Odisha Congress: ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଦିଆଗଲା ସମ୍ବର୍ଦ୍ଧନା
Advertisement
Article Detail0/zeeodisha/odisha2176980

Odisha Congress: ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଦିଆଗଲା ସମ୍ବର୍ଦ୍ଧନା

Odisha Pradesh Congress Committee: ରାଜଧାନୀ ଭୁବନେଶ୍ୱର ଠାରେ ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଦଳୀୟ କର୍ମକର୍ତ୍ତା। 

Odisha Congress: ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଦିଆଗଲା ସମ୍ବର୍ଦ୍ଧନା

OPCC Campaign Committee Chairman: ବୁଧବାର (୨୭ ମାର୍ଚ୍ଚ) ସନ୍ଧ୍ୟାରେ ନବନିଯୁକ୍ତ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଠାରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଅଣାଯାଇଥିଲା। ଏନେଇ ପ୍ରଦେଶ ଯୁବ କଂଗ୍ରେସ ଏବଂ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନ ବନ୍ଦର ଛକ, ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟଟି ଛକ ଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ ନେତା କର୍ମୀ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। 

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚଲା ପରେ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ଡକ୍ଟର ବିଆର ଆମ୍ବେଦକର, ଇନ୍ଦିରା ଗାନ୍ଧୀ, ମଧୁ ବାବୁ, ପଣ୍ଡିତ ଗୋପବନ୍ଧୁ ଦାସ, କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ରାଷ୍ଟ୍ରନାୟକଙ୍କୁ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ହଜାର ହଜାର କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ଭକ୍ତ ଦାସ କହିଥିଲେ ଯେ ଆସନ୍ତା ଦିନରେ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବ। ଆସନ୍ତା ୨୦ ଦିନ ମଧ୍ୟରେ ସମଗ୍ର ରାଜ୍ୟରେ କଂଗ୍ରେସ ପ୍ରଚାର ଅତି ଦ୍ରୁତ ଗତିରେ ଆଗେଇଯିବ। ଜନସାଧାରଣ ଉଭୟ ବିଜେପି-ବିଜେଡ଼ି ମେଣ୍ଟ ସରକାରକୁ ୨୫ ବର୍ଷ ଧରି ରାଜ୍ୟରେ ଶାସନ କରିବାର ସୁଯୋଗ ଦେଲେ। ହେଲେ  ରାଜ୍ୟ କୌଣସି କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଲା ନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉତ୍କଟ। 

ରାଜ୍ୟର ମହିଳା ଆଦୌ ସୁରକ୍ଷିତ ନୁହଁନ୍ତି। ବେକାରୀ ସମସ୍ୟା ଆଜି ଶୀର୍ଷ ସ୍ତରରେ ପହଞ୍ଚିଛି। ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ବାହାରକୁ ଯାଉଛନ୍ତି। ବିଗତ ୨୪ ବର୍ଷ ଭିତରେ ରାଜ୍ୟର କୃଷକଙ୍କ ଆୟକୁ ବୃଦ୍ଧି କରାଯାଇ ପାରିଲା ନାହିଁ। ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଶିକ୍ଷା ପାନୀୟ ଜଳ, ରୋଜଗାର ସମସ୍ୟା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିଛି। ହେଲେ ଏହି ସରକାର କେବଳ ଗଣମାଧ୍ୟମରେ ବିକାଶ ହୋଇଛି ବୋଲି କହି ବାହା ବାହା ନେବାକୁ ପଛାଉ ନାହାଁନ୍ତି। ରାଜ୍ୟର ଜନସାଧାରଣ ଏବେ ସଜାଗ ହୋଇଛନ୍ତି। ସେମାନଙ୍କ ସମ୍ପର୍କ କେବଳ ରାଜ୍ୟର ସମ୍ପତ୍ତିକୁ ଲୁଟ କରିବା ପାଇଁ ହେଲେ ବିକାଶ ସେମାନଙ୍କ ଚିନ୍ତା ନାହିଁ। ଆଉ କେତେବର୍ଷ ଶାସନ କରିବା ପରେ ରାଜ୍ୟର ମୌଳିକ ସମସ୍ୟାକୁ ସମାଧାନ କରାଯାଇ ପାରିଥାନ୍ତା। ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାର ଯୁଗ ଶେଷ ହେଲା। ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ। ଯେଉଁମାନଙ୍କର କଂଗ୍ରେସ ନୀତି ଏବଂ ଆଦର୍ଶ ଉପରେ ବିଶ୍ୱାସ ଅଛି ସେମାନେ ଦଳକୁ ଫେରିଆସନ୍ତୁ।

ବୁଧବାର ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପିସିସି ଉପସଭାପତି ଶିବାନନ୍ଦ ରାୟ, ରମେଶ ଜେନା, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ନକୁଳ ନାୟକ, ବିଶ୍ୱଜିତ ଦାଶ, ରଣଜିତ ପାତ୍ର, ୟାସିର ନୱାଜ, ଅମିୟ ପାଣ୍ଡବ, ବଳଭଦ୍ର ମାଝୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ହଳଧର ସେଠୀ, ରଜନୀ ମହାନ୍ତି, ନିପନ ଦାସ, ସଂକୁନା କହଁର, ଶ୍ରୀୟାସ୍ମିତା ପଣ୍ଡା, ସୁଦର୍ଶନ ଦାସ, ଦୀପକ ମହାପାତ୍ର, ପଦ୍ମାକର ଗୁରୁ, ଶୁଭଦ୍ରା ମିଶ୍ର, ସ୍ନେହା ଜେନା, ପ୍ରଶାନ୍ତ ଚମ୍ପତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମନୋରଞ୍ଜନ ରାଉତରାୟ, ନିହାର ବେହେରା, ଶାନ୍ତାୟନ ମିଶ୍ର, ଶିଶିର ରଥ, ବଟକୃଷ୍ଣ ରାଉତରାୟ, ବିରଞ୍ଚି ବାରିକ, ଅମରେଶ ପରିଡ଼ା, ବିକାଶ ପଶୁପାଳକ, ବଳରାମ ନନ୍ଦ, ସୁଦିପ ସାମଲ, ମହମ୍ମଦ ପରଭେଜ, ସୁନିଲ ସାହୁ ଗାନ୍ଧୀ, କାର୍ତିକେଶ୍ୱର କାଣ୍ଡି, ଉଦ୍ଦିତ ପ୍ରଧାନ, ସ୍ପନ୍ଦନ ସ୍ୱାଇଁ, ସାଗର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।