Odisha High Court: ଦିଲ୍ଲୀ ପୋଲିସ ପାଖରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1307274

Odisha High Court: ଦିଲ୍ଲୀ ପୋଲିସ ପାଖରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଜାଣନ୍ତୁ କାରଣ

Racial Abuse Case: ତିଛି ନୀରବତା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

Odisha High Court: ଦିଲ୍ଲୀ ପୋଲିସ ପାଖରେ ହାଜର ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଜାଣନ୍ତୁ କାରଣ

Odia Actress Barsha Priyadarshini: ଦିଲ୍ଲୀ ପୋଲିସ ପାଖରେ ହାଜର ହେବାକୁ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ତରୀଣ ସୁରକ୍ଷା ସହିତ ଦିଲ୍ଲୀ ପୋଲିସ ପାଖରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ। ଦିଲ୍ଲୀ ପୋଲିସ ପାଖରେ ହାଜର ହେବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ କାହିଁକି ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ତାହାର କାରଣ ସାମ୍ନାକୁ ଆସିଛି।

ତିଛି ନୀରବତା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Odia Actress Barsha Priyadarshini)। ଏକ ଜାତିଆଣ ଆକ୍ଷେପ ମାମଲାରେ (Racial Abuse Case) ଦିଲ୍ଲୀ ପୋଲିସ (Delhi Police) ପାଖରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ (Odisha High Court)। ଆସନ୍ତା ୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସ ପାଖରେ ହାଜର ହେବା ଲାଗି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ। ଅନ୍ତରୀଣ ସୁରକ୍ଷା ସହିତ ଦିଲ୍ଲୀ ପୋଲିସ ପାଖରେ ହାଜର ହେବେ ଅଭିନେତ୍ରୀ ବର୍ଷା। 

କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ (Kendrapara MP Anubhav Mohanty) ସହଯୋଗୀଙ୍କୁ ବର୍ଷା ପ୍ରିୟଦର୍ଶିନୀ ଜାତିଆଣ ଆକ୍ଷେପ କରିଥିବା ନେଇ ଦିଲ୍ଲୀ ପୋଲିସ ପାଖରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ହାଜର ହେବା ପାଇଁ ଅଭିନେତ୍ରୀ ବର୍ଷାଙ୍କ ପାଖକୁ ଦୁଇ ଦୁଇ ଥର ନୋଟିସ ପଠାଇଥିଲା ଦିଲ୍ଲୀ ପୋଲିସ। ମାତ୍ର ନୋଟିସ ମିଳିବା ସତ୍ତ୍ଵେ ଦିଲ୍ଲୀ ପୋଲିସ ପାଖରେ ହାଜର ହୋଇନଥିଲେ ଅଭିନେତ୍ରୀ ବର୍ଷା। ଥାନାରେ ହାଜର ହେବା ପରିବର୍ତ୍ତେ ଓଡିଶା ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ ସେ। ଆସନ୍ତା ୧୫ ଦିନ ମଧ୍ୟରେ ଦିଲ୍ଲୀ ପୋଲିସ ହାଜର ହେବା ଲାଗି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ।