ଠାକରେ ନା ସିନ୍ଦେ, କାହାର ହେବ ଶିବସେନା? ଜାଣନ୍ତୁ ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତି କେମିତି ବଦଳାଇଦେବ ମହାରାଷ୍ଟ୍ରର ରାଜନୀତି
Advertisement
Article Detail0/zeeodisha/odisha1252555

ଠାକରେ ନା ସିନ୍ଦେ, କାହାର ହେବ ଶିବସେନା? ଜାଣନ୍ତୁ ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତି କେମିତି ବଦଳାଇଦେବ ମହାରାଷ୍ଟ୍ରର ରାଜନୀତି

Maharashtra Politics Supreme Court:  ସବୁଠାରୁ ବଡ଼ ପ୍ରସଙ୍ଗ ୧୬ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତାକୁ ନେଇ ଚାଲିଛି । ଯେହେତୁ ଏକନାଥ ସିନ୍ଦେ ତାଙ୍କ ସମର୍ଥକ ବିଧାୟକଙ୍କ ସହ ଉଦ୍ଧବ ସରକାରକୁ ଭାଙ୍ଗିଛନ୍ତି, ସେମାନଙ୍କ ଉପରେ ଅଯୋଗ୍ୟର ଖଣ୍ଡା ଝୁଲୁଛି । 

ଠାକରେ ନା ସିନ୍ଦେ, କାହାର ହେବ ଶିବସେନା? ଜାଣନ୍ତୁ ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତି କେମିତି ବଦଳାଇଦେବ ମହାରାଷ୍ଟ୍ରର ରାଜନୀତି

ନୂଆଦିଲ୍ଲୀ: Maharashtra Politics Supreme Court: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଂଗ୍ରାମର ପରିଣାମ କ'ଣ ରହିବ, ତାହା ଆଜି ସୁପ୍ରିମକୋର୍ଟ (Supreme Court) ସ୍ଥିର କରିବେ । ଉଦ୍ଧବ ଠାକରେ (Uddhav Thackeray) ଓ ତାଙ୍କ ସହାୟକ ଗୋଷ୍ଠୀ ତରଫରୁ ସୁପ୍ରିମକୋର୍ଟରେ ମୋଟ ଦୁଇଟି ପିଟିସନ ଦାଖଲ କରାଯାଇଛି । ପ୍ରଥମ ଆବେଦନ ତ ପୁରୁଣା ଯେଉଁଥିରେ ୧୬ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ନିଷ୍ପତ୍ତି ନିଆଯିବ, ଦ୍ୱିତୀୟ ଆବେଦନ ଶୁକ୍ରବାର ଦାଖଲ କରାଯାଇଥିଲା । ଏହି ଆବେଦନରେ ରାଜ୍ୟପାଳଙ୍କ ଜୁନ ୩୦ର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି, ଯାହା ଅନ୍ତର୍ଗତ ଏକନାଥ ସିନ୍ଦେ (Eknath Shinde) ଙ୍କୁ ସରକାର ଗଠନ ପାଇଁ ଡକାଯାଇଥିଲା । ବର୍ତ୍ତମାନ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବାର ଅଛି ।

ସବୁଠାରୁ ବଡ଼ ପ୍ରସଙ୍ଗ ୧୬ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତାକୁ ନେଇ ଚାଲିଛି । ଯେହେତୁ ଏକନାଥ ସିନ୍ଦେ ତାଙ୍କ ସମର୍ଥକ ବିଧାୟକଙ୍କ ସହ ଉଦ୍ଧବ ସରକାରକୁ ଭାଙ୍ଗିଛନ୍ତି, ସେମାନଙ୍କ ଉପରେ ଅଯୋଗ୍ୟର ଖଣ୍ଡା ଝୁଲୁଛି । ପ୍ରଥମ ଶୁଣାଣି ସମୟରେ ବିଦ୍ରୋହୀ ବିଧାୟକମାନେ ଜୁଲାଇ ୧୧ ପର୍ଯ୍ୟନ୍ତ ଅତିରିକ୍ତ ସମୟ ପାଇଥିଲେ, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା, କିନ୍ତୁ ବର୍ତ୍ତମାନ ନିଷ୍ପତ୍ତି ସମ୍ଭବ । ଏହି ଗୋଟିଏ ନିଷ୍ପତ୍ତି ମହାରାଷ୍ଟ୍ର ରାଜନୀତିରେ ଅନେକ ଜିନିଷ ସ୍ଥିର କରିବ । ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନୂତନ ସରକାର ମନ୍ତ୍ରଣାଳୟ ବଣ୍ଟନ କରିନାହାଁନ୍ତି, କୌଣସି କ୍ୟାବିନେଟ ବିସ୍ତାର କରାଯାଇ ନାହିଁ ।

ଏହା ପୂର୍ବରୁ ପ୍ରଥମ ଶୁଣାଣିରେ କୋର୍ଟ ବିଭିନ୍ନ ପକ୍ଷଙ୍କୁ ନିଜର ଜବାବ ଦାଖଲ କରିବାକୁ କହିଥିଲେ । ରାଜ୍ୟରେ ଏମଏଲସି ନିର୍ବାଚନ ପରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା ବିଧାୟକ ବିଦ୍ରୋହ କରିଥିଲେ । ପ୍ରାୟ ୪୦ ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ସହ ପ୍ରଥମେ ସୁରଟ ଓ ପରେ ଗୋଆରେ ଏକ ହୋଟେଲରେ ରହିଥିଲେ । ଦାବି କରାଯାଇଥିଲା କି ମହାବିକାଶ ଅଘାଡ଼ି ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି ।

ଏହା ପରେ ମହାରାଷ୍ଟ୍ର ବିଧାନସଭାର ଡେପୁଟି ବାଚସ୍ପତି ବିଦ୍ରୋହୀ ଶିବସେନା ଦଳର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଯାହା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ପାଖରେ ପହଞ୍ଚିଥିଲେ । ଏହି ଗୋଷ୍ଠୀ କହିଥିଲା ଯେ ଉପବାଚସ୍ପତି ଜବାବ ଦେବାକୁ ବିଧାୟକମାନଙ୍କୁ ଖୁବ୍ କମ୍ ସମୟ ଦେଇଛନ୍ତି । ଏଥି ସହିତ, ଯେତେବେଳେ ଉପବାଚସ୍ପତି ନିଜେ ଏକ ଅବିଶ୍ୱାସ ପ୍ରସ୍ତାବର ସମ୍ମୁଖୀନ ହେଉଛନ୍ତି, ସେତେବେଳେ ସେ ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ ।

ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କ ନୋଟିସକୁ ଜୁଲାଇ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ଓ ତାଙ୍କୁ ନିଜର ପକ୍ଷ ରଖିବାକୁ କୁହାଯାଇଥିଲା । ଏହା ପରେ ବିଜେପି ଅଘାଡ଼ି ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତାବ ଦେଇଥିଲା ଓ ପରେ ଉଦ୍ଧବ ଠାକରେ ସିଏମ ପଦରୁ ଇସ୍ତଫା ଦେଇଥିଲେ । ଏହାଦ୍ୱାରା ଅଘାଡ଼ି ସରକାରର ପତନ ଘଟିଥିଲା ଓ ରାଜ୍ୟରେ ବିଜେପିର ସମର୍ଥନରେ ସିନ୍ଦେ ଗୋଷ୍ଠୀ ସରକାର ଗଠନ କରିଥିଲେ ।

ଏହା ବି ପଢ଼ନ୍ତୁ:-ଶ୍ରୀଲଙ୍କାକୁ ପଠାଯିବ ଭାରତୀୟ ସେନା? ହାଇ କମିଶନ ଜାରି କଲେ ବୟାନ

ଏହା ବି ପଢ଼ନ୍ତୁ:-ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣି ଲାଗିବ ବଡ଼ ଝଟକା!

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ଗୋଟିଏ ଫୋନ କଲ୍ ଚୀନକୁ କରିଦେଲା ବିବ୍ରତ

 

ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା । ଏହା ପରେ ଉଦ୍ଧବ ଠାକରେଙ୍କ ଦ୍ୱାରା ଆଉ ଏକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା, ଆସ୍ଥା ଭୋଟ ପରୀକ୍ଷାରେ ସେହି ୧୬ ଜଣ ବିଧାୟକଙ୍କ ଭୋଟକୁ ବିରୋଧ କରି ଯାହାର ଯୋଗ୍ୟତା କୋର୍ଟରେ ବିଚାରାଧୀନ ଅଛି । ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ ଜୁଲାଇ ୧୧ରେ ଏହି ଆବେଦନ ଶୁଣାଣି କରିବାକୁ ଆଦେଶ ଦେଇଥିଲା ।

ବର୍ତ୍ତମାନ ଉଭୟ ପକ୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । ନୂତନ ସରକାରରେ କ୍ୟାବିନେଟ୍ ଓ ବିଭାଗର ବଣ୍ଟନ ମଧ୍ୟ ଏହା ପରେ ହେବ ବୋଲି କୁହାଯାଉଛି ।