Odisha Election 2024: ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନର ଆଜି ଶେଷ ତାରିଖ, ୬ ଲୋକସଭା ଲାଗି ୧୧ ପ୍ରାର୍ଥୀ
Advertisement
Article Detail0/zeeodisha/odisha2232285

Odisha Election 2024: ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନର ଆଜି ଶେଷ ତାରିଖ, ୬ ଲୋକସଭା ଲାଗି ୧୧ ପ୍ରାର୍ଥୀ

Odisha Election 2024: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଶେଷ ଦିନ। ଏହି ପର୍ଯ୍ୟାୟରେ ୫ ଲୋକସଭା ଆସନ ଏବଂ ୩୫ ବିଧାନସଭା ଲାଗି ଏକସଙ୍ଗେ ଭୋଟ ଗ୍ରହଣ କରାଯିବ।  ବିଶେଷକରି ରୀାଜ୍ୟର ପଶ୍ଚିମାଞ୍ଚଳ ଏହି ପର୍ଯ୍ୟାୟରେ ଭୋଟ ଦେବ। ଗତକାଲି ସୁଦ୍ଧା ଏଥିଲାଗି ସମୁଦାୟ ୩୫ ଜଣ  ଲୋକସଭା ଆଶାୟୀ ଏବଂ ୨୧୧ ଜଣ ବିଧାନସଭା ପ୍ରାର୍ଥୀ ଲାଗି ଆଶାୟୀ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦେଖଲ କରିଛନ୍ତି। 

Odisha Election 2024: ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନର ଆଜି ଶେଷ ତାରିଖ, ୬ ଲୋକସଭା ଲାଗି ୧୧ ପ୍ରାର୍ଥୀ

Odisha Election 2024: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଶେଷ ଦିନ। ଏହି ପର୍ଯ୍ୟାୟରେ ୫ ଲୋକସଭା ଆସନ ଏବଂ ୩୫ ବିଧାନସଭା ଲାଗି ଏକସଙ୍ଗେ ଭୋଟ ଗ୍ରହଣ କରାଯିବ।  ବିଶେଷକରି ରୀାଜ୍ୟର ପଶ୍ଚିମାଞ୍ଚଳ ଏହି ପର୍ଯ୍ୟାୟରେ ଭୋଟ ଦେବ। ଗତକାଲି ସୁଦ୍ଧା ଏଥିଲାଗି ସମୁଦାୟ ୩୫ ଜଣ  ଲୋକସଭା ଆଶାୟୀ ଏବଂ ୨୧୧ ଜଣ ବିଧାନସଭା ପ୍ରାର୍ଥୀ ଲାଗି ଆଶାୟୀ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦେଖଲ କରିଛନ୍ତି। ଆଜି ଆଉ କିଛି ଆଶାୟୀ ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିପାରନ୍ତି। ୨୦ ତାରିଖ ଦିନ ଏଠାରେ ଭୋଟ ହେବ। 
ଯେଉଁ ୫ ଲୋକସଭା ଆସନ ଲାଗି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେବାକୁ ଯାଉଛି ସେଗୁଡ଼ିକ ହେଲା, ବରଗଡ଼, ବଲାଙ୍ଗୀର, ଆସ୍କା, ସୁନ୍ଦରଗଡ଼ ଏବଂ କନ୍ଧମାଳ। ସେହିପରି ଏହି ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୩୫ଟି ବିଧାନସଭା ମଣ୍ଡଳୀ ଲାଗି ଭୋଟଗ୍ରହଣ ହେବ। ଏହି ପର୍ଯ୍ୟାୟରେ ଅନେକ ହାଇ ପଅୋଫାଇଲ୍‍ ନେତା ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁଥିବା ବଲାଙ୍ଗୀର ଲୋକସଭା ମଣ୍ଡଳୀର କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀ ଲାଗି ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବଲାଙ୍ଗୀର ରାଣୀ ସଙ୍ଗୀତା କୁମାରୀ ସିଂହ ଦେଓ ପ୍ରମୁଖ ନିଜର ଭାଗ୍ୟ ପରୀକ୍ଷା କରିବେ। 
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଧ୍ୟ ରାଜ୍ୟରେ ନାମାଙ୍କନ ଜାରି ରହିଛି। ଏହି ପର୍ଯ୍ୟାୟରେ ୬ଟି ବିଧାନସଭା ଏବଂ ୪୨ ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ ହେବ। ପଶ୍ଚିମାଞ୍ଚଳର ପ୍ରମୁଖ ପ୍ରାଣକେନ୍ଦ୍ର ସମ୍ବଲପୁର ସମେତ ଉପକୂଳ ତଥା ରାଜ୍ୟର ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳ ପୁରୀ, ଐତିହ୍ୟ ନଗରୀ କଟକ, ଯାଜପୁର, ରାଜଧାନୀ ଭୁବନେଶ୍ୱର, ଢେଙ୍କାନାଳ ଏବଂ କେନ୍ଦୁଝର ଲୋକସଭା ମଣ୍ଡଳୀ ଏଥର ଭୋଟ ଦେବ। ଗତକାଲି ସୁଦ୍ଧା ଏହି ୬ ଲୋକସଭା ମଣ୍ଡଳୀ ଲାଗି ୧୧ଜଣ ପ୍ରାର୍ଥୀ ଏବଂ ବିଧାନସଭା ଲାଗି ୯୦ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।