ଡହଡହ ତାତିରେ ବୁଲା ଜନ୍ତୁଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ
Advertisement
Article Detail0/zeeodisha/odisha2239168

ଡହଡହ ତାତିରେ ବୁଲା ଜନ୍ତୁଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ

ସାରା ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରାକୁ ଲକ୍ଷ୍ୟକରି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୪୦ଟି କ୍ଲବ୍ ମଧ୍ୟରୁ ପଶୁପକ୍ଷୀଙ୍କ ନିମନ୍ତେ ଥିବା ‘ଆନିମଲ୍ ୱେଲନେସ୍ କ୍ଲବ୍’ ଓ ‘ବାର୍ଡିଂ କ୍ଲବ୍’ ପକ୍ଷରୁ ଏହାର ସଦସ୍ୟ/ସଦସ୍ୟାମାନେ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଥିବ

ଡହଡହ ତାତିରେ ବୁଲା ଜନ୍ତୁଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ

କଟକ: ସାରା ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରାକୁ ଲକ୍ଷ୍ୟକରି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୪୦ଟି କ୍ଲବ୍ ମଧ୍ୟରୁ ପଶୁପକ୍ଷୀଙ୍କ ନିମନ୍ତେ ଥିବା ‘ଆନିମଲ୍ ୱେଲନେସ୍ କ୍ଲବ୍’ ଓ ‘ବାର୍ଡିଂ କ୍ଲବ୍’ ପକ୍ଷରୁ ଏହାର ସଦସ୍ୟ/ସଦସ୍ୟାମାନେ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଥିବା ବୁଲା ପଶୁ ଏବଂ ଜଙ୍ଗଲୀ ପକ୍ଷୀମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି । ସେମାନେ ଯେଭଳି ଭାବରେ ସୁରୁଖୁରୁରେ ପାଣି ପିଇ ପାରିବେ, ସେଥିପାଇଁ ବିଭିନ୍ନ ସ୍ଥାନରେ ଜଳକୁଣ୍ଡମାନ ସ୍ଥାପନ କରାଯାଇଛି।

ଏହି କାର୍ଯ୍ୟକ୍ରମ ବିଶ୍ୱଜିତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଉଥିବା ବେଳେ ସଦସ୍ୟମାନେ ଜୈବ ବିବିଧତା ଓ ପରିବେଶ ସୁରକ୍ଷା ଉପରେ ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି । ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ଏହିପରି ସମ୍ମିଳିତ ଉଦ୍ୟମ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ସ୍ଥାନୀୟ ଜନସାଧାରଣ ମଧ୍ୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଏ ଧରଣର ନିଆରା ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି ।