Odisha Election 2024 : ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ପାଣ୍ଡିଆନ, କହିଲେ ମୁଖ୍ୟମନ୍ତ୍ରୀ ହେବା ଲାଗି ହେଉଛନ୍ତି ବିକଳ
Advertisement
Article Detail0/zeeodisha/odisha2239123

Odisha Election 2024 : ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ପାଣ୍ଡିଆନ, କହିଲେ ମୁଖ୍ୟମନ୍ତ୍ରୀ ହେବା ଲାଗି ହେଉଛନ୍ତି ବିକଳ

ବିଜେପି ଶାସନ ପାଇବାକୁ ଇସ୍ତାହାର ଆଣିଛନ୍ତି। ବିଜେଡି ଏଯାଏ ଇସ୍ତାହାର ଆଣିନାହିୋ। କିନ୍ତୁ ରେକର୍ଡ ଫଳାଫଳ କରିବ। ସମୃଦ୍ଧ ଓଡ଼ିଶା ଗଠନ ଲାଗି ବିଜେଡି ଇସ୍ତାହାର ଆଣିବ ବୋଲି କହିଛନ୍ତି ପାଣ୍ଡିଆନ୍‍।

Odisha Election 2024 : ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ପାଣ୍ଡିଆନ, କହିଲେ ମୁଖ୍ୟମନ୍ତ୍ରୀ ହେବା ଲାଗି ହେଉଛନ୍ତି ବିକଳ

Odisha Election 2024 ଭୁବନେଶ୍ୱର: ସକାଳୁ ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପର୍ଷିଛନ୍ତି ବିଜେଡିର ଦ୍ୱିତୀୟ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍। ସେ କହିଛନ୍ତି ଧର୍ମେନ୍ଦ୍ର କ୍ଷମତାରେ ଏତେଦିନ ରହିବା ପରେ ଓଡ଼ିଶା ପାଇଁ କିଛି କରି ନାହାନ୍ତି। ତାଙ୍କୁ କେବଳ ମୁଖ୍ୟମନ୍ତ୍ରୀ ଚୌକି ଦରକାର। ଏଣୁ ଓଡ଼ିଆ ଅସ୍ମିତା, ଗୌରବ କଥା କହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ସମ୍ପୂର୍ଣ୍ଣ ସ୍ୱାପ କରିବ। ଏହିଠାରୁ ବିଜେପିର ସ୍ୱପ୍ନ ଭାଙ୍ଗିଯିବ ବୋଲି କହିଛନ୍ତି ପାଣ୍ଡିଆନ୍‍।  ପାରଳାଖେମୁଣ୍ଡିରେ ଗୋଟିଏ ଆସନରେ ବିଜେପି ସଙ୍ଗେ ଲଢ଼େଇ ହେଉଛି। ଅନ୍ୟ ସବୁ ଜାଗାରେ ବିଜେଡିର ବିକଳ୍ପ ନାହିଁ ବୋଲି କହିଛନ୍ତି। 

ନବୀନ ରାଜନୀତି ବାହାରେ ଚିନ୍ତା କରନ୍ତି। ସେ ରାଜନୀତି ଅପେକ୍ଷା ଓଡ଼ିଶା ବିଷୟରେ ଚିନ୍ତା କରନ୍ତି। ଯଦି ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପାଇଁ କାର୍ଯ୍ୟ କରିଥାଆନ୍ତେ ତେବେ ବିଜେଡି ତାଙ୍କ ବିପକ୍ଷରେ ପ୍ରାର୍ଥୀ ଦେଇ ନଥାଆନ୍ତା ବୋଲି କହିଛନ୍ତି ପାଣ୍ଡିଆନ୍‍। ୧୦ ବର୍ଷ ପରେ ଆସ୍ଥା ବିରୋଧି ଭୋଟ କାରଣରୁ ନିର୍ବାଚନ ରଣଭୂମି ଛାଡ଼ିଥାଆନ୍ତି କିନ୍ତୁ ୨୪ ବର୍ଷ ପରେ ମଧ୍ୟ ନବୀନ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ସେ ଜଣେ ସାଧାରଣ ରାଜନେତା ନୁହନ୍ତି। ସେ ବୃହତ୍‍ ସଂକଳ୍ପର ସହ ରାଜନୀତି କରିଥାଆନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍‍। 

ବିଜେପି ଶାସନ ପାଇବାକୁ ଇସ୍ତାହାର ଆଣିଛନ୍ତି। ବିଜେଡି ଏଯାଏ ଇସ୍ତାହାର ଆଣିନାହିୋ। କିନ୍ତୁ ରେକର୍ଡ ଫଳାଫଳ କରିବ। ସମୃଦ୍ଧ ଓଡ଼ିଶା ଗଠନ ଲାଗି ବିଜେଡି ଇସ୍ତାହାର ଆଣିବ ବୋଲି କହିଛନ୍ତି ପାଣ୍ଡିଆନ୍‍।