Soumya Ranjan Patnaik: ଆଜି ବିଜେପିରେ ଯୋଗ ଦେଇପାରନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ
Advertisement
Article Detail0/zeeodisha/odisha2229748

Soumya Ranjan Patnaik: ଆଜି ବିଜେପିରେ ଯୋଗ ଦେଇପାରନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ

ଏଥର ସେ ଘସିପୁରାରୁ କିନ୍ତୁ ପ୍ରାର୍ଥୀ ହୋଇ ନାହାନ୍ତି। ଏଣୁ ବିଜେପି ପ୍ରାର୍ଥୀ ହେଲା ପରିବାରର ଭୋଟ ତାଙ୍କୁ ବିଜୟରେ ସହାୟକ ହେବେ ବୋଲି ଆଶା କରାଯାଇଛି।

Soumya Ranjan Patnaik: ଆଜି ବିଜେପିରେ ଯୋଗ ଦେଇପାରନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ

Soumya Ranjan Patnaik: ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହେଇଥିବା ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଜେପିରେ ଯୋଗ ଦେଇପାରନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଏଥିଲାଗି ଏକ ବିଶେଷ ଆୟୋଜନ କରାଯାଇଛି। ଯୋଗ ଦେଲାପରେ ସେ ଘସିପୁରା ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। 

ଶ୍ରୀ ପଟ୍ଟନାୟକ ଗତ କିଛିଦିନ ତଳେ ଓଡ଼ିଆ ଅସ୍ମିତା ଓ ଜଣେ ଅଧିକାରୀଙ୍କ ପାଖରେ କିପରି ଓଡ଼ିଶା ଶାସନ ବନ୍ଧା ପଡ଼ିଛି ସେ ବିଷୟରେ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲେ। ଏହାକୁ କେନ୍ଦ୍ର କରି ବିଜେଡି ପକ୍ଷରୁ ତାଙ୍କ ବିରୁଦ୍ଧରେ ଅନେକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏପରିକି ତାଙ୍କୁ ସମ୍ବାଦର ସମ୍ପାଦକ ପଦବୀ ମଧ୍ୟ ଛାଡ଼ିବାକୁ ପଡ଼ିଥିଲା। ଦଳରୁ ବହିଷ୍କାର ହୋଇଥିବା ଏହି ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ବିଧାୟକ ଏବେ ବିଜେପିରେ ଯୋଗ ଦେବାକୁ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। 

ଶ୍ରୀ ପଟ୍ଟନାୟକ ଏ ବାବଦରେ ଗତକାଲି ଘଟଗାଁରେ ସୂଚନା ଦେଇଥିଲେ। ତାଙ୍କୁ ବିଜେପି ପ୍ରାର୍ଥୀ କରିବାକୁ ଚାହୁଁଥିବା ନେଇ ସେ ଇଙ୍ଗିତ କରିଥିଲେ। ଏପରିକି ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ ସାରିଲା ପରେ ଶ୍ରୀ ପଟ୍ଟନାୟକ ଘସିପୁରା ବିଧାନସଭା ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲିବା ସହ ସ୍ଥାନୀୟ ସମ୍ବର୍ଦ୍ଧନା ପାଇଥିଲେ। 
କେନ୍ଦୁଝର ଜିଲ୍ଲାର ଏହି ନିର୍ବରଚନ ମଣ୍ଡଳୀରୁ ୨୦୦୯ ମସିହାରୁ କ୍ରମାଗତ ଭାବେ ବିଜେଡି ବିଜୟୀ ହୋଇ ଆସୁଛନ୍ତି। ବଦ୍ରି ନାରାୟଣ ପାତ୍ର ଲେକାଙ୍କ ଭୋଟ ଅକ୍ତିଆର କରି ଚାଳିଛନ୍ତି। କିନ୍ତୁ ଏଥର ଆସ୍ଥା ବିରୋଧୀ ଭୋଟ ତାଙ୍କ ବିଜୟ ଆଶାକୁ କ୍ଷୀଣ କରିବା ଆଶଙ୍କା ରହିଛି। ଅପରପକ୍ଷେ ଏହି ନିର୍ବାଚନ ମଣ୍ଡଳୀରୁ ସୌମ୍ୟଙ୍କ ଭାଇ ନିରଞ୍ଜନ କ୍ରମାଗତ ଭାବେ ପ୍ରାର୍ଥୀ ହୋଇ ଆସିଛନ୍ତି। କଂଗ୍ରେସରୁ ଲଢ଼ି ସେ ବଦ୍ରି ନାରାୟଣଙ୍କୁ ଟକ୍କର ଦେଇ ଆସିଛନ୍ତି। ଏଥର ସେ ଘସିପୁରାରୁ କିନ୍ତୁ ପ୍ରାର୍ଥୀ ହୋଇ ନାହାନ୍ତି। ଏଣୁ ବିଜେପି ପ୍ରାର୍ଥୀ ହେଲା ପରିବାରର ଭୋଟ ତାଙ୍କୁ ବିଜୟରେ ସହାୟକ ହେବେ ବୋଲି ଆଶା କରାଯାଇଛି।