Cricketer Death: କ୍ରିକେଟ୍ ଖେଳୁ ଖେଳୁ ମଇଦାନ ଉପରେ ଚାଲିଗଲା ଏହି ଯୁବ ଖେଳାଳୀଙ୍କ ଜୀବନ..
Advertisement
Article Detail0/zeeodisha/odisha2130506

Cricketer Death: କ୍ରିକେଟ୍ ଖେଳୁ ଖେଳୁ ମଇଦାନ ଉପରେ ଚାଲିଗଲା ଏହି ଯୁବ ଖେଳାଳୀଙ୍କ ଜୀବନ..

Cricketer Death Due to Heart Attack: କ୍ରିକେଟ୍ ଖେଳୁ ଖେଳୁ ମଇଦାନ ଉପରେ ଚାଲିଗଲା ଜଣେ ଯୁବ ଖେଳାଳୀଙ୍କର ମୃତ୍ୟୁ ଘଟିଛି। ଖେଳାଳୀ ଜଣଙ୍କ ବ୍ୟାଟିଂ କରିବାକୁ ଅପେକ୍ଷା କରିଥିବା ବେଳେ ହୃଦଘାତ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ଏହି ୩୦ ବର୍ଷୀୟ ଯୁବ ଖେଳାଳୀ ଜଣଙ୍କ ମଧ୍ୟପ୍ରଦେଶର ଦୀପକ ଖଣ୍ଡେକର ବୋଲି ଜଣା ପଡ଼ିଛି। ତାଙ୍କର ଏପରି ଅଚାନକ୍ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି।

ମଧ୍ୟପ୍ରଦେଶର ଗୁନା ଅଞ୍ଚଳରୁ ଏହି ମାମଲା ସାମ୍ନାକୁ ଆସିଛି। ଗୁନାର ଫତେହଗଡର ଏକ ଗ୍ରାଉଣ୍ଡରେ ଥିବା କଲୋନୀ ଏବଂ ପାରହା ଗ୍ରାମ ମଧ୍ୟରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ମୃତ୍ୟୁବରଣ କରିଥିବା ଯୁବ ଖେଳାଳି ମଧ୍ୟ ଏହି ମ୍ୟାଚରେ ଭାଗ ନେଇଥିଲେ। ଦୀପକ ନିଜର ବ୍ୟାଟିଂକୁ ଅପେକ୍ଷା କରିଥିଲେ। ଏହି ସମୟରେ ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଥିଲେ। ଯାହାଫଳରେ ଘଟଣାସ୍ଥଳରେ ହଡ଼କମ୍ପ ସୃଷ୍ଟି ହୋଇଥିଲା। ଖେଳାଳିଙ୍କ ସାଙ୍ଗମାନେ ତାଙ୍କୁ ଶୀଘ୍ର ଡାକ୍ତରଖାନା ନେଇଥିଲେ, କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏହି କାରଣରୁ ନିକଟସ୍ଥ ଗ୍ରାମଗୁଡିକରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

ହୃଦଘାତରେ ମୃତ୍ୟୁବରଣ କରିଥିବା ଖେଳାଳିଙ୍କ ନାମ ଦୀପକ ଖଣ୍ଡେକର | ସେ କ୍ରିକେଟ୍ ବହୁତ ଭଲ ଖେଳୁଥିଲେ। ସେ ପେଶାରେ ଜଣେ ଇଞ୍ଜିନିୟର ଭାବେ ଏକ କମ୍ପାନୀରେ କାମ କରୁଥିଲେ, ମାତ୍ର ନିଶା ଥିଲା ତାଙ୍କୁ କ୍ରିକେଟ୍। ତେଣୁ କ୍ରିକେଟ୍ ଟୁର୍ନାମେଣ୍ଟ ଖେଳିବାକୁ ସମୟ ସମୟରେ ବାହାରକୁ ଯାଉଥିଲେ। ଏଥର ମଧ୍ୟ ସେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଫତେହଗଡକୁ ଆସିଥିଲେ। ଏହି ସମୟ ମଧ୍ୟରେ ଏହି ଅଘଟଣ ଘଟିଛି।କୁହାଯାଉଛି ଯେ ସେ ଶାରୀରିକ ଭାବରେ ବହୁତ ଫିଟ୍ ଥିଲେ, ଏହା ସତ୍ତ୍ୱେ ସେ କିପରି ମୃତ୍ୟୁ ବରଣ କଲେ ତାହା ସମସ୍ତଙ୍କୁ ଚକିତ କରିଛି।ତାଙ୍କ ପିତା ଜଣେ କୃଷକ ଏବଂ ଚାଷ ମାଧ୍ୟମରେ ନିଜ ଘର ଚଳାଉଥିଲେ। ଏପଟେ ପୁଅର ମୃତ୍ୟୁ ତାଙ୍କୁ ସ୍ତବ୍ଧ କରି ଦେଇଛି।। ସୂଚନା ଅନୁସାରେ ଦୀପକ ପ୍ରାୟ ଦୁଇମାସ ପୂର୍ବରୁ ବିବାହ କରିଥିଲେ। ବିବାହର ମାତ୍ର ୨ ମାସ ପରେ ସେ ଦୁନିଆକୁ ବିଦାୟ ଜଣାଇଛନ୍ତି।