ଟ୍ୱିନ୍ ସିଟି ମଝିରେ "ଫିଟନେସ ଗ୍ୟାରେଜ" ନିର୍ମାଣ କଲେ ଓଲିଉଡ ଅଭିନେତା
Advertisement
Article Detail0/zeeodisha/odisha2005559

ଟ୍ୱିନ୍ ସିଟି ମଝିରେ "ଫିଟନେସ ଗ୍ୟାରେଜ" ନିର୍ମାଣ କଲେ ଓଲିଉଡ ଅଭିନେତା

Fitness Garage: ପାହାଳଠାରେ ବାହୁବଳୀ ସେବାୟତ ଅନିଲ ଗୋଛିକରଙ୍କ ଦ୍ବାରା   "ଫିଟନେସ ଗ୍ୟାରେଜ" ଜିମ୍ ଉଦଘାଟିତ ହୋଇଯାଇଛି । ସ୍ୱାସ୍ଥ୍ୟ ହିଁ ସମ୍ପଦ ଏଇ ବାର୍ତ୍ତା ନେଇ ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ରିଷି ଏହି ଜିମ୍ ର ପରିକଳ୍ପନା କରିଛନ୍ତି ।

ଟ୍ୱିନ୍ ସିଟି ମଝିରେ "ଫିଟନେସ ଗ୍ୟାରେଜ" ନିର୍ମାଣ କଲେ ଓଲିଉଡ ଅଭିନେତା

ଭୁବନେଶ୍ୱର: ଟ୍ୱିନ୍ ସିଟିର ମଧ୍ୟ ଭାଗ ପାହାଳଠାରେ ବାହୁବଳୀ ସେବାୟତ ଅନିଲ ଗୋଛିକରଙ୍କ ଦ୍ବାରା   "ଫିଟନେସ ଗ୍ୟାରେଜ" ଜିମ୍ ଉଦଘାଟିତ ହୋଇଯାଇଛି । ସ୍ୱାସ୍ଥ୍ୟ ହିଁ ସମ୍ପଦ ଏଇ ବାର୍ତ୍ତା ନେଇ ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ରିଷି ଏହି ଜିମ୍ ର ପରିକଳ୍ପନା କରିଛନ୍ତି । ଏହା ଅତ୍ୟାଧୁନିକ ଉପକରଣ ସହିତ ଏକ ବ୍ୟୟ ବହୁଳ ଜିମ୍ । ସାର୍ବଜନୀନ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଅଭିନେତା ରିଷିଙ୍କର ଏହି ସ୍ବପ୍ନ ବାସ୍ତବରେ ପରିଣତ ହୋଇଛି ।

ଆମ ସ୍ୱାସ୍ଥ୍ୟ ଖରାପ ହେବା ପରେ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ । ତେବେ ସ୍ୱାସ୍ଥ୍ୟ ପ୍ରତି ଟିକେ ଯତ୍ନବାନ ହେଲେ ସୁସ୍ଥ ରହିଥାନ୍ତି ଏକଥା ବ୍ୟସ୍ତ ଜୀବନ ଭିତରେ ଭୁଲିଯାଇଥାଉ । ସେଇ ବାର୍ତ୍ତା ନେଇ ଫିଟନେସ ଗ୍ୟାରେଜ ଜିମ୍ ଓଲିଉଡ଼ର ଲୋକପ୍ରିୟ ଅଭିନେତା ରିଷି ଶୁଭାରମ୍ଭ କରିଛନ୍ତି । ଏହି ଜିମ୍ ରେ ଏକାଧିକ ଅଭିଜ୍ଞ ତାଲିମ୍ ଶିକ୍ଷକ ଥିବାବେଳେ ଏଠାରେ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ଉପଲବ୍ଧ । ଶୁଭ ଉଦଘାଟନୀ ଉତ୍ସବରେ ଅଭିନେତା ଅଂଶୁମାନ ଆରୋରା, ମଣ୍ଟୁ, ରିଷିକ, ରୋନୀ, ଅଭିନେତ୍ରୀ ଦେବସ୍ମିତା ପଣ୍ଡା, ଅନିଶା, ଏଲିନା, ପ୍ରିୟା, ନିର୍ଦ୍ଦେଶକ ଜଗତ, କୋରିଓଗ୍ରାଫର ମଣ୍ଟୁ ଜେନା, ଫିଟନେସ କୋଚ ସୁଜିତ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଉଭୟ କଟକ ଏବଂ ଭୁବନେଶ୍ୱରର ସମସ୍ତେ ଉପକୃତ ହେବେ ବୋଲି ଅଭିନେତା ରିଷି ମତ ଦେଇଛନ୍ତି ।

Also Read- ୨୧ ବର୍ଷ ବୟସରେ ପ୍ରଥମ ବିବାହ, ୩ ଛାଡ଼ପତ୍ର ପରେ ୬୫ ବର୍ଷ ବୟସରେ ଏକାକୀ ଜୀବନ କାଟୁଛନ୍ତି ଅଭିନେତ୍ରୀ

Also Read- 'I Love you ନିଜର ଯତ୍ନ ନେବ' ଲେଖି ଜୀବନ ହାରିଲେ ପ୍ରେମିକ