Odisha Election 2024: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ଲଢିବେ ସାରଦା ପ୍ରସନ୍ନ ଜେନା
Advertisement
Article Detail0/zeeodisha/odisha2216500

Odisha Election 2024: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ଲଢିବେ ସାରଦା ପ୍ରସନ୍ନ ଜେନା

Odisha Election 2024: ବହୁ ପ୍ରତୀକ୍ଷା ପରେ ଆଜି ଜଗତସିଂହପୁର ଜିଲ୍ଲା ''ବାଲିକୁଦା-ଏରସମା'' ନିର୍ବାଚନ ମଣ୍ଡଳୀରୁ ବିଜେଡି ତାର ବିଧାୟକ ପ୍ରାର୍ଥୀ ଘୋଷଣା କରିଛି । ଦଳ ସାରଦା ପ୍ରସନ୍ନ ଜେନାଙ୍କ ଉପରେ ଭରସା କରି ତାଙ୍କ ନାମରେ ମୋହର ମାରିଛି । ସାରଦା ଜେନା ଦୀର୍ଘ ୩୦ ବର୍ଷ କାଳ ତୃଣମୂଳ ସ୍ଥର ରୁ ରାଜନୀତି ସହିତ ଜଡିତ ରହି ଆସିଛନ୍ତି । 

Odisha Election 2024: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ଲଢିବେ ସାରଦା ପ୍ରସନ୍ନ ଜେନା

Odisha Election 2024: ବହୁ ପ୍ରତୀକ୍ଷା ପରେ ଆଜି ଜଗତସିଂହପୁର ଜିଲ୍ଲା ''ବାଲିକୁଦା-ଏରସମା'' ନିର୍ବାଚନ ମଣ୍ଡଳୀରୁ ବିଜେଡି ତାର ବିଧାୟକ ପ୍ରାର୍ଥୀ ଘୋଷଣା କରିଛି । ଦଳ ସାରଦା ପ୍ରସନ୍ନ ଜେନାଙ୍କ ଉପରେ ଭରସା କରି ତାଙ୍କ ନାମରେ ମୋହର ମାରିଛି । ସାରଦା ଜେନା ଦୀର୍ଘ ୩୦ ବର୍ଷ କାଳ ତୃଣମୂଳ ସ୍ଥର ରୁ ରାଜନୀତି ସହିତ ଜଡିତ ରହି ଆସିଛନ୍ତି । ସେ ଏବେ ବିଜେଡିର ରାଜ୍ୟ ସମ୍ପାଦକ ରହିଛନ୍ତି । ଏକାଧିକ ଥର ସେ ଏରସମାରୁ ଜିଲ୍ଲା ପରିଷଦ ସଭ୍ୟ ଭାବରେ ନିର୍ବାଚିତ ହୋଇ ଆସିବା ସହ ଦଳୀୟ ସଂଗଠନ କୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି । ୨୦୧୯ରେ ବାଲିକୁଦା-ଏରସମାରୁ ରଘୁନନ୍ଦନ ଦାସ ବହୁ ଭୋଟରେ ଜିତିବା ପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳ ରେ ସ୍ଥାନ ମିଳିଥିଲା। ହେଲେ ୨୦୨୪ରେ ତାଙ୍କ ଟିକେଟ୍ କାଟି ଦଳ ସାରଦା ଜେନାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି।

ALSO READ: Arup Pattnaik: ଅସୁସ୍ଥତାକୁ ନେଇ କଣ କହିଲେ ଅରୁପ, ପଢନ୍ତୁ ପୂରା ରିପୋର୍ଟ

ALSO READ: Amitabh Bachchan: ଅଯୋଧ୍ୟା ପରେ ଆଲିବାଗରେ ବିଗ ବି କିଣିଲେ ଏତିକି କୋଟିର ସମ୍ପତ୍ତି