IPL 2024: କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ RCBକୁ ପୁଣି ଝଟକା
Advertisement
Article Detail0/zeeodisha/odisha2210154

IPL 2024: କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ RCBକୁ ପୁଣି ଝଟକା

IPL 2024: ଆରସିବିକୁ (Royal Challengers Bangalore) ପୁଣି ଝଟକା । ସନରାଇଜର୍ସ ହ୍ରାଇଦାବାଦ (sunrisers Hyderabad) ବିପକ୍ଷରେ ଖେଳିନଥିବା ଆରସିବି (RCB)ର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ କୋଲକାତା ବିପକ୍ଷ ମ୍ୟାଚ୍ ରୁ ମଧ୍ଯ ବାଦ ପଡ଼ିବା ନେଇ ସୂଚନା ରହିଛି ।

ସୂଚନା ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ରେ ମ୍ୟାକ୍ସୱେଲ (Glenn Maxwell) ଆହତ ହୋଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ମ୍ୟାକ୍ସୱେଲ ଫିଟ୍ ହୋଇନଥିବାରୁ ଦଳର ଚିନ୍ତା ବଢିଛି ।  କାରଣ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବାକୁ ହେଲେ ଆରସିବି ପାଇଁ ପରବର୍ତ୍ତୀ ସମସ୍ତ ମ୍ୟାଚ୍ କର ବା ମର ମ୍ୟାଚ୍ ସଦୃଶ ପାଲଟିଛି । ଏଭଳି ସ୍ଥିତିରେ ମ୍ୟାକ୍ସୱେଲ ମ୍ୟାଚ୍ ରୁ ଦୂରେଇ ରହିବା ଦଳ ପାଇଁ ଅଡୁଆ ସୃଷ୍ଟି କରିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୧ରେ କୋଲକାତା ବିପକ୍ଷରେ (RCB vs KKR 2024) ହେବାକୁ ଥିବା ମ୍ୟାଚରୁ ମ୍ୟାକ୍ସୱେଲ ବାଦ୍ ପଡିପାରନ୍ତି ବୋଲି କୁହାଯାଉଛି। ତାଙ୍କୁ ମଇଦାନକୁ ଫେରିବା ପାଇଁ ଆଉ କିଛି ଦିନ ସମୟ ଲାଗିବ । ବର୍ତ୍ତମାନ ଟ୍ରେନିଂ ପିରିୟଡରେ ରହିଛନ୍ତି ମ୍ୟାକ୍ସୱେଲ ।

Also Read- PBKS VS MI: ଆଜି ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ତିଆନ୍ସ ଟକ୍କର, ତୃତୀୟ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ପ୍ରକାଶ ଥାଉ କି, ଚଳିତ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ମ୍ୟାକ୍ସୱେଲଙ୍କ ସେଭଳି ଆଖିଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ । ହାରାହାରି ୫.୩୩ ଓ ଷ୍ଟ୍ରାଇକ୍ ରେଟ୍ ୯୪.୧୧ ରେ ୬ଟି ମ୍ୟାଚ୍ ରେ ମାତ୍ର ୩୨ ରନ୍ ସଂଗ୍ରହ କରିଛନ୍ତି ଖେଳାଳି । ଚେନ୍ନାଇ ବିପକ୍ଷରେ ଖାତା ଖୋଲିପାରିନଥିବା ମ୍ୟାକ୍ସୱେଲ ପଞ୍ଜାବ କିଙ୍ଗସ ବିପକ୍ଷରେ ୩ ରନ୍, କୋଲକାତା ବିପକ୍ଷରେ ୨୮ ରନ୍ କରିଥିଲେ । ଲକ୍ଷ୍ନୌ ଓ ମୁମ୍ବାଇ ବିପକ୍ଷରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ ମ୍ୟାକ୍ସୱେଲ । ରାଜସ୍ଥାନ ବିପକ୍ଷରେ ୧ ରନ୍ କରିଥିବା ମ୍ୟାକ୍ସୱେଲ ହାଇଦ୍ରାବାଦ ବିପକ୍ଷରେ ଖେଳିନଥିଲେ । ଆରସିବି ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚ୍ ରୁ ଗୋଟିଏ ବିଜୟ ଓ ୬ଟିରେ ପରାଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ।