Team India: ରୋହିତ ଓ ବିରାଟ ସବୁଦିନ ପାଇଁ ଟି-20 ଦଳରୁ ହେବେ ବାହାର! ସିଲେକ୍ଟର୍ସ ନେଇପାରନ୍ତି ଏହି ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha1524281

Team India: ରୋହିତ ଓ ବିରାଟ ସବୁଦିନ ପାଇଁ ଟି-20 ଦଳରୁ ହେବେ ବାହାର! ସିଲେକ୍ଟର୍ସ ନେଇପାରନ୍ତି ଏହି ବଡ଼ ନିଷ୍ପତ୍ତି

Team India: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପାଇଁ ଖୁବ ଶୀଘ୍ର ଭାରତୀୟ ଦଳ ଘୋଷଣା କରାଯିବ । ଯେକୌଣସି ସମୟରେ ଦଳ ଘୋଷଣା କରାଯାଇପାରେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ନୂତନ ଚୟନ କମିଟି ଘୋଷଣା କରିଛି । ଚେତନ ଶର୍ମାଙ୍କ ନେତୃତ୍ୱରେ ଏକ ଦଳ କମାଣ ସମ୍ଭାଳିଛି । 

Team India: ରୋହିତ ଓ ବିରାଟ ସବୁଦିନ ପାଇଁ ଟି-20 ଦଳରୁ ହେବେ ବାହାର! ସିଲେକ୍ଟର୍ସ ନେଇପାରନ୍ତି ଏହି ବଡ଼ ନିଷ୍ପତ୍ତି

Team India: ଟିମ୍ ଇଣ୍ଡିଆର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଓ ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ଙ୍କ ପାଇଁ ଆଗାମୀ କିଛି ଦିନ ଅତ୍ୟନ୍ତ ଖାସ୍ ହେବାକୁ ଯାଉଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ (India vs Sri Lanka ODI Series) ଆରମ୍ଭ ହୋଇଛି ଓ ଏହା ପରେ ଭାରତୀୟ ଦଳ (Indian Cricket Team) କୁ ନ୍ୟୁଜିଲ୍ୟାଣ୍ଡ ଦଳର ସାମ୍ନା କରିବାର ଅଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପାଇଁ ଖୁବ ଶୀଘ୍ର ଭାରତୀୟ ଦଳ (Indian Team) ଘୋଷଣା କରାଯିବ । ଯେକୌଣସି ସମୟରେ ଦଳ ଘୋଷଣା କରାଯାଇପାରେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ନୂତନ ଚୟନ କମିଟି ଘୋଷଣା କରିଛି । ଚେତନ ଶର୍ମାଙ୍କ ନେତୃତ୍ୱରେ ଏକ ଦଳ କମାଣ ସମ୍ଭାଳିଛି । ଏହି ସମୟରେ ବର୍ତ୍ତମାନ ଖବର ଆସୁଛି ଯେ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ଟି-20 ସିରିଜ ପାଇଁ ଚୟନ କରାଯିବ ନାହିଁ ।

ଯଦିଓ ଉଭୟ ଏହି ସିରିଜ ପାଇଁ ଉପଲବ୍ଧ ଅଛନ୍ତି ବୋଲି କହିଛନ୍ତି । କିନ୍ତୁ ଖୁବ ଶୀଘ୍ର ବିସିସିଆଇ ଓ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ମନେ କରାଯାଉଛି, ଯେଉଁଥିରେ ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ସ୍ଥିର ହେବ । କୁହାଯାଉଛି ଯେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପୁନର୍ବାର ଟି-20ରେ ଖେଳିବାକୁ ନେଇ ବିଚାର କରିବାକୁ କୁହାଯିବ, ଯାହାଫଳରେ ଚୟନ କମିଟି ଭବିଷ୍ୟତ ବିଷୟରେ ଚିନ୍ତା କରିବ ।

ଅଧିକ ପଢ଼ନ୍ତୁ:-ଭାରତ-ଶ୍ରୀଲଙ୍କା ସିରିଜ୍ ମଧ୍ୟରେ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଭେଟେରାନ୍ ଖେଳାଳିଙ୍କ ନିଧନ

ଅଧିକ ପଢ଼ନ୍ତୁ:-ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର; ସରକାର ଆରମ୍ଭ କଲେ ନୂଆ ଯୋଜନା; ମିଳିବ ୧୧୦୭ ଟଙ୍କା

ଅଧିକ ପଢ଼ନ୍ତୁ:-ଯେଉଁ ବ୍ୟାଟ୍ ସାହାଯ୍ୟରେ ବିରାଟ କୋହଲି ଶତକ ପରେ ଶତକ ଲଗାଇଚାଲିଛନ୍ତି, ଜାଣନ୍ତି କି ଆପଣ ଏହାର ମୂଲ୍ୟ ଓ ଓଜନ ବିଷୟରେ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-20 ସିରିଜର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଦିଆଯାଇଥିଲା । ସେହିପରି ସୂର୍ଯ୍ୟକୁମାର ଯାଦବ ଦଳର ଉପ-ଅଧିନାୟକ ଥିଲେ । ସେତେବେଳେ କୁହାଯାଇଥିଲା କି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏହି ସିରିଜ ପାଇଁ ବିଶ୍ରାମ ଦିଆଯାଇଛି । ବର୍ତ୍ତମାନ ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ବାହାରିଛି, ଯେଉଁଥିରେ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ଟି-20 ବିଶ୍ୱକପ୍ ୨୦୨୪ ପାଇଁ ବିସିସିଆଇ ଏକ ନୂତନ ଯୁବ ଦଳ ଗଠନ କରିବାକୁ ଚାହୁଁଛି । ଚଳିତ ବର୍ଷ ଏକ ଦିନିକିଆ ବିଶ୍ୱକପ ମଧ୍ୟ ଅନୁଷ୍ଠିତ ହେବ । ଦିନିକିଆ ବିଶ୍ୱକପ ପାଇଁ ଏହି ଦୁଇ ବଡ଼ ଖେଳାଳି ଫିଟ୍ ହେବା ଉଚିତ୍ ଓ ଭଲ ଖେଳ ପ୍ରଦର୍ଶନ କରିପାରିବେ । ତେଣୁ ସେମାନଙ୍କୁ ଟି-20 ଠାରୁ ଦୂରରେ ରଖାଯିବ । ଭବିଷ୍ୟତର ବିସିସିଆଇର ଟି-20 ଦଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସାମିଲ କରିବାର ସମ୍ଭାବନା ବହୁତ କମ୍ ରହିଛି । 

ଟି-20ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଦଳ ଭବିଷ୍ୟତରେ କିଛି ପରିବର୍ତ୍ତନ ସହିତ ସେହି ଦଳ ଖେଳୁଥିବା ଦେଖିବାକୁ ମିଳିବ । କୁହାଯାଉଛି ଯେ ଟି-20 ବିଶ୍ୱକପ ୨୦୨୨ରେ ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳିମାନେ ଆରମ୍ଭରେ ରନ୍ ସ୍କୋର କରିନଥିଲେ । ତେଣୁ ମିଡିଲ ଅର୍ଡର ଓ ଲୋୟର ଅର୍ଡର ଉପରେ ରନ ସ୍କୋର କରିବାର ଚାପ୍ ବଢ଼ିଯାଇଥିଲା ।