World Cup 2023: ଭାରତର ବିଜୟ ପାଇଁ ୧୦ ଯୁବକ ରଖିଛନ୍ତି ନିର୍ଜଳା ଉପବାସ, ବିଶ୍ୱକପ ଆଣିବା ପରେ କରିବେ ଖାଦ୍ୟ ଗ୍ରହଣ
Advertisement
Article Detail0/zeeodisha/odisha1967780

World Cup 2023: ଭାରତର ବିଜୟ ପାଇଁ ୧୦ ଯୁବକ ରଖିଛନ୍ତି ନିର୍ଜଳା ଉପବାସ, ବିଶ୍ୱକପ ଆଣିବା ପରେ କରିବେ ଖାଦ୍ୟ ଗ୍ରହଣ

World Cup 2023: କ୍ରିକେଟ୍ ବିଶ୍ୱକପର ଅନ୍ତିମ ମ୍ୟାଚ୍ ଆଜି ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ମ୍ୟାଚ୍ ଖେଳାଯିବା ପୂର୍ବରୁ ସମଗ୍ର ଦେଶ ଟିମ୍ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଯଜ୍ଞର ଆୟୋଜନ ମଧ୍ୟ କରାଯାଇଛି । ମୁଜାଫରନଗରର ୧୦ ଜଣ ଯୁବକ ଭାରତର ବିଜୟ କାମନା କରି ନିର୍ଜଳା ଉପବାସ ବ୍ରତ ପାଳନ କରିଛନ୍ତି।

World Cup 2023: ଭାରତର ବିଜୟ ପାଇଁ ୧୦ ଯୁବକ ରଖିଛନ୍ତି ନିର୍ଜଳା ଉପବାସ, ବିଶ୍ୱକପ ଆଣିବା ପରେ କରିବେ ଖାଦ୍ୟ ଗ୍ରହଣ

World Cup 2023: ୧୯ ନଭେମ୍ବର ଅର୍ଥାତ୍ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି କ୍ରିକେଟ୍ ବିଶ୍ୱକପର ଅନ୍ତିମ ମ୍ୟାଚ୍ । ଏହି ମ୍ୟାଚରେ ଭାରତ ବିଶ୍ୱକପ ଜିତିବା ପାଇଁ ସମସ୍ତ ଭାରତୀୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। କେବଳ ସେତିକି ନୁହେଁ, ଅନେକ ସ୍ଥାନରେ ଭାରତର ବୃହତ୍ତ ବିଜୟ ପାଇଁ ହୋମ ଯଜ୍ଞ ତଥା ପୂଜା ପାଠ ଆରମ୍ଭ କରାଯାଉଛି । ଏହା ମଧ୍ୟରେ ମୁଜାଫରନଗରର ୧୦ ଜଣ ଯୁବକ ଭାରତୀୟ ଦଳର ଶୁଭ ମନାସି ନିର୍ଜଳା ଉପବାସ କରିଛନ୍ତି ।

ଉପବାସ କରିଥିବା କ୍ରିକେଟପ୍ରେମୀଙ୍କ କହିବା ଅନୁଯାୟୀ, ଭାରତ ଜିତିବା ପର୍ଯ୍ୟନ୍ତ ସେମାନେ କୌଣସି ଖାଦ୍ୟ କିମ୍ୱା ପାନୀୟ (Food and water) ଗ୍ରହଣ କରିବେ ନାହିଁ । ଉପବାସ କରିଥିବା ୧୦ ଯୁବକ ଭାରତର ବିଜୟ ପାଇଁ ଭଗବାନ ଶିବ ଶଙ୍କରଙ୍କୁ ପୂଜା କରିଥିଲେ । ତା’ପରେ ସେମାନେ ସ୍ଥିର କରିଥିଲେ ଯେ, ସେମାନେ ରାତି ୧୨ଟାରୁ ନିର୍ଜଳା ଉପବାସ ରଖିବା ବ୍ରତ ପାଳନ କରିବେ । ଏହି ସମୟ ମଧ୍ୟରେ ସେମାନେ କିଛି ଖାଇବେ ନାହିଁ କି ପିଇବେ ନାହିଁ । ଏହି ଯୁବକମାନେ ଏକଥା ମଧ୍ୟ କହିଛନ୍ତି ଯେ, ଯଦି କୌଣସି କାରଣରୁ ଭାରତ ଫାଇନାଲ ମ୍ୟାଚ୍ ହାରିଯାଏ, ତେବେ ସେମାନେ ନିଜ ଜୀବନରେ ଆଉ କେବେ ବି କ୍ରିକେଟ୍ ମ୍ୟାଚ୍ (cricket match) ଦେଖିବେ ନାହିଁ।

ଅନ୍ୟପକ୍ଷରେ, ଫତେହପୁରରେ ମଧ୍ୟ ଭାରତର ବିଜୟ ପାଇଁ ପ୍ରାର୍ଥନା କରି ସୁନ୍ଦରକାଣ୍ଡ ପାଠ କରିବା ପରେ ହୋମ ଯଜ୍ଞ କରାଯାଇଥିଲା। ଫତେହପୁର ଜିଲ୍ଲା କ୍ରିକେଟ୍ ଆସୋସିଏସନର ନେତୃତ୍ୱରେ ଏହି ସୁନ୍ଦରକାଣ୍ଡ ପାଠ ଏବଂ ହୋମ ଆୟୋଜିତ ହୋଇଥିଲା। ଯୁବ ଖେଳାଳିଙ୍କ ସହ ମହିଳାମାନେ ମଧ୍ୟ ଯୋଗଦାନ କରି ଭାରତର ବିଜୟ ପାଇଁ ପ୍ରାର୍ଥନା କରିଥିଲେ। ଏହି ପୂଜାରେ ଭାରତୀୟ ଦଳର ଖେଳାଳିମାନଙ୍କର ଏକ ବ୍ୟାନର ତିଆରି କରି ଟଙ୍ଗା ଯାଇଥିଲା ।

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦଳକୁ ପରାସ୍ତ କରିବା ପରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି । ତେଣୁ ଦକ୍ଷିଣ ଆଫ୍ରିକା ଦଳକୁ ପରାସ୍ତ କରି ଅଷ୍ଟ୍ରେଲିଆ ଦଳ ଫାଇନାଲରେ ପ୍ରବେଶ କରିଥିଲା। ଏବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଯିଏ ବିଜେତା ହେବ ସେହି ଦଳକୁ ମିଳିବ ବିଶ୍ୱକପ । ଏହାପୂର୍ବରୁ ୨୦୧୧ ମସିହାରେ ଭାରତ ବିଶ୍ୱକପ ଜିତିଥିଲା। ସେତେବେଳେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଥିଲେ ମହେନ୍ଦ୍ର ସିଂ ଧୋନି । ଏଥର ଭାରତୀୟ ଦଳର ରେନ୍ସ ରୋହିତ ଶର୍ମାଙ୍କ ହାତରେ। ଚଳିତ ବିଶ୍ୱକପରେ ଦଳର ସମସ୍ତ ଖେଳାଳି ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି। ସମସ୍ତ ଭାରତୀୟଙ୍କର ସମ୍ପୂର୍ଣ୍ଣ ଆଶା ରହିଛି ଯେ, ଏଥର ଭାରତୀୟ ଦଳ ବିଶ୍ୱକପ ହାସଲ କରିବ ।

Also Read- IND VS AUS Final LIVE Score: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

Also Read- IND Vs AUS World Cup 2023: ଛଠି ମା'ଙ୍କ ନିକଟରେ ଭାରତୀୟ ଦଳର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି କ୍ରିକେଟର ଇଶାନ କିଶାନଙ୍କ ମା'