ଉଦ୍ଧବ ଠାକରେଙ୍କୁ 'ମାଫିଆ' କହିବାରୁ ରାଗିଲେ ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକ, ବିଜେପିକୁ ଦେଲେ ଚେତାବନୀ
Advertisement
Article Detail0/zeeodisha/odisha1250877

ଉଦ୍ଧବ ଠାକରେଙ୍କୁ 'ମାଫିଆ' କହିବାରୁ ରାଗିଲେ ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକ, ବିଜେପିକୁ ଦେଲେ ଚେତାବନୀ

Maharashtra Politics: ସେ ଆହୁରି ମଧ୍ୟ କହିଛନ୍ତି, ଉଦ୍ଧବ ଠାକରେଙ୍କ ବିରୋଧରେ ସୋମୌୟାଙ୍କ ସମାଲୋଚନା ବିଷୟରେ ଆମେ ଫଡନାଭିସଙ୍କୁ ଅବଗତ କରାଇଛୁ । ଆଶା କରୁଛି ଫଡନାଭିସ୍ ସୋମୌୟାଙ୍କୁ କହିବେ ଉଦ୍ଧବ ଠାକରେଙ୍କ ବିରୋଧରେ ବ୍ୟକ୍ତିଗତ ମନ୍ତବ୍ୟ ନ କରନ୍ତୁ । ଯାହା ହୋଇଛି ଆମକୁ ପସନ୍ଦ ନୁହେଁ ।

ଉଦ୍ଧବ ଠାକରେଙ୍କୁ 'ମାଫିଆ' କହିବାରୁ ରାଗିଲେ ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକ, ବିଜେପିକୁ ଦେଲେ ଚେତାବନୀ

ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ରର ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଶିବସେନାରେ ବିଦ୍ରୋହ ପରେ ଉଦ୍ଧବ ଠାକରେ (Uddhav Thackeray) ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ବର୍ତ୍ତମାନ ରାଜ୍ୟରେ ଏକନାଥ ସିନ୍ଦେ (Eknath Shinde) ଙ୍କ ନେତୃତ୍ୱରେ ବିଜେପି (BJP) ଓ ଶିବସେନାର ବିଦ୍ରୋହୀ ଗୋଷ୍ଠୀର ସରକାର ଚାଲିଛି । ଏହି ସମୟରେ ବିଜେପି ନେତା କିରିଟ ସୋମୌୟା (Kirit Somaiya) ଙ୍କ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । ଯାହା ପରେ ଏକନାଥ ସିନ୍ଦେ କ୍ୟାମ୍ପ (Shinde Camp) ଓ ବିଜେପି ମଧ୍ୟରେ ଫାଟ ଦେଖାଦେଇଛି । ସିନ୍ଦେ କ୍ୟାମ୍ପ ମୁଖପାତ୍ର ଦୀପକ କେସରକର ଓ ବୁଲଢାନା ବିଧାୟକ ସଞ୍ଜୟ ଗାୟକୱାଡ ସୋମୌୟାଙ୍କୁ କଟାକ୍ଷ କରି ଉଦ୍ଧବ ଠାକରେଙ୍କୁ ଟାର୍ଗେଟ ନକରିବାକୁ ବିଜେପିକୁ ଚେତାବନୀ ଦେଇଛନ୍ତି । ଗାଇକୱାଡ କହିଛନ୍ତି ଯେ, ସେମାନଙ୍କୁ ସରକାରଙ୍କୁ ନେଇ ଚିନ୍ତା ନାହିଁ, କିନ୍ତୁ ଠାକରେଙ୍କ ବିରୋଧରେ କୌଣସି ବ୍ୟକ୍ତିଗତ ଆକ୍ରମଣକୁ ବରଦାସ୍ତ କରିବେ ନାହିଁ ।

କେସରକର ଓ ଗାୟକୱାଡ଼ ସୋମୌୟାଙ୍କ ସେହି ଟ୍ୱିଟ ଉପର ରାଗିଛନ୍ତି, ଯେଉଁଥିରେ ସେ କହିଥିଲେ ଯେ, "ରିକ୍ସାୱାଲଙ୍କ ସିଏମ ଏକନାଥ ସିନ୍ଦେଙ୍କ ସହ ଆଜି ମନ୍ତ୍ରଣାଳୟରେ ନୀଲ ସୋମୌୟା ସାକ୍ଷାତ କରିଛନ୍ତି ଓ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମାଫିଆ ସିଏମ୍ ବଦଳାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।"

ସିନ୍ଦେ କ୍ୟାମ୍ପ ମୁଖପାତ୍ର କେସରକର କହିଛନ୍ତି ଯେ, "ସୋମୌୟାଙ୍କ ଦ୍ୱାରା ଉଦ୍ଧବ ଠାକରେଙ୍କ ବିରୋଧରେ ବ୍ୟବହୃତ ଶବ୍ଦ ସହ ଆମେ ସହମତ ନୁହଁ । ଏହିପରି ଶବ୍ଦ ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏହା ଉପରେ କୌଣସି ମନ୍ତବ୍ୟ ଦେବାର ଆବଶ୍ୟକତା ନାହିଁ । ମୁଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅନ୍ୟ ବିଧାୟକମାନଙ୍କୁ ଉଦ୍ଧବ ଠାକରେଙ୍କୁ ସମାଲୋଚନା ନକରିବାକୁ କିମ୍ବା କୌଣସି ବୟାନ ନଦେବାକୁ ଅନୁରୋଧ କରିସାରିଛି ।" 

ସେ ଆହୁରି ମଧ୍ୟ କହିଛନ୍ତି, ଉଦ୍ଧବ ଠାକରେଙ୍କ ବିରୋଧରେ ସୋମୌୟାଙ୍କ ସମାଲୋଚନା ବିଷୟରେ ଆମେ ଫଡନାଭିସଙ୍କୁ ଅବଗତ କରାଇଛୁ । ଆଶା କରୁଛି ଫଡନାଭିସ୍ ସୋମୌୟାଙ୍କୁ କହିବେ ଉଦ୍ଧବ ଠାକରେଙ୍କ ବିରୋଧରେ ବ୍ୟକ୍ତିଗତ ମନ୍ତବ୍ୟ ନ କରନ୍ତୁ । ଯାହା ହୋଇଛି ଆମକୁ ପସନ୍ଦ ନୁହେଁ ।

ଅନ୍ୟପଟେ ସୋମୌୟାଙ୍କ କଟୁ ସମାଲୋଚକ ଗାୟକୱାଡ ଚେତାବନୀ ଦେଇଛନ୍ତି ଯେ ସେ ଠାକରେ ପରିବାର ବିରୋଧରେ ସମାଲୋଚନାକୁ ବରଦାସ୍ତ କରିବେ ନାହିଁ । ସୋମୌୟା ମନେ ରଖିବା ଉଚିତ ଯେ ଠାକରେ ପରିବାର ଉପରେ ତାଙ୍କ ଆକ୍ରମଣକୁ ଆମେ ବରଦାସ୍ତ କରିବୁ ନାହିଁ । ଯଦି ସୋମୌୟା ଠାକରେ ପରିବାର ବିରୁଦ୍ଧରେ ନିଜର ବୟାନ ଦେବା ଜାରି ରଖନ୍ତି, ତେବେ ଆମେ କ୍ଷମତା ବିଷୟରେ ଚିନ୍ତା କରିବୁ ନାହିଁ ।

ଏହା ବି ପଢ଼ନ୍ତୁ:-'...ଏହା ଭଗବାନଙ୍କ ଇଚ୍ଛା' ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମା' ଏହା କହି ଝିଅ ପାଇଁ ଛାଡ଼ିଲେ YSR କଂଗ୍ରେସ

ଏହା ବି ପଢ଼ନ୍ତୁ:-ଫସିଲେ ଦିଦି!

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା! ମିଳିବ ୧୮ ମାସର DA ବକେୟା ରାଶି

ସେ ଆଗକୁ କହିଛନ୍ତି ଯେ, "କିରିଟ ସୋମୌୟା ଭାବିବା ଉଚିତ ନୁହେଁ ଯେ ବିଧାୟକମାନେ ଶିବସେନା ଠାରୁ ଅଲଗା ହୋଇଯାଇଛନ୍ତି କିମ୍ବା ଏକ ପୃଥକ ଦଳ ଗଠନ କରିଛନ୍ତି । ଆମେ ଶିବସେନା । ସୋମୌୟା ଭାବିବା ଉଚିତ୍ ନୁହେଁ ଯେ ଆମେ ବାଲାସାହେବ ଠାକରେ, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେଙ୍କ ପ୍ରତି ଆମର ବିଶ୍ୱସ୍ତତା ଛାଡି ଦେଇଛୁ ଏବଂ ସେମାନଙ୍କ ଉପରେ ଅଭିଯୋଗ ଆଣି ଅଲଗା ହୋଇଯିବୁ ।"