General Election 2024 : କମୁଛି ମତଦାନ ହାର, ଚିନ୍ତାରେ ବିଜେପି
Advertisement
Article Detail0/zeeodisha/odisha2239045

General Election 2024 : କମୁଛି ମତଦାନ ହାର, ଚିନ୍ତାରେ ବିଜେପି

ଭୁବେନଶ୍ୱର: ଲଗାତାର ଭାବେ ତୃତୀୟ ପର୍ଯ୍ୟାୟ ମତଦାନରେ ମଧ୍ୟ ଭୋଟିଂ ହାର କମିଛି। ପୂର୍ବ ନିର୍ବାଚନର ମତଦାନ ହାରକୁ  ତୁଳନା କଲେ ଏହା ସ୍ପଷ୍ଟ ହୋଇଛି। ଏନେଇ ବିଜେପି ଓ ଏନ୍‍ଡିଏ ଚିନ୍ତାରେ ପଡ଼ିଛି। ବିଶେଷକରି ବିଭିନ୍ନ ସ୍ଥାନରେ ଦଳର କର୍ମୀଙ୍କୁ ଅସନ୍ତୁଷ୍ଟ କରି ବାହାରୁ ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରାଯିବା ଦ୍ୱାରା ଦଳରେ ଅ

General Election 2024 : କମୁଛି ମତଦାନ ହାର, ଚିନ୍ତାରେ ବିଜେପି

General Election 2024 : ଭୁବେନଶ୍ୱର: ଲଗାତାର ଭାବେ ତୃତୀୟ ପର୍ଯ୍ୟାୟ ମତଦାନରେ ମଧ୍ୟ ଭୋଟିଂ ହାର କମିଛି। ପୂର୍ବ ନିର୍ବାଚନର ମତଦାନ ହାରକୁ  ତୁଳନା କଲେ ଏହା ସ୍ପଷ୍ଟ ହୋଇଛି। ଏନେଇ ବିଜେପି ଓ ଏନ୍‍ଡିଏ ଚିନ୍ତାରେ ପଡ଼ିଛି। ବିଶେଷକରି ବିଭିନ୍ନ ସ୍ଥାନରେ ଦଳର କର୍ମୀଙ୍କୁ ଅସନ୍ତୁଷ୍ଟ କରି ବାହାରୁ ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରାଯିବା ଦ୍ୱାରା ଦଳରେ ଅଳସୁଆମୀ ବଢ଼ିଯାଇଥିବା ଚର୍ଚ୍ଚା ହେଉଛି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୪ ଲୋକସଭା ଆସନ ଲାଗି ଭୋଟ ଗ୍ରହଣ ରହିଛି। ଏଣୁ କିପରି ଭୋଟର ଓ କର୍ମୀଙ୍କୁ କ୍ରିୟାଶୀଳ କରାଯାଇ ରେକର୍ଡ ଭୋଟ୍‍ ଗ୍ରହଣ କରାଯିବ ସେଥିଲାଗି ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। 

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଆସନ ଲାଗି ଭୋଟଗ୍ରହଣ କରାଯାଇଥିଲା। ଏଥିରେ ସମୁଦାୟ ୬୪.୪ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି। ୨୦୧୯ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ୬୭.୩୩ ପ୍ରତିଶତ ଭେଟ୍‍ ହୋଇଥିଲା। ଅର୍ଥାତ୍‍ ୨.୯ ପ୍ରତିଶତ ଭୋଟ୍‍ ହାର ହ୍ରାସ ପାଇଛି। 
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ମଧ୍ୟ ସମାନ ପରିସ୍ଥିତି ଲକ୍ଷ୍ୟ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ୧୦୨ ଆସନ ଲାଗି ଭୋଟ ଗ୍ରହଣ କରାଯାଇଥିଲା। ସେତେବେଳେ  ମତଦାନ ହାର ୬୬.୧୪ ପ୍ରତିଶତ   ହୋଇଥିଲା। ୨୦୧୯ ନିର୍ବାଚନ ଅପେକ୍ଷା ଏହା ୪ ପ୍ରତିଶତ କମ୍‍। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୮୮ଟି ଆସନ ଲାଗି େଭାଟଗ୍ରହଣ କରାଯାଇଥିଲା। ସେତେବଳେ ଭୋଟିଂ ହାର ୬୬.୭୧ ପ୍ରତିଶତ ଥିବା କୁହାଯାଇଛି। ୨୦୧୯ ଅପେକ୍ଷା ଏହା ୩ ପ୍ରତିଶତ କମ୍‍। 

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ନେତାମାନେ ବାରମ୍ବାର ଭୋଟ ଦେବାକୁ ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। କିନ୍ତୁ ଭୋଟିଂ ବେଳେ କମ୍‍ ଲୋକ ଘର ବାହାରକୁ ଆସିବା ନେଇ ଉଭୟ ଶାସକ ଓ ବିରୋଧିଙ୍କ ଭିତରେ ସଂଶୟ ସୃଷ୍ଟି କରିଛି। ଅନେକ ସମୟରେ ଏହି କମ୍‍ ଭୋଟିଂ ଭୋଟରଙ୍କ ଅତ୍ୟଧିକ ଆତ୍ମବିଶ୍ୱାସର ପରିଚୟ ହୋଇପାରେ। ଯାହା ପରବର୍ତ୍ତୀ ସମୟରେ ଶାସକ ପାର୍ଟିକୁ  ପ୍ରଭାବିତ କରିବ। ଏପରିକି ବରିଷ୍ଠ ନେତା ଜଶଓ୍ୱନ୍ତ ସିଂହ ମଧ୍ୟ ୨୦୦୪ ଫଳର ପୁନର୍ବାର ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। 

ଅପରପକ୍ଷେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଭୋଟର ବାହାରକୁ ବାହାରୁ ନଥିବା କୁହାଯାଇଛି। ପୁଣି ଭାରତୀୟ ଇତିହାସକୁ ଦେଖିଲେ ମତଦାନ ସବୁବେଳେ ୬୦ ବା ତା ତଳକୁ ହୋଇଥାଏ। କିଛି ବର୍ଷ ଏଏଥିରେ ବ୍ୟତିକ୍ରମ ହୋଇଥାଏ। ଏଣୁ ଏହାର ପ୍ରଭାବ ସରକାର ଗଠନରେ କିଛି ପ୍ରଭାବ ପକାଇବ ନାହିଁ ବୋଲି କିଛି ରାଜନୀତିକ ବିଶେଷଜ୍ଞ କହିଛନ୍ତି।
ଓଡ଼ିଶାରେ ବିଜେପି ଏଥର କିଛି ଅଧିକ ଆଶା କରିଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍‍ ମେ’ ୧୩ ତାରିଖରେ ଓଡ଼ିଶା ପ୍ରଥମଥର ଲାଗି ଭୋଟ ଦେବାକୁ ଯାଉଛି। କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ଲୋକସଭା ଆସନ ଲାଗି ଭୋଟ ଗ୍ରହଣ କରାଯିବ। ଏଠାରେ ଦୀର୍ଘ କାଳ ରାଜ୍ୟରେ ଶାସନ କରୁଥିବା ବିଜେଡି ବିରୁଦ୍ଧରେ ଥିବା ଆସ୍ଥା ବିରୋଧୀ ଭୋଟ ଏବଂ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ଦଳ ଅଧିକ ଭୋଟ ଆଶା କରିଛି। ଏଣୁ ଦଳ ପକ୍ଷରୁ ମାରାଥନ ପ୍ରଚାର ଲାଗି ମାଳ ମାଳ କେନ୍ଦ୍ରୀୟ ନେତାଙ୍କ ଭିଡ଼ ଦେଖିବାକୁ ମିଳୁଛି। ଆଜି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ସାଏ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଓଡ଼ିଶାରେ ପ୍ରଚାର ଶୋଭାଯାତ୍ରା କରିବେ। ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶାଗସ୍ତରେ ଆସି ଦୁଇଦିନ ରହିବେ। ଏହାଙ୍କ ସହ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶାରେ ଗଲା କିଛିଦିନ ହେଲା ରହିଛନ୍ତି। ସାଂଗଠନିକ ମଜଭୁତି ତଥା କର୍ମୀଙ୍କୁ କ୍ରିୟାଶୀଳ କରିବା ଲାଗି ଏହି ମାରାଥନ ପ୍ରଚାର ଓ ଗସ୍ତ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି।