Odisha News: ରାଜନୀତି କରିବେ କାରଖାନାର ଦୁଇ ଯାଆ, ଆଜି ବିଜେପିରେ ହେଲେ ସାମିଲ୍
Advertisement
Article Detail0/zeeodisha/odisha2205393

Odisha News: ରାଜନୀତି କରିବେ କାରଖାନାର ଦୁଇ ଯାଆ, ଆଜି ବିଜେପିରେ ହେଲେ ସାମିଲ୍

Odisha News: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କଳାକାରମାନେ ବି ଟିକେଟ୍ ଲୋଭରେ ଦଳ ବଦଳ କରୁଛନ୍ତି। ତେବେ, ଏହାରି ଭିତରେ ଆଉ ଏକ ଖବର ଏବେ ସାମ୍ନାକୁ ଆସୁଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ୨ ଯାଆ ଅର୍ଥାତ୍ କାରଖାନର ଦୁଇ ଯାଆ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି।  

ସୌଜନ୍ୟ-ସୋସିଆଲ୍ ମିଡିଆ

Odisha News: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କଳାକାରମାନେ ବି ଟିକେଟ୍ ଲୋଭରେ ଦଳ ବଦଳ କରୁଛନ୍ତି। ତେବେ, ଏହାରି ଭିତରେ ଆଉ ଏକ ଖବର ଏବେ ସାମ୍ନାକୁ ଆସୁଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ୨ ଯାଆ ଅର୍ଥାତ୍ କାରଖାନର ଦୁଇ ଯାଆ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି।  ଗତ କିଛି ଦିନ ତଳେ, ଭୁବନେଶ୍ବରରେ ଏକ କାରରେ ଖାଦ୍ୟ ବିକ୍ରି କରି ଚର୍ଚ୍ଚାର ପରିସରକୁ ଆସିଥିଲେ ଏହି ଦୁଇ ମହିଳା। ଏହି ଦୁଇ ମହିଳା ସମ୍ପର୍କରେ ଦୁଇ ଯାଆ ହେବେ।  ଏହି ଦୁଇ ଯାଆଙ୍କ ନାଁ ହେଉଛି ନେହା ଓ ରଶ୍ମିତା।

ALSO READ: Budh Margi 2024: ୪ ରାଶିଙ୍କ ପାଇଁ ଅଡୁଆ ବଢାଇବ ବୁଧଙ୍କ ଚଳନ, ବିବାଦ ସହ ଧନହାନୀର ରହିଛି ଯୋଗ!

ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଏମାନେ ବିଜେପିରେ ସାମିଲ୍ ହୋଇଛନ୍ତି।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଏବେ ରାମ ମନ୍ଦିର ନିକଟରେ କାରଖାନା ଖୋଲିଛନ୍ତି ଏହି ଦୁଇ ଯାଆ । ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଆସି ଖାଦ୍ୟ ବିକ୍ରି କରୁଥିଲେ । ଆଉ ଏହି ଦୁଇ ଯାଆଙ୍କ  ହାତ ରନ୍ଧା ଖାଦ୍ୟର ମଜା ନେବା ପାଇଁ କାରଖାନାରେ ବହୁତ ଭିଡ଼ ବି ଜମୁଥିଲା।