Advertisement
Photo Details/zeeodisha/odisha1637506
photoDetails0hindi

Lemon Benefits: ଖରା ଦିନେ ଲେମ୍ବୁରୁ ମିଳିଥାଏ ଏସବୁ ଜବରଦସ୍ତ ଲାଭ, ଜାଣି ଚକିତ ହେବେ ଆପଣ

ଲେମ୍ବୁ (Lemon) ସେବନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଲେମ୍ବୁ ହେଉଛି ଏପରି ଏକ ଖାଦ୍ୟ ପଦାର୍ଥ ଯାହାକୁ ଆମେ ଅତି ସହଜରେ ପାଇଥାଉ । ଏହାର ସେବନ ଅନେକ ଲୋକ ନିୟମିତ ଭାବରେ କରନ୍ତି । ଏଭଳି ପରିସ୍ଥିତିରେ ଲେମ୍ବୁ ପୋଷକ ତତ୍ତ୍ୱରେ ଭରପୂର ବୋଲି ବିବେଚନା କରାଯାଏ । ଆଉ ଏହା ଭିଟାମିନ୍ ସି ଓ ସାଇଟ୍ରିକ୍ ଏସିଡର ସମୃଦ୍ଧ ଉତ୍ସ ଭାବର

ଲେମ୍ବୁର ଉପକାରିତା

1/5
ଲେମ୍ବୁର ଉପକାରିତା

ପେଟରେ ଥିବା ଖରାପ ବ୍ୟାକ୍ଟେରିଆକୁ ମାରିବା ପାଇଁ ଏହା ଉତ୍ତମ ଭାବରେ କାର୍ଯ୍ୟ କରିପାରିବ । ଏଥିପାଇଁ ପ୍ରଥମେ ଲେମ୍ବୁ କାଟି ଏହାର ରସକୁ ଭଲଭାବେ ବାହାର କରନ୍ତୁ । ବର୍ତ୍ତମାନ ଏକ ଗ୍ଲାସ୍ ପାଣି ନେଇ ସେଥିରେ ଲେମ୍ବୁ ରସ ଓ ଏକ ଚାମଚ ଲୁଣ ମିଶାନ୍ତୁ । ବର୍ତ୍ତମାନ ଏହା ପରେ ଏହାକୁ ଖାଆନ୍ତୁ । ଏହି ପାନକୁ ସପ୍ତାହରେ ଅତି କମରେ ୨ ଥର ପିଅନ୍ତୁ । ଆପଣ ଏଥିରୁ ବହୁତ ଉପକୃତ ହେବେ ।

2/5

ଥଣ୍ଡା,ଜ୍ୱର,କାଶ ହେଉ ବା ଗଳା ସମ୍ବନ୍ଧିତ କୌଣସି ସମସ୍ୟା ସୃଷ୍ଟି ହେଉଥିଲେ,ହାଲକା ଗରମ ପାଣି ନେଇ ସେଥିରେ ଲେମ୍ବୁ ଚିପୁଡି ନିୟମିତ ପିଇଲେ ଏହି ସମସ୍ୟା ଦୂର ହୁଏ । ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ଗଳାରେ କୌଣସିବି ସଂକ୍ରମଣକୁ ବ୍ୟାପିବାକୁ ଦେଇନଥାଏ ।

3/5

ଯଦି ବାରମ୍ବାର ମୁହଁ ଶୁଖିଯିବା, ବାରମ୍ବାର ଶୋଷ ଲାଗିବା ଏବଂ ପାଣି ପିଇବା ଦ୍ୱାରା ବାରମ୍ବାର ପରିସ୍ରା ଲାଗୁଥାଏ । ତେବେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ, ଆପଣଙ୍କ ପାଇଁ ଲେମ୍ବୁ ପାଣି ବେଶ ଉପକାରୀ ହେବ 

4/5

ଆଜିକାଲି ଅଧିକାଂଶ ଲୋକ ମୋଟାପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିଜ ବୟସ ଅପେକ୍ଷା ଅଧିକ ମୋଟା ହେବା ଆରମ୍ଭ ହେଲେ, ମୋଟାପଣ ସହିତ ଆହୁରି ଅନେକ ରୋଗ ମାଡିବସେ । ଏପରି ପରିସ୍ଥିତିରେ ଲେମ୍ବୁ ରସ ଓ ଗରମ ପାଣି ପିଇବା ଦ୍ୱାରା ଏହା ମୋଟାପଣ କମ୍ କରିବାରେ ସାହାଯ୍ୟ କରେ ।

ଅଧିକ ପଢ଼ନ୍ତୁ-ସେହି 'ବଦନାମ କ୍ରିକେଟର' ଯିଏ ଦଶନ୍ଧି ପୂର୍ବରୁ କରିଥିଲେ ନିଜର ମୃତ୍ୟୁର ଭବିଷ୍ୟବାଣୀ, ସଚିନ ତେନ୍ଦୁଲକର ମଧ୍ୟ ଡରୁଥିଲେ!

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପରେ ଆଇପିଏଲରେ ମଧ୍ୟ ରନ ବର୍ଷା କରୁଛି କୋହଲିଙ୍କ ବ୍ୟାଟ୍, ଜାଣନ୍ତୁ RCBର ବିଜୟରେ ପରେ ନିଜର ଘାତକ ଫର୍ମ ପାଇଁ ବିରାଟ କାହାକୁ ଦେଲେ ଶ୍ରେୟ

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆରୁ ଡ୍ରୋପ୍ ହୋଇ ମଧ୍ୟ ସୁଧୁରିନି ଏହି ଖେଳାଳି, ବର୍ତ୍ତମାନ ଆଇପିଏଲ୍ କ୍ୟାରିୟର ମଧ୍ୟ ହୋଇପାରେ ଶେଷ!

5/5

ଅନେକ ଲୋକଙ୍କ କ୍ଷେତ୍ରରେ ହଜମ ଜନିତ ସମସ୍ୟା ଦେଖାଯାଇଥାଏ । ତେବେ ଏପରି ସମସ୍ୟା ଦେଖାଦେଉଥିଲେ ହାଲକା ଗରମ ପାଣିରେ ଲେମ୍ବୁ ଚିପୁଡି ପ୍ରତିଦିନ ସକାଳୁ ପିଇଲେ ଏହି ସମସ୍ୟାରୁ ଆରାମ ମିଳେ ।

ଡିସକ୍ଲେମର: ଏହି ପ୍ରବନ୍ଧଟି କେବଳ ସାଧାରଣ ସୂଚନା ପାଇଁ ଲେଖାଯାଇଛି । ଏହା କୌଣସି ପ୍ରକାରେ କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ହୋଇପାରିବ ନାହିଁ । ଅଧିକ ବିବରଣୀ ପାଇଁ ସର୍ବଦା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।