Odisha News: ନବରଙ୍ଗପୁରରେ ରୁବେଲା ଭାଇରସ୍ ଆତଙ୍କ : ଦୁଇ ପଜିଟିଭ୍ ଚିହ୍ନଟ
Advertisement
Article Detail0/zeeodisha/odisha2239771

Odisha News: ନବରଙ୍ଗପୁରରେ ରୁବେଲା ଭାଇରସ୍ ଆତଙ୍କ : ଦୁଇ ପଜିଟିଭ୍ ଚିହ୍ନଟ

Odisha News: ନବରଙ୍ଗପୁର ଜିଲ୍ଲା ରେ ଦୁଇ ରୁବେଲା ରୋଗୀ ଚି଼ହ୍ନଟ ହୋଇଛନ୍ତି । ଯାହାକୁ ନେଇ ପୂରା ଜିଲ୍ଲାରେ ଆତଙ୍କ ଖେଳି ଯାଇଛି।  

Odisha News: ନବରଙ୍ଗପୁରରେ ରୁବେଲା ଭାଇରସ୍ ଆତଙ୍କ : ଦୁଇ ପଜିଟିଭ୍ ଚିହ୍ନଟ

(ନିରୋଜ ଶତପଥି,ନବରଙ୍ଗପୁର) Odisha News: ନବରଙ୍ଗପୁର ଜିଲ୍ଲା ରେ ଦୁଇ ରୁବେଲା ରୋଗୀ ଚି଼ହ୍ନଟ ହୋଇଛନ୍ତି । ଯାହାକୁ ନେଇ ପୂରା ଜିଲ୍ଲାରେ ଆତଙ୍କ ଖେଳି ଯାଇଛି।  ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡାର ୫ ଶିଶୁଙ୍କ ରକ୍ତ ନମୁନାକୁ ଗତ ୨୪ ତାରିଖରେ ଭୁବନେଶ୍ୱର ଆରଏମଆରସି ପରୀକ୍ଷାଗାରକୁ ପଠା ଯାଇଥିଲା ସେଥି ମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ  ରୁବେଲା ଚି଼ହ୍ନଟ ହୋଇଛି। ଏହାକୁ ଜର୍ମାନୀ ମିଳିମିଳା ବି କୁହାଯାଏ। ଏହା ଏକ ଭୁତାଣୁ ଜନିତ ରୋଗ ଏବଂ ଏହା ବାୟୁ ଦ୍ୱାରା ସଂକ୍ରମିତ ହୁଏ । ରିପୋର୍ଟ ଆସିବା ପରେ who ଓ ସ୍ୱାସ୍ଥ୍ୟ ବିଭାଗର ଟିମ ସ୍ଥିତି ଅନୁଧ୍ୟାନ କରୁଛନ୍ତି। 

ALSO READ: Rajyog 2024: ଅକ୍ଷୟ ତୃତୀୟାରେ ରାଜଯୋଗ, ଫିଟିବ ଏହି ସବୁ ରାଶିଙ୍କ ଭାଗ୍ୟ!

ଏହା ସହିତ ଲୋକଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ ସୃଷ୍ଟି କରାଯାଇଛି । ଏ-ହି ରୋଗର ଲକ୍ଷଣ ହେଉଛି ମୁହଁରେ ଗୋଲାପ ରଙ୍ଗ ପଡିବା ସହ କାନ ବେକରେ ଛୋଟ ଛୋଟ ଫୋଟକା ଦେଖାଦେଇଥାଏ। ଏ-ହା ସହିତ ଏହି ରୋଗ ଗର୍ଭବତୀ ମହିଳା ମାନଙ୍କୁ ହେଲେ ଗର୍ଭସ୍ତ ଶିଶୁ ଉପରେ ପ୍ରଭାବ ପଡିଥାଏ । ହୃଦ ରୋଗ ସହ ମସ୍ତିଷ୍କ ବିକଳାଙ୍ଗ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ଆକ୍ରାନ୍ତ ରୋଗୀ ମାନଙ୍କୁ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଗ୍ରାମବାସୀମାନେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଝଡା ଫୁଙ୍କା ଆରମ୍ଭ କରିଦେଇଥିବା ବେଳେ  ଏଥିରୁ ନିବୃତ ରହି ଡାକ୍ତରୀ ଔଷଧ ବ୍ୟବହାର ପାଇଁ ଡାକ୍ତରୀ ଟିମ ଲୋକଙ୍କୁ ସଚେତନ କରିଛନ୍ତି। ଏହା ଯେପରି ଆଗକୁ ଅଧିକ ସଂକ୍ରମିତ ନ ହୁଏ ସେଥିପ୍ରତି ଗୁରୁତ୍ଵ ଦେଇଛି ସ୍ବାସ୍ଥ୍ୟ ବିଭାଗ।