Odisha Election 2024: ପାଣ୍ଠି ନଥିବାରୁ ଟିକଟ ଫେରାଇଲେ ସୁଚରିତା, ପୁରୀ ଲୋକସଭା ପାଇଁ ନୂଆ ପ୍ରାର୍ଥୀ ଦେଇପାରେ କଂଗ୍ରେସ
Advertisement
Article Detail0/zeeodisha/odisha2233855

Odisha Election 2024: ପାଣ୍ଠି ନଥିବାରୁ ଟିକଟ ଫେରାଇଲେ ସୁଚରିତା, ପୁରୀ ଲୋକସଭା ପାଇଁ ନୂଆ ପ୍ରାର୍ଥୀ ଦେଇପାରେ କଂଗ୍ରେସ

Odisha Election 2024: ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକଟ ଫେରାଇଛନ୍ତି। ଏଆଇସିସି ସଂଗଠନ ସମ୍ପାଦକ କେସି ଭେନୁ ଗୋପାଳଙ୍କୁ ଚିଠି ଲେଖି ଏ ବିଷୟ ସ୍ପଷ୍ଟ କରିଛନ୍ତି ସୁଚରିତା। ବିନା ପାର୍ଟି ପାଣ୍ଠିରେ ସେ ନିର୍ବାଚନ ପ୍ରଚାର କରିବାରେ ସମର୍ଥ ହେଉ ନାହାନ୍ତି ଏଣୁ ଟିକଟ ଫେରାଉଛନ୍ତି ବୋଲି ସେ କହିଛନ୍ତି । 

Odisha Election 2024: ପାଣ୍ଠି ନଥିବାରୁ ଟିକଟ ଫେରାଇଲେ ସୁଚରିତା, ପୁରୀ ଲୋକସଭା ପାଇଁ ନୂଆ ପ୍ରାର୍ଥୀ ଦେଇପାରେ କଂଗ୍ରେସ

Odisha Election 2024: ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକଟ ଫେରାଇଛନ୍ତି। ଏଆଇସିସି ସଂଗଠନ ସମ୍ପାଦକ କେସି ଭେନୁ ଗୋପାଳଙ୍କୁ ଚିଠି ଲେଖି ଏ ବିଷୟ ସ୍ପଷ୍ଟ କରିଛନ୍ତି ସୁଚରିତା। ବିନା ପାର୍ଟି ପାଣ୍ଠିରେ ସେ ନିର୍ବାଚନ ପ୍ରଚାର କରିବାରେ ସମର୍ଥ ହେଉ ନାହାନ୍ତି ଏଣୁ ଟିକଟ ଫେରାଉଛନ୍ତି ବୋଲି ସେ କହିଛନ୍ତି । ଏହାସହ ପୁରୀ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭାରରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେଇଛି ଓ ସେମାନଙ୍କଠାରୁ ସେ କିଛି ଆଶା କରିପାରୁ ନାହାନ୍ତି ବୋଲି କହିଛନ୍ତି। 
କଂଗ୍ରେସ ପରିବାରରୁ ଆସିଥିବା ସୁଚରିତା ପେସାରେ ଜଣେ ସାମ୍ବାଦିକ ଥିଲା। ସେ ୧୦ ବର୍ଷ ତଳେ ରାଜନୀତିରେ ପ୍ରବେଶ କରିଥିଲେ। କଂଗ୍ରେସ ପରିବାର ହେତୁ ତାଙ୍କ ଆଦର୍ଶ ଓ ଆଚରଣ କଂଗ୍ରେସ ପାଇ ଉତ୍ସର୍ଗୀକୃତ ଥିବା  କାର୍ଟି ଲକ୍ଷ୍ୟ କରି ତାଙ୍କୁ ଲଥର ଟିକଟ ଦେଇଥିଲା। ହେଲେ ସେ ବାରମ୍ବାର ପ୍ରଚାର ପାଇଁ ପାଣ୍ଠି ମାଗି ମଧ୍ୟ ନିରାଶ ହୋଇଥିଲେ। ଜନସାଧାରଣଙ୍କଠାରୁ ପାଣ୍ଠି ସଂଗ୍ରହ ପାଇଁ ମଧ୍ୟ ଉଦ୍ୟମ କରି ବିଫଳ ହୋଇଥିଲେ। ଏଣୁ ସେ ଜନସାଧାରଣଙ୍କ ନିକଟରେ କଂଗ୍ରେସ ପାଇଁ ରହିଥିବା  ବିପୁଳ ସମର୍ଥନକୁ  ଭୋଟରେ ରୂପାନ୍ତରଣ କରିବାରେ ଅସମର୍ଥ ହେବେ ବୋଲି ଚିନ୍ତା କରିଛନ୍ତି। 

fallback
ସେ କହିଛନ୍ତି ୨୦୨୪ ନିର୍ବାଚନ ସତ୍ତା ବନାମ ଜନତା ହେବ। ଏହି ନିର୍ବାଚନରେ ଜନସାଧାରଣ ଦୁର୍ନୀତି, ଭ୍ରାଷ୍ଟାଚାରରେ ଲିପ୍ତ ପ୍ରଶାସନକୁ ତ୍ୟାଗ କରିବାକୁ ପ୍ରସ୍ତୁତ ରହିଛନ୍ତି। ଏଥିରେ ଉଭୟ ବିଜେପି ଓ ବିଜେଡି ବିପକ୍ଷରେ ମତ ରହିଛି। ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ଆକର୍ଷଣ ରହିଛି। କିନ୍ତୁ ପ୍ରଚାର ପାଇଁ ତାଙ୍କ ପାଖରେ ପାଣ୍ଠି ନାହିଁ। 
ରାହୁଲ ଗାନ୍ଧିଙ୍କ ପ୍ରତି କୃତଜ୍ଞତା ପ୍ରଦାନ କରିବା ସହ ନିଜେ କଂଗ୍ରେସର ସୈନିକ ହୋଇ ରହିବେ ବୋଲି କହିଛନ୍ତି। ମୋର ସାତଟି ବିଧାୟକ ଙ୍କ ମଧ୍ୟ ଦୁର୍ବଳ ପ୍ରାର୍ଥୀ ଦେଇଛନ୍ତି। ତାଙ୍କଠାରୁ ମଧ୍ୟ କିଛି ଭଲ ଆଶା କରିପାରୁ ନାହିଁ। ଏଣୁ ମୁଁ ମୋର ପ୍ରାର୍ଥୀପତ୍ର ଫେରାଉଛି ବୋଲି ସେ ଟିଭି ଚ୍ୟାନେଲ୍‍କୁ କହିଛନ୍ତି। ଆସନ୍ତା କାଲି ପୁରୀ ଲୋକସଭା ମଣ୍ଡଳୀ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି।