ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ଡ୍ରୋନ ମନା
Advertisement
Article Detail0/zeeodisha/odisha2238323

ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ଡ୍ରୋନ ମନା

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବା ତାଙ୍କର କାର୍ଯ୍ୟକ୍ରମ ସ୍ଥଳରେ କୌଣସି ମିଡିଆ ବା ଇଭେଣ୍ଟ କମ୍ପାନୀ ଡ୍ରୋନ୍‍ ଉଡ଼ାଇପାରିବେ ନାହିଁ। ସୁରକ୍ଷା ଦୃଷ୍ଟିକୋଣରୁ ଏହି ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟଗୁଇନ୍ଦା ନିର୍ଦ୍ଦେଶକ। ଏହାସହ ଏକ ବାର୍ତ୍ତା ଜରିଆରେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏନେଇ ସମସ୍ତ ଗଣମାଧ୍ୟମକୁ ଜଣାଇ ଦେବାକୁ ଉଲ୍ଳେଖ କରାଯାଇଛି। ଏସ୍‍ପି ଓ ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି। 

ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ଡ୍ରୋନ ମନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବା ତାଙ୍କର କାର୍ଯ୍ୟକ୍ରମ ସ୍ଥଳରେ କୌଣସି ମିଡିଆ ବା ଇଭେଣ୍ଟ କମ୍ପାନୀ ଡ୍ରୋନ୍‍ ଉଡ଼ାଇପାରିବେ ନାହିଁ। ସୁରକ୍ଷା ଦୃଷ୍ଟିକୋଣରୁ ଏହି ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟଗୁଇନ୍ଦା ନିର୍ଦ୍ଦେଶକ। ଏହାସହ ଏକ ବାର୍ତ୍ତା ଜରିଆରେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏନେଇ ସମସ୍ତ ଗଣମାଧ୍ୟମକୁ ଜଣାଇ ଦେବାକୁ ଉଲ୍ଳେଖ କରାଯାଇଛି। ଏସ୍‍ପି ଓ ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି। 

ଏକ ପତ୍ରରେ ଗୁଇନ୍ଦା ନିର୍ଦ୍ଦେଶକ ଜଣାଇଛନ୍ତି ଯେ, ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶାଗସ୍ତରେ ଆସିବେ। ତାଙ୍କର ଏହି ଗସ୍ତବେଳେ ସେ ଭୁବନେଶ୍ୱରରେ ଶୋଭାଯାତ୍ରାରେ ଯୋଗ ଦେଇପାରନ୍ତି। ୧୧ ତାରିଖ ଦିନ ସା କନ୍ଧମାଳ, ବରଗଡ଼ ଏବଂ ବଲାଙ୍ଗୀରରଠାରେ ନିର୍ବାଚନ ସଭାକୁ ସମ୍ବୋଧନ କରିପାରନ୍ତି। କିନ୍ତୁ ଅନେକ ସମୟରେ ଦେଖା ଦେଇଛି ଯେ, ଏହିଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଗଭସ୍ତ ସମୟରେ ଗଣମାଧ୍ୟମ ଓ କିଛି ଇଭେଣ୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଫଟୋ ଓ ଭିଡିଓ ଉତ୍ତୋଳନ ପାଇଁ ଡ୍ରୋନ ବ୍ୟବହାର କରାଯାଉଛି। ଏହା ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏପରି ଡ୍ରୋନ ବ୍ୟବହାରକୁ ବାରଣ କରାଯାଇଛି। ଏଥିନେଇ ଜିଲ୍ଲାପାଳ ମାନଙ୍କୁ ଆବଶ୍ୟକ ସୂଚନା ଜାରି କରିବାକୁ କୁହାଯାଇଛି।

ଏହି ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ମାନେ ସମ୍ପୃକ୍ତ ଅଞ୍ଚଳରେ ବଡ଼ ବଡ଼ ଅକ୍ଷରରେ ‘ଉଡାଣ ବାରଣ ଅଞ୍ଚଳ’ ତଥା ‘ନେ ଫ୍ଲାଇଂ ଜୋନ୍‍ ଲେଖିବାକୁ କୁହାଯାଇଛି। ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ଏବାବଦରେ ଚିଠି ଲେଖାଯାଇଛି।

Also Read- Shukra Gochar 2024: ବୃହସ୍ପତି-ଶୁକ୍ରଙ୍କ ମହା-ମିଳନ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ଧନଲାଭ ସହ ପାଇବେ ଖୁସି ଖବର !

Also Read- Amarnath Yatra 2024: ଅମରନାଥଙ୍କ କାହାଣୀ ଶୁଣିଥିବା ପାରା ରହସ୍ୟ କ'ଣ? ଏବେ ବି ମିଳୁଛି ଦର୍ଶନ !