BJD ଛାଡିଲେ ସୁରେନ୍ଦ୍ର ସେଠୀ ଏବଂ ବିଜୟ କୁମାର ନାଏକ
Advertisement
Article Detail0/zeeodisha/odisha2229282

BJD ଛାଡିଲେ ସୁରେନ୍ଦ୍ର ସେଠୀ ଏବଂ ବିଜୟ କୁମାର ନାଏକ

Political News: ବିଜୁ ଜନତା ଦଳର ଦୁଇ ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ସେ ମଧ୍ୟରେ ଅଛନ୍ତି କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଏବଂ କରଞ୍ଜିଆ ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ଦୁହେଁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଗୋଟିଏ ଦିନରେ ଦୁଇ ନେତା ଦଳ ଛାଡିବା ବିଜେଡି ପାଇଁ ଏକ ଶକ୍ତ ଝଟକା ବୋଲି ଆଲୋଚନା ହେଉଛି ।

BJD ଛାଡିଲେ ସୁରେନ୍ଦ୍ର ସେଠୀ ଏବଂ ବିଜୟ କୁମାର ନାଏକ

Odisha Politics: ବିଜୁ ଜନତା ଦଳର ଦୁଇ ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ସେ ମଧ୍ୟରେ ଅଛନ୍ତି କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଏବଂ କରଞ୍ଜିଆ ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ଦୁହେଁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଗୋଟିଏ ଦିନରେ ଦୁଇ ନେତା ଦଳ ଛାଡିବା ବିଜେଡି ପାଇଁ ଏକ ଶକ୍ତ ଝଟକା ବୋଲି ଆଲୋଚନା ହେଉଛି ।

ସୁରେନ୍ଦ୍ର ସେଠୀ କାକଟପୁରରୁ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଶାବାଦୀ ଥିଲେ କିନ୍ତୁ ନିରାଶ ହେବା ଫଳରେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ମଧ୍ୟ ୨୦୧୯ ନିର୍ବାଚନ ସମୟରେ ବିଜେଡିରୁ ପ୍ରଥମେ ଟିକେଟ୍ ପାଇ ପୁଣି ତାଙ୍କଠାରୁ ଟିକେଟ୍ ଫେରାଇ ନିଆଯାଇଥିଲା । ତୁଷାରକାନ୍ତି ବେହେରା ସେତେବେଳେ ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଥିଲେ । ତେବେ ଆସନ୍ତା ନିର୍ବାଚନ ପାଇଁ ମଧ୍ୟ ତାଙ୍କୁ ଟିକେଟ୍ ନମିଳିବା କାରଣରୁ ସେ ଦଳ ଉପରେ ଭରଷା ଛାଡିଛନ୍ତି । ଆଜି ଦଳର ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ପୂର୍ବରୁ ୨୦୦୯ ଏବଂ ୨୦୧୪ ମସିହାରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ ମସିହାରେ ଚାଙ୍କୁ ଟିକେଟରୁ ବଞ୍ଚିତ କରାଯାଇଥିଲା । ଆସନ୍ତା ନିର୍ବାଚନ ପାଇଁ ଟିକେଟ୍ ମିଳିବା ନେଇ ସେ ଆଶା ରଖିଥିଲେ ମଧ୍ୟ ବିଜେଡି ପକ୍ଷରୁ ତାଙ୍କୁ ଅବହେଳା କରାଗଲା ବୋଲି ସେ ଅଭିଯୋଗ ଆଣି ଦଳ ଛାଡ଼ିଛନ୍ତି । ତେବେ ବିଜୟ ଏଥର ସ୍ୱାଧିନ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି ।

Also Read- ଘସିପୁରାରୁ ଲଢିବେ ସୌମ୍ୟରଞ୍ଜନ ପଟ୍ଟନାୟକ ? ନିଜେ ମୁହଁ ଖୋଲିଲେ

Also Read- Crime News: ଲାଞ୍ଚ ନେଇ ଫସିଲେ ବେଲଗାଁ ଏଆରଆଇ, ଗିରଫ କଲା ଭିଜିଲାନ୍ସ