ଓଡିଶା ସିଲିଭ ସର୍ଭିସ ୨୦୨୧ ରେଜଲ୍ଟ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ହାଇକୋର୍ଟ
Advertisement
Article Detail0/zeeodisha/odisha1795151

ଓଡିଶା ସିଲିଭ ସର୍ଭିସ ୨୦୨୧ ରେଜଲ୍ଟ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ହାଇକୋର୍ଟ

Odisha Civil Services 2021: ଓଡିଶା ସିଲିଭ ସର୍ଭିସ ୨୦୨୧ର ଫଳ ପ୍ରକାଶ ଉପରେ ଅଙ୍କୁଶ । କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ନ କରିବାକୁ OPSCଙ୍କୁ ନିର୍ଦ୍ଦେଶ ଦେଇଛି କୋର୍ଟ । 

ସୌ(ସୋସିଆଲ ମିଡିଆ)

Odisha Civil Services 2021: ଓଡିଶା ସିଲିଭ ସର୍ଭିସ ୨୦୨୧ର (Odisha Civil Services 2021) ଫଳ ପ୍ରକାଶ ଉପରେ ଲାଗିଲା ଅଙ୍କୁଶ । ଏନେଇ ଅନ୍ତରୀଣ ରହିତାଦେଶ ଜାରି କଲେ ହାଇକୋର୍ଟ (Odisha High court) । ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ନ କରିବାକୁ OPSCଙ୍କୁ ନିର୍ଦ୍ଦେଶ ଦେଇଛି କୋର୍ଟ । ସୂଚନା ଥାଉ କି, ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ (High court) ଏହି ନିର୍ଦ୍ଦେଶ ଦେଇଛନ୍ତି । ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି କି, ଦିବ୍ୟାଙ୍ଗ କୋଟା ମୁତାବିତ ତାଙ୍କୁ ପର୍ସନାଲିଟି ଟେଷ୍ଟ (Personality test ) ପାଇଁ ସୁଯୋଗ ଦିଆଯିବା କଥା । କିନ୍ତୁ ସେଥିରୁ ତାଙ୍କୁ ବଞ୍ଚିତ କରାଯାଇଛି । ସତୀଶ କୁମାରଙ୍କ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରି ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଓଡିଶା ସିଲିଭ ସର୍ଭିସ ୨୦୨୧ର ଫାଇନାଲ ପରୀକ୍ଷା ଫଳ (odisha civil service result 2021, ) ପ୍ରକାଶ ନେଇ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।

ଏହା ବି ପଢନ୍ତୁ- Draupadi Murmu: ତିନି ଦିନିଆରେ ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

ଏହା ବି ପଢନ୍ତୁ-Weather Update: ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସର୍ତକ କଲା ପାଣିପାଗ ବିଭାଗ, ମତ୍ସଜୀବୀଙ୍କୁ ସମୁଦ୍ର ମନା

ସୂଚନା ଥାଉ କି, ଆବେଦନକାରୀ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାରଙ୍କୁ ଏବେ ପର୍ସନାଲିଟି ଟେଷ୍ଟରେ (Personality test ) ସାମିଲ କରିବ OPSC । ସତୀଶ ଡ଼ିଜାବଲିଟି ଟେଷ୍ଟ ପାଇଁ ମେଡ଼ିରାଲ ବୋର୍ଡ଼ ଗଠନ କରିବେ ରାଜ୍ୟ ସରକାର । ଆସନ୍ତା ଶୁଣାଣିରେ ଡ଼ିଜାବଲିଟି ଟେଷ୍ଟ (Disability Test) ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ଅନ୍ତରୀଣ ଅଙ୍କୁଶ ସହ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ପାଇବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି ।