Odisha Election 2024: ଓଡ଼ିଶାର ଜନତା ଏ ଶାସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି: ସୌମ୍ୟ ରଞ୍ଜନ ପଟ୍ଟନାୟକ
Advertisement
Article Detail0/zeeodisha/odisha2238155

Odisha Election 2024: ଓଡ଼ିଶାର ଜନତା ଏ ଶାସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି: ସୌମ୍ୟ ରଞ୍ଜନ ପଟ୍ଟନାୟକ

Odisha Election 2024: ନାମାଙ୍କନ ଦାଖଲର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସୌମ୍ୟ ସକାଳୁ ଘଟଗାଁରେ ମାଆ ତାରିଣୀଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ଜର୍ଦା ଠାରୁ ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ଧରି ଶାଳପଡାର ଇନ୍ଦିରା ଗାନ୍ଧୀ ପଡିଆରେ ଏକ ବୈଠକ ର ଆୟୋଜନ କରିଥିଲେ।

 Odisha Election 2024: ଓଡ଼ିଶାର ଜନତା ଏ ଶାସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି: ସୌମ୍ୟ ରଞ୍ଜନ ପଟ୍ଟନାୟକ

Odisha Election 2024: ନାମାଙ୍କନ ଦାଖଲର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସୌମ୍ୟ ସକାଳୁ ଘଟଗାଁରେ ମାଆ ତାରିଣୀଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ଜର୍ଦା ଠାରୁ ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ଧରି ଶାଳପଡାର ଇନ୍ଦିରା ଗାନ୍ଧୀ ପଡିଆରେ ଏକ ବୈଠକ ର ଆୟୋଜନ କରିଥିଲେ। ବୈଠକ ପରେ ପୁନର୍ବାର ସମର୍ଥକଙ୍କୁ ସାଙ୍ଗରେ ନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଦ୍ରି ନିକଟରୁ ନିର୍ବାଚନ ବୈତରଣୀ ପାର ହେବାକୁ ଆଶୀର୍ବାଦ ନେଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।

ପ୍ରାର୍ଥୀ ପତ୍ର ଦାଖଲ ପରେ ସୌମ୍ୟ କହିଛନ୍ତି ଯେ "ବାହୁବଳୀମାନଙ୍କୁ ବ୍ୟବହାର କରି, ଅର୍ଥ ଲୋଭ ଦେଖାଇ ଯେଉଁଭଳି ଭାବେ ରାଜ୍ୟରେ ଶାସନ ଚାଲିଛି ସେଥିରୁ ସାଧାରଣ ଜନତା ମୁକ୍ତି ପାଇବାକୁ ଚାହାଁନ୍ତି।ସେମାନଙ୍କର ଆଉ କାହା ଉପରେ ଭରଷା ହଉନି। ମୋତେ ଯେତେବେଳେ ସେମାନେ ଦେଖିଲେ, ହୁଏତ ମୋର ଅତୀତର କାମକୁ ଦେଖି ହଉ କିମ୍ବା ମୁଁ ଯେଉଁ କାର୍ଯ୍ୟ କ୍ରମ କରିଛି ଓଡ଼ିଶାରେ ତା ଉପରେ ଭରଷା କରି ହେଉ ମୋ ଉପରେ ଏକରକକମ୍ ଏକ ନୈତିକ ଓ ମାନସିକ ଚାପ ପକାଇଲେ। ମାଆ ତାରିଣୀ ମୋତେ ସଦବୁଦ୍ଧି ଦେଇଛନ୍ତି ମୁଁ କୌଣସି ଦଳର ଆଗ୍ରହକୁ ସମ୍ମାନ ନ ଜଣାଇ ବା ଗ୍ରହଣ ନ କରି ସ୍ୱାଧିନ ଭାବେ ଲଢ଼ିବାକୁ ଉଚିତ୍ ମନେ କଲି।"