Samalei Project: ୨୭ରେ ସମଲେଇ ପ୍ରକଳ୍ପ ଲୋକାର୍ପିତ
Advertisement
Article Detail0/zeeodisha/odisha2071755

Samalei Project: ୨୭ରେ ସମଲେଇ ପ୍ରକଳ୍ପ ଲୋକାର୍ପିତ

ସମ୍ବଲପୁର: ଆସନ୍ତା ୨୭ ତାରିଖରେ ସମଲେଇ ପୀଠର ନୂତନ ପ୍ରକଳ୍ପ ଲୋକାର୍ପିତ ହେବ। ଏଥିପାଇଁ ଆଜି ଠାରୁ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଛି। ପବିତ୍ର ଦିବସରେ ମହାଯଜ୍ଞ ପାଇଁ ଆଜି ଅଙ୍କୁରାରୋପଣ କାର୍ଯ୍ୟ ହେବ। ଅଙ୍କୁରାରୋପଣ ପରେ ମହାଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ। ୨୪ ତାରିଖରେ କଳସ ଯାତ୍ରା ହେବା ସହିତ ମହାନଦୀରୁ ପୂର୍ଣ୍ଣ କଳସ ଅଣାଯାଇ ମା' ସମଲ

Samalei Project: ୨୭ରେ ସମଲେଇ ପ୍ରକଳ୍ପ ଲୋକାର୍ପିତ

Samalei Project: ସମ୍ବଲପୁର: ଆସନ୍ତା ୨୭ ତାରିଖରେ ସମଲେଇ ପୀଠର ନୂତନ ପ୍ରକଳ୍ପ ଲୋକାର୍ପିତ ହେବ। ଏଥିପାଇଁ ଆଜି ଠାରୁ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଛି। ପବିତ୍ର ଦିବସରେ ମହାଯଜ୍ଞ ପାଇଁ ଆଜି ଅଙ୍କୁରାରୋପଣ କାର୍ଯ୍ୟ ହେବ। ଅଙ୍କୁରାରୋପଣ ପରେ ମହାଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ। ୨୪ ତାରିଖରେ କଳସ ଯାତ୍ରା ହେବା ସହିତ ମହାନଦୀରୁ ପୂର୍ଣ୍ଣ କଳସ ଅଣାଯାଇ ମା' ସମଲେଇଙ୍କ ପୀଠରେ ଅଧିବାସ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। 

ସେହିପରି ୨୭ରୁ ଯଜ୍ଞ ଆରମ୍ଭ ହେବା ସହିତ ମନ୍ଦିରର ୪ ଦ୍ୱାରରେ ହୋମଯଜ୍ଞ ଓ ଚଣ୍ଡିପାଠ କରାଯିବ। ୨୭ ତାରିଖ ଦିନ ମଧ୍ୟାହ୍ନ ସାଢେ ୧୨ଟା ବେଳକୁ ଐତିହାସିକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ୟାରେ ମହାନଦୀରେ ଭବ୍ୟ ଆଳତୀ କରାଯାଇ ବିଧି ଅନୁସାରେ ପୂଜାର୍ଚ୍ଚାନା କରାଯାଇଛି। ୩୧ ତାରିଖରେ ଏହି ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରାଯିବ।