେ ମୁଁ ଏଥିରେ ଖୁସି ନଥିଲି।  ମୁଁ ମୋ ସହିତ ଘଟିଥିବା ଖରାପ ସମୟ ଭୁଲିଯିବାକୁ ମୁଁ ଚେଷ୍ଟା କରୁଛି। ହେଲେ ଏହା ବହୁତ କଷ୍ଟକର। 

ଓମାର କହିଛନ୍ତି ଓସାମା ତାଙ୍କୁ ଅସ୍ପୃଶ୍ୟ ଭଳି ଅନୁଭବ କରାଇଥିଲେ। ଓମାର ହେଉଛନ୍ତି ଓସାମା ବିନ୍ ଲାଦେନଙ୍କ ପ୍ରଥମ ପତ୍ନୀ ନଜୱାଙ୍କ ପୁଅ। ଯିଏ ୧୯୮୧ ମସିହାରେ ସାଉଦି ଆରବ ଠାରେ ଜନ୍ମଗ୍ରହଣ କରିଥିଲେ। ଚିତ୍ର କଳା ହେଉଛି ଏକ ପ୍ରକାର ଥେରାପି। ଗୋଟିଏ ପେଣ୍ଟିଂ କରି ସେ ଲକ୍ଷ ଟଙ୍କା ରୋଜଗାର କରୁଥିବା ଓମାର ବିନ ଲାଦେନ।

ଓସାମା ବିନ୍ ଲାଦେନଙ୍କ ପୁଅ ଓମାର କହିଛନ୍ତି ଯେ, ତାଙ୍କ ପିତା ତାଙ୍କୁ କେବେ ଅଲ କାଏଦା ସଙ୍ଗଠନରେ ଯୋଗଦେବାକୁ କହିନାହାଁନ୍ତି।  ହେଲେ ସେ ମୋତେ ପୁଅ ଭାବରେ ମନୋନୀତ କରିଥିଲେ ଯିଏ ତାଙ୍କ କାର୍ଯ୍ୟକୁ ଆଗକୁ ନେବେ। ଯେତେବେଳେ ମୁଁ ମୋ ପିତାଙ୍କୁ କହିଲି ଯେ ଏହି ଜୀବନ ମୋ ପାଇଁ ନୁହେଁ ସେତେବେଳେ ସେ ମୋ କଥା ଶୁଣି ନିରାଶ ହୋଇଯାଇଥିଲେ। ତାଙ୍କ ପିତା ତାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ କାହିଁକି ବାଛିଲେ ବୋଲି ପଚରାଯିବାରୁ ଉମର କହିଛନ୍ତି, ଏକଥା ମୁଁ ଜାଣେ ନାହିଁ। ବୋଧହୁଏ ମୁଁ ବୁଦ୍ଧିମାନ ଥିଲି ସେଥିପାଇଁ ମୁଁ ଆଜି ବଞ୍ଚିଯାଇଛି।