Odisha News: ମାର୍ଚ୍ଚ ୧ରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଓଡି଼ଶା ଗସ୍ତ! ଜାଣନ୍ତୁ ଏହା ପଛର କାରଣ
Advertisement
Article Detail0/zeeodisha/odisha2115876

Odisha News: ମାର୍ଚ୍ଚ ୧ରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଓଡି଼ଶା ଗସ୍ତ! ଜାଣନ୍ତୁ ଏହା ପଛର କାରଣ

President Droupadi Murmu Odisha visit: ନୂଆ ରୂପରେ ସଜେଇ ହୋଇଛି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ। ଝଲସୁଛି କୋଠା , ପାଚେରୀ ସବୁ ରଙ୍ଗୀନ ହୋଇଛି। ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବ ପାଇଁ ଏହି ସାଜସଜା ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ (President Droupadi Murmu) ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏସମ୍ପର୍କରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ (Berhampur University)କର୍ତ୍ତୃପକ୍ଷ। 

ସୌଜନ୍ୟ- ସୋସିଆଲ ମିଡି଼ଆ

President Droupadi Murmu Odisha visit: ନୂଆ ରୂପରେ ସଜେଇ ହୋଇଛି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ। ଝଲସୁଛି କୋଠା , ପାଚେରୀ ସବୁ ରଙ୍ଗୀନ ହୋଇଛି।  ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବ ପାଇଁ ଏହି ସାଜସଜା ହୋଇଛି। ଏହି ଉତ୍ସବରେ  ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ  (President Droupadi Murmu) ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ଏସମ୍ପର୍କରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ (Berhampur University)କର୍ତ୍ତୃପକ୍ଷ। ଉତ୍ସବରେ ରାଷ୍ଟ୍ରପତିଙ୍କ ପ୍ରାୟ ଏକ ଘଣ୍ଟା କାର୍ଯ୍ୟକ୍ରମ ରହିଥିବା  ଜଣାପଡିଛି। ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଦେଶର ସାମ୍ବିଧାନିକ ମୁଖ୍ୟ ତଥା ରାଷ୍ଟ୍ରପତିଙ୍କ ଯୋଗଦାନର ଏହା ଦ୍ବିତୀୟ ଅବସର ହେବ। ପୂର୍ବରୁ ୧୯୭୨ ମସିହାରେ ସମାବର୍ତ୍ତନ ଉତ୍ସବରେ ଚତୁର୍ଥ ରାଷ୍ଟ୍ରପତି ଭିଭି ଗିରି ମୁଖ୍ୟ ଅତିଥି ଭାବେଯୋଗ ଦେଇଥିଲେ। ସେହିପରି ଦେଶର ୭ମ ଉପରାଷ୍ଟ୍ରପତି ଥିବା ବେଳେ ଆର୍. ଭେଙ୍କଟରମଣ ବିଶ୍ବ ବିଦ୍ୟାଳୟ ଗସ୍ତରେ ଆସିଥିଲେ। 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଫେବୃଆରୀ ୨୯ରେ ଓଡି଼ଶା ଗସ୍ତରେ ଆସି ମୟୂରଭଂଜରେ କାର୍ଯ୍ୟକ୍ରମ ସୂଚୀ ରହିଛି। ତା ପରଦିନ ଅର୍ଥାତ୍ ମାର୍ଚ୍ଚ ୧ରେ ସେ ବ୍ରହ୍ମପୁର ଆସିବେ ବୋଲି ସୂଚନା ମିଳିଛି।  ରାଷ୍ଟ୍ରପତି ହେବା ପରେ ଦୌପ୍ରଦୀ ମୁର୍ମୁଙ୍କର ଏହା ବ୍ରହ୍ମପୁର ପ୍ରଥମ ଗସ୍ତ ହେବ। ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ୪୩ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚଡି ପ୍ରଦାନ କରାଯିବା ସହ ପ୍ରତ୍ୟକ ବିଭାଗର ଟପ୍ପର ୩୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୩ ଜଣଙ୍କୁ ଡିଲିଟ୍ ଉପାଧି, ଜଣଙ୍କୁ ଡିଏସସି ଉପାଧି ପ୍ରଦାନ କରାଯିବ ବୋଲି ଜଣାପଡିଛି।