ସଙ୍ଗରୁର ଆସନରେ ହୋଇଥିବା ଉପନିର୍ବାଚନରେ କାହିଁକି ହାରିଲା ​​ଆମ ଆଦମୀ ପାର୍ଟି? କାରଣ କହିଲେ ଆପ୍ ସାଂସଦ
Advertisement
Article Detail0/zeeodisha/odisha1234651

ସଙ୍ଗରୁର ଆସନରେ ହୋଇଥିବା ଉପନିର୍ବାଚନରେ କାହିଁକି ହାରିଲା ​​ଆମ ଆଦମୀ ପାର୍ଟି? କାରଣ କହିଲେ ଆପ୍ ସାଂସଦ

 Sangrur Bypoll: ପ୍ରାୟ ଦୁଇ ଦଶନ୍ଧି ପରେ ସିମରଞ୍ଜିତ ସିଂ ମାନ୍ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ରାଜ୍ୟର ଶାସକ ଆମ୍ ଆଦମୀ ପାର୍ଟି (AAP) ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ୫,୮୨୨ ଭୋଟରେ ପରାସ୍ତ କରି ସଂସଦକୁ ଫେରିଛନ୍ତି । ଆଧିକାରୀକ ଆକଳନ ଅନୁଯାୟୀ, ସିମରଞ୍ଜିତ ସିଂ ମାନ୍ ୨,୫୩,୧୫୪ ଭୋଟ୍ ପାଇଥିବାବେଳେ ଗୁରୁମେଲ ସିଂ ୨,୪୭,୩୩୨ ଭୋଟ୍ ପାଇଛନ୍ତି ।

ସଙ୍ଗରୁର ଆସନରେ ହୋଇଥିବା ଉପନିର୍ବାଚନରେ କାହିଁକି ହାରିଲା ​​ଆମ ଆଦମୀ ପାର୍ଟି? କାରଣ କହିଲେ ଆପ୍ ସାଂସଦ

ନୂଆଦିଲ୍ଲୀ: Sangrur Bypoll: ସଙ୍ଗୁର ଲୋକସଭା ଆସନ (Sangrur Lok Sabha Seat) କୁ ନେଇ ହୋଇଥିବା ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟି (AAP) କୁ ବଡ଼ ଝଟକା ଲାଗିଛି । ଏହି ଆସନରେ ଶିରୋମନି ଅକାଲୀ ଦଳ (ଅମୃତସର) ପ୍ରାର୍ଥୀ ୭୭ ବର୍ଷୀୟ ସିମରଞ୍ଜିତ ସିଂ ମାନ ଜିତିଛନ୍ତି । ଆପ୍ ସଙ୍ଗରୁର ଜିଲ୍ଲା ସଭାପତି ଗୁରୁମେଲ ସିଂଙ୍କୁ ମୈଦାନକୁ ଓହ୍ଲାଇଥିଲେ । ଆପ୍ ରାଜ୍ୟ ସଭା ସାଂସଦ ରାଘବ ଚଡ୍ଡା (Raghav Chadha) ଏହି ପରାଜୟ ପାଇଁ କଂଗ୍ରେସ, ଶିରୋମାନି ଅକାଲୀ ଦଳ ଏବଂ ବିଜେପି ସମେତ ଅନ୍ୟ ରାଜନୈତିକ ଦଳର ଭୋଟ୍ ଅଂଶରେ ହ୍ରାସକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ଅନ୍ୟମାନଙ୍କ ପରାଜୟ ବିଜେତା ପ୍ରାର୍ଥୀ ସିମରଞ୍ଜିତ ମାନଙ୍କ ପାଇଁ ଲାଭ ପାଲଟିଛି ।

ଚଳିତ ବର୍ଷ ଆରମ୍ଭରେ ପଞ୍ଜାବ ବିଧାନସଭା ନିର୍ବାଚନରେ ​​AAP ଚମତ୍କାର ପ୍ରଦର୍ଶନ କରି ବିରାଟ ବିଜୟ ହାସଲ କରିଥିଲା । ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଘବ ଚଡ୍ଡା ଟ୍ୱିଟରରେ କହିଛନ୍ତି ଯେ, ଯଦିଓ AAP ଏହି ଆସନ ହରାଇଛି, ତଥାପି ଏହାର ଭୋଟ୍ ଅଂଶ ୩୭ ପ୍ରତିଶତରୁ ୩୫ ପ୍ରତିଶତକୁ ହ୍ରାସ ପାଇଛି । ପଞ୍ଜାବର ରାଜ୍ୟସଭା ସାଂସଦ ଚଡ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, ସମସ୍ତ ବିନମ୍ରତା ସହିତ ଆମେ ସଙ୍ଗୁରର ଜନାଦେଶ ସ୍ୱୀକାର କରୁଛୁ । ଆମେ ଅଧିକ ପରିଶ୍ରମ କରିବୁ । ଅକାଲୀ ଦଳ ୨୪ ପ୍ରତିଶତରୁ୬ ପ୍ରତିଶତ, କଂଗ୍ରେସ ୨୭ ପ୍ରତିଶତରୁ ୧୧ ପ୍ରତିଶତ, ଆପ୍ ୩୭ ପ୍ରତିଶତରୁ ୩୫ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟ ଦଳର ଭୋଟ୍ ସିମରଞ୍ଜିତ ସିଂ ମାନଙ୍କ ନିକଟକୁ ଯାଇଛି । ପଞ୍ଜାବ ଅନ୍ୟ ପାର୍ଟିଗୁଡ଼ିକୁ ସଫା କରିଦେଇଛି ।

ଏହା ବି ପଢ଼ନ୍ତୁ:-ଯୁବକମାନଙ୍କୁ ବର୍ବାଦ କରିଦେବ ଅଗ୍ନିପଥ ଯୋଜନା, ୪ ବର୍ଷରେ ଫେରିବ ଯଦି ହେବନି ବାହାଘର: ମେଘାଳୟ ରାଜ୍ୟପାଳ

ଏହା ବି ପଢ଼ନ୍ତୁ:-ବିଜେପିରେ ମୁଖ୍ୟମନ୍ତ୍ରୀ ହେବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ନାହାଁନ୍ତି, ଦଳ ଏକାକୀ ନିର୍ବାଚନ ଲଢ଼ି ଦେଖୁ: JDU ବିଧାୟକ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଦ୍ରୌପଦୀ ମୁର୍ମୁ ଏମିତି ପିନ୍ଧି ନଥିଲେ ଧଳା ଶାଢ଼ୀ, ଜାଣନ୍ତୁ ଏହା ପଛର କାରଣ

 

ଆପକୁ ଅସହଜ କରୁଥିବା ପରାଜୟ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଦଳର ଏକପାଖିଆ ବିଜୟର ତିନି ମାସ ପରେ ମିଳିଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଭଗବନ୍ତ ମାନଙ୍କ ଦ୍ୱାରା ସଙ୍ଗୁରର ଆସନ ଖାଲି କରାଯାଇଥିଲା । ଏହି ନିର୍ବାଚନ ପଞ୍ଜାବରେ ଉଭୟ ଶାସକ AAP ଓ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପାଇଁ ସମ୍ମାନର ଲଢ଼େଇ ଥିଲା । ଭଗବନ୍ତ ମାନ ୨୦୧୪ ଓ ୨୦୧୯ରେ ସଙ୍ଗରୁର ଲୋକସଭା ଆସନରୁ ଜିତିଥିଲେ କିନ୍ତୁ ଧୁରୀରୁ ବିଧାୟକ ଏବଂ ପରେ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଲୋକସଭାରୁ ଇସ୍ତଫା ଦେଇଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ୧୧୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୯୨ଟି ଆସନ ଜିତିଛି ।

ପ୍ରାୟ ଦୁଇ ଦଶନ୍ଧି ପରେ ସିମରଞ୍ଜିତ ସିଂ ମାନ୍ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ରାଜ୍ୟର ଶାସକ ଆମ୍ ଆଦମୀ ପାର୍ଟି (AAP) ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ୫,୮୨୨ ଭୋଟରେ ପରାସ୍ତ କରି ସଂସଦକୁ ଫେରିଛନ୍ତି । ଆଧିକାରୀକ ଆକଳନ ଅନୁଯାୟୀ, ସିମରଞ୍ଜିତ ସିଂ ମାନ୍ ୨,୫୩,୧୫୪ ଭୋଟ୍ ପାଇଥିବାବେଳେ ଗୁରୁମେଲ ସିଂ ୨,୪୭,୩୩୨ ଭୋଟ୍ ପାଇଛନ୍ତି ।