Advertisement
Photo Details/zeeodisha/odisha1813511
photoDetails0hindi

Happy Birthday Varsha Priyadarshini: ବିବାଦ ଭିତରେ ଜନ୍ମଦିନ ପାଳିବେ କି ବର୍ଷା ପ୍ରିୟଦର୍ଶନୀ?

Happy Birthday Varsha Priyadarshini: ଓଲିଉଡ଼ (Ollywood) ଇଣ୍ତଷ୍ଟ୍ରିର ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶନୀ(Varsha Priyadarshini )। ଓଲିଉଡକୁ ଏକାଧିକ ଫିଲ୍ମ ସୁପରହିଟ୍ ଫିଲ୍ମ ଦେଇଛନ୍ତି ବର୍ଷା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ(Happy Birthday Varsha Priyadarshini) ଆଜି ଜନ୍ମଦିନ । ୧୯୮୪ ମସିହା ଆଜିକା ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ବର୍ଷା। ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ବର୍ଷା ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା।...

1/8

 ବର୍ଷା ପ୍ରିୟଦର୍ଶିନୀ  ୨୦୦୩ ମସିହାରେ 'ଏ ଯୁଗର କୃଷ୍ଣ ସୁଦାମା ' ଫିଲ୍ମରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ବର୍ଷା ଶିଶୁ କଳାକାର ଭାବରେ 'ମା' ଏବଂ 'ଗୋଲାମଗିରି' ଭଳି ଫିଲ୍ମରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଧାରାବାହିକ ପଣତକାନିରେ ମଧ୍ୟ ଅଭିନୟ କରିଥିଲେ । ଏହା ଥିଲା ବର୍ଷାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକ।

2/8

ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

 

3/8

ବର୍ଷା ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ୮ ଫେବୃଆରୀ ,୨୦୧୪ରେ ବିବାହ କରିଥିଲେ ।  ବେଶ ଧୁମଧାମରେ ହୋଇଥିଲା ଉଭୟଙ୍କ ବିବାହ । 

 

4/8

ହେଲେ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାରିବାରିକ ବିବାଦ । ଏହି ମାମଲା ଥାନା ପରେ କୋର୍ଟରେ ପହଞ୍ଚିଥିଲା। ଚଳିତ ବର୍ଷ ଅକ୍ଟୋବର ୧୩ ସୁଧା ଏହି ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

5/8

ପୂର୍ବରୁ କଟକ (Cuttack) ପୁରୀଘାଟ ଥାନାରେ ବର୍ଷା ଓ ଅନୁଭବ ଉଭୟଙ୍କ ପକ୍ଷରୁ ବିଭିନ୍ନ ବିବାଦ ନେଇ ଅନେକଥର ଅଭିଯୋଗ ମଧ୍ୟ ହୋଇଛି । ବର୍ଷା ଅନୁଭବଙ୍କ ନାମରେ ଏବଂ ଅନୁଭବ ବର୍ଷାଙ୍କ ନାମରେ ଅନେକ ଅଭିଯୋଗ ନିଜର ଏତଲା ମାଧ୍ୟମରେ କରିଛନ୍ତି ।

 

6/8

ଗତ ଜୁନ ୧୩ ତାରିଖରେ ରଜ ଅବସରରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କର ଅଭିନିତ ସିନେମା ଲଭ୍ ଇନ୍ ଲଣ୍ଡନ ରିଲିଜ୍ ହୋଇଥିଲା । 

 

7/8

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆଗାମୀ ଦିନରେ ବର୍ଷାଙ୍କର ଏକ ନୂଆ ଫିଲ୍ମ 'ବସ୍'(BOSS) ରିଲିଜ୍ ହେବ। ଏହାରେ ସୁଟିଂରେ ଅଭିନେତ୍ରୀ ବ୍ୟସ୍ତ ଅଛନ୍ତି। 

8/8

ତେବେ, ଏହି ଫିଲ୍ମଟି ଦଶହରା ଅବସରରେ ରିଲିଜ୍ ହେବ ବୋଲି ଆଶା କରାଯାଇଛି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅନୁଭବଙ୍କ ସହ ବିବାଦ ଯୋଗଁ ବର୍ଷା ଚଳିତ ଥର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।