Gajpati: Gajpati: ଗୁବୁରୀଗୁଡାରେ ଆଲୌକିକ ଘଟଣା, ସ୍ବପ୍ନାଦେଶରେ ଆସିଲା...
Advertisement
Article Detail0/zeeodisha/odisha2108468

Gajpati: Gajpati: ଗୁବୁରୀଗୁଡାରେ ଆଲୌକିକ ଘଟଣା, ସ୍ବପ୍ନାଦେଶରେ ଆସିଲା...

Gajpati News: ମହାଦେବଙ୍କ ଶିବଲିଙ୍ଗ ସ୍ବପ୍ନାଦେଶରେ ଠାବ ହେବା ପରେ ଦର୍ଶନ ପାଇଁ ବିଭିନ୍ନ ଗ୍ରାମ ତଥା ଆଖପାଖ ଅଞ୍ଚଳବାସୀଙ୍କ ସୁଅ ଛୁଟିଛି । ଆଜି ଶିବଲିଙ୍ଗ ଆବିର୍ଭାବ ହେବାର ୨୧ ଦିନ ହୋଇଥିବା ବେଳେ ସମଗ୍ର ଗାଁ ଉତ୍ସବ ମୁଖର ରହିଛି । ଏନେଇ ଗାଁରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ।

Gajpati: Gajpati: ଗୁବୁରୀଗୁଡାରେ ଆଲୌକିକ ଘଟଣା, ସ୍ବପ୍ନାଦେଶରେ ଆସିଲା...

Gajpati News: ଗଜପତି ଜିଲ୍ଲା ମାଣିକପୁର ଗ୍ରାମ ପଞ୍ଚାୟତ ଗୁବୁରୀଗୁଡା ଗ୍ରାମରେ ଆଲୌକିତ ଘଟଣା ଘଟିବା ପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ମହାଦେବଙ୍କ ଶିବଲିଙ୍ଗ ସ୍ବପ୍ନାଦେଶରେ ଠାବ ହେବା ପରେ ଦର୍ଶନ ପାଇଁ ବିଭିନ୍ନ ଗ୍ରାମ ତଥା ଆଖପାଖ ଅଞ୍ଚଳବାସୀଙ୍କ ସୁଅ ଛୁଟିଛି । ଆଜି ଶିବଲିଙ୍ଗ ଆବିର୍ଭାବ ହେବାର ୨୧ ଦିନ ହୋଇଥିବା ବେଳେ ସମଗ୍ର ଗାଁ ଉତ୍ସବ ମୁଖର ରହିଛି । ଏନେଇ ଗାଁରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ଅନ୍ୟପଟେ ରୀତିନୀତି ଓ ପରମ୍ପରା ଅନୁଯାୟୀ ପ୍ରଥମେ କଳସ ଯାତ୍ରା କରାଯିବା ପରେ ନାମ ସଂକୀର୍ତ୍ତନ, ଘୃତଯଜ୍ଞ, ନାମଯଜ୍ଞ, ସହ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସୂଚନା ଅନୁଯାୟୀ, ଗୁବୁରୀଗୁଡା ଗ୍ରାମ ନିକଟସ୍ଥ ସମଡାଙ୍ଗ ପାହାଡ଼ଟି ଲଟାବୁଦା ଆଚ୍ଛାଦିତ ହୋଇ ରହିଥିଲା ।  ଆଜିକୁ ଠିକ୍ ୨୧ ଦିନ ତଳେ ଗ୍ରାମର ଜଣେ ଯୁବକଙ୍କୁ ଶିବଲିଙ୍ଗ ନେଇ ସ୍ବାପ୍ନାଦେଶ ହେବା ପରେ ଏହା ମହାପ୍ରଭୁ ଭୋଳାନାଥଙ୍କ ଶିବଲିଙ୍ଗ ବୋଲି ଗ୍ରାମବାସୀଙ୍କ ଧାର୍ମିକ ବିଶ୍ୱାସ ଦୃଢ଼ୀଭୂତ ହୋଇଥିଲା । ଏହାପରେ ବିଧିବଦ୍ଧ ଭାବେ ଗ୍ରାମବାସୀ ପ୍ରଭୁ ଭୋଳାଶଙ୍କର ନାମରେ ଧୂପ ଦୀପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିଆସୁଥିଲେ। ଆଜି ପ୍ରାଣ ପ୍ରତିଷ୍ଠା , ବୃଷଭ ସ୍ଥାପନ, ପିତଳ ନାଗ ସହ ଘଣ୍ଟ ବାନ୍ଧି ପୂଜାର୍ଚ୍ଚନା କରାଯାଇଛି । ଏହାପରେ ଗ୍ରାମବାସୀ ନଗର ପରିକ୍ରମା କରିଥିଲେ।‌

ଗୁବୁରୀଗୁଡା ଏକ ସର୍ବ ପୁରାତନ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଅଟେ । ତେବେ ଏଠାରେ ଶୈବପୀଠ ଉତ୍ପତ୍ତି ହେବା ପରେ ଗ୍ରାମ ତଥା ଆଖପାଖ ଗ୍ରାମରୁ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ସମାଗମ ଲାଗି ରହିଛି ।‌ ଗ୍ରାମ୍ୟ ପୁରୋହିତ ପଣ୍ତିତ କରୁଣାକର ପତି ଓ ପଣ୍ଡିତ ତରଣୀସେନ ଦାସଙ୍କ ପୌରହିତ୍ୟରେ ସମସ୍ତ ପୂଜାନୀତି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।