Sarat Chandra Mishra Passed Away: ରାଜଧାନୀର ଘରୋଇ ହସ୍ପିଟାଲରେ ଆଖି ବୁଜିଲେ ପୂର୍ବତନ ଡ଼ିଜିପି ଶରତ ଚନ୍ଦ୍ର ମିଶ୍ର
Advertisement
Article Detail0/zeeodisha/odisha1908266

Sarat Chandra Mishra Passed Away: ରାଜଧାନୀର ଘରୋଇ ହସ୍ପିଟାଲରେ ଆଖି ବୁଜିଲେ ପୂର୍ବତନ ଡ଼ିଜିପି ଶରତ ଚନ୍ଦ୍ର ମିଶ୍ର

Sarat Chandra Mishra: ପୂର୍ବତନ ଡ଼ିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ । ମଙ୍ଗଳବାର ଦିନ ସକାଳ ୭ଟାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଭାଇ ବିପିନ ବିହାରୀ ମିଶ୍ର ସୂଚନ ଦେଇଛନ୍ତି ।

ସୌ(ସୋସିଆଲ ମିଡିଆ)

Sarat Chandra Mishra Passed Away: ପୂର୍ବତନ ଡ଼ିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ (Former DGP Sarat Chandra Mishra) ପରଲୋକ । ମଙ୍ଗଳବାର ଦିନ ସକାଳ ୭ଟାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଭାଇ ବିପିନ ବିହାରୀ ମିଶ୍ର ସୂଚନ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଉ ନାହାନ୍ତି ପୂର୍ବତନ ଡ଼ିଜିପି ଶରତ ମିଶ୍ର (Sarat Chandra Mishra) । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । କିଛି ଦିନ ତଳେ ସେ ଡ଼େଙ୍ଗୁରେ (Dengue) ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ସେ ୧୯୫୯ ବ୍ୟାଚର ଆଇପିଏସ୍ (IPS) ଥିଲେ । ଶରତ ଚନ୍ଦ୍ର ମିଶ୍ର ଦୀର୍ଘ ଦିନ ଧରି ‘ର’  (RAW) ପାଇଁ କାମ କରିଥିଲେ । ଅବସର ପରେ ସେ ଶିକ୍ଷା, ପଢିବା ବିଭିନ୍ନ ସମାଜର ବିଭିନ୍ନ ପ୍ରସଙ୍ଗ ନେଇ ଲେଖାଲେଖି କରୁଥିଲେ ।  ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (Odisha Sahitya Akademi Puraskar) ମଧ୍ୟ ପାଇଥିଲେ।

ଏହା ବି ପଢନ୍ତୁ-Jagannath Temple Dress Code: ଏଣିକି ଶୃଙ୍ଖଳିତ ହେବ ଜଗା ଦର୍ଶନ, ପୋଷାକ ନେଇ ଆଜିଠୁ କରାଯିବ ସଚେତନ

ଏହା ବି ପଢନ୍ତୁ- Srimandir Administration: କାର୍ତ୍ତିକ ମାସର ନୀତିକୁ ନେଇ ନୀତି ସବ କମିଟି ବୈଠକ ଅନୁଷ୍ଠିତ