Summer Special Trains 2024: ଗଡ଼ିବ ଏତିକିଟି ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା
Advertisement
Article Detail0/zeeodisha/odisha2218458

Summer Special Trains 2024: ଗଡ଼ିବ ଏତିକିଟି ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା

Train Service: ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆହୁରି ପାଞ୍ଚ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି। ଏଠାରେ ଦେଖନ୍ତୁ ପୂରା ତାଲିକା

Summer Special Trains 2024: ଗଡ଼ିବ ଏତିକିଟି ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା

Train Service: ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆହୁରି ପାଞ୍ଚ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି। ଏନେଇ ପୂର୍ବତଟ ରେଳପଥ ପୂର୍ବରୁ ୨୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସମ୍ବଲପୁରରୁ ଏରୋଡ଼; ପୁରୀରୁ ଉଧନା (ସୁରଟ) ଓ ନୂଆଦିଲ୍ଲୀ ଏବଂ ବିଶାଖାପାଟନମ୍ ରୁ ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହଟିଆକୁ ସ୍ୱତନ୍ତ୍ର ଟ୍ରେନ ଗଡିବ।  ସେହିପରି,  ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ସମୁଦାୟ ୨୬ ଯୋଡ଼ା ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଚଳାଚଳ କରିବ । 
 
୧- ପୁରୀ-ଉଧନା (ସୁରଟ) ଦ୍ୱି-ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ 
 08471/08472 ପୁରୀ-ଉଧନା-ପୁରୀ ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ୍ ୨୫ ଏପ୍ରିଲରୁ ୨୭ ଜୁନ୍ ୨୦୨୪ ମଧ୍ୟରେ ଉଧନାରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ସକାଳ ୦୬ଘ. ୩୦ମି.ରେ ଛାଡିବାକୁ ଥିବାବେଳେ ୨୬  ଏପ୍ରିଲ୍ ରୁ ୨୮ ଜୁନ୍ ୨୦୨୪ ମଧ୍ୟରେ ଏହା ଉଧନା ଠାରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଅପରାହ୍ନ ୦୫ ଘଟିକାରେ ଛାଡି ପୁରୀ ଯାତ୍ରା କରିବ ।  

୨- ପୁରୀ-ନୂଆଦିଲ୍ଲୀ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ 
 08479/08480 ପୁରୀ-ନୂଆଦିଲ୍ଲୀ-ପୁରୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୩୦ ଏପ୍ରିଲରୁ ୨୫ ଜୁନ୍ ୨୦୨୪ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ପୂର୍ବାହ୍ନ ୦୮ଘ. ୪୫ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା ନୂଆଦିଲ୍ଲୀରୁ ୧ ମଇରୁ ୨୬ ଜୁନ୍ ୨୦୨୪ ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ରାତ୍ରି ୦୯ଘ. ୩୦ମି.ରେ ଛାଡି ପୁରୀ ଯାତ୍ରା କରିବ। 
 
୩- ପୁରୀ-ନୂଆଦିଲ୍ଲୀ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ 
 04082/04081 ନୂଆଦିଲ୍ଲୀ-ପୁରୀ- ନୂଆଦିଲ୍ଲୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୨୨ ଏପ୍ରିଲ୍ ୨୦୨୪ ଦିନ ରାତ୍ରି ୧୧ ଘଟିକାରେ ନୂଆଦିଲ୍ଲୀରୁ ଛାଡ଼ିଥିବାବେଳେ ଫେରିବା ମାର୍ଗରେ ପୁରୀରୁ ଏହି ଟ୍ରେନ୍ ୨୪ ଏପ୍ରିଲ୍ ୨୦୨୪ ଦିନ ରାତ୍ରି ୧୦ଘ. ୨୦ମି.ରେ ଛାଡି ନୂଆଦିଲ୍ଲୀ ଯାତ୍ରା କରିବ ।
 
୪-ସମ୍ବଲପୁର-ଏରୋଡ୍ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ 
 08311/08312 ସମ୍ବଲପୁର-ଏରୋଡ-ସମ୍ବଲପୁର ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ୍ ମଇ ମାସ ପହିଲା ଠାରୁ ଜୁନ ମାସ ୨୬ ତାରିଖ ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ ୧୧ଘ. ୩୫ମି.ରେ ସମ୍ବଲପୁରରୁ ଯାତ୍ରା କରିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ଏରୋଡରୁ ୩ ମେ ରୁ ୨୮ ଜୁନ୍ ୨୦୨୪ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ ୦୨ଘ.୪୫ ମି.ରେ ଛାଡି ସମ୍ବଲପୁର ଯାତ୍ରା କରିବ । 

୫-ବିଶାଖାପାଟନମ୍-ବେଙ୍ଗାଲୁରୁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ।
 08549/08550 ବିଶାଖାପାଟନମ୍ - ବେଙ୍ଗାଲୁରୁ-ବିଶାଖାପାଟନମ୍ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୨୭ ଏପ୍ରିଲରୁ ୨୯ ଜୁନ୍ ୨୦୨୪ ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୦୧ଘ. ୧୫ମି.ରେ ବିଶାଖାପାଟନମ୍ ଠାରୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ୨୮ ଏପ୍ରିଲ୍ ରୁ ୩୦ ଜୁନ୍ ୨୦୨୪ ମଧ୍ୟରେ ବେଙ୍ଗାଳୁରୁ ଠାରୁ ଛାଡି ବିଶାଖାପାଟନମ୍ ଯାତ୍ରା କରିବ । 
  
୬-ବିଶାଖାପାଟନମ୍-ଚେନ୍ନାଇ ଏଗମୋର ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ 
 08557/08558 ବିଶାଖାପାଟନମ୍-ଚେନ୍ନାଇ ଏଗମୋର-ବିଶାଖାପାଟନମ୍ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୨୭ ଏପ୍ରିଲରୁ ୨୯ ଜୁନ୍ ୨୦୨୪ ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟା ୦୭ ଘଟିକାରେ ବିଶାଖାପାଟନମ୍ ଠାରୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ଚେନ୍ନାଇ ଏଗମୋର ଠାରୁ ୨୮ ଏପ୍ରିଲ୍ ରୁ ୩୦ ଜୁନ୍ ୨୦୨୪ ମଧ୍ୟରେ ପ୍ରତ୍ୟକ ରବିବାର ଦିନ ପୂର୍ବାହ୍ନ ୧୦ଘ.୩୦ମିରେ ଚେନ୍ନାଇ ଠାରୁ ଛାଡି ବିଶାଖାପାଟନମ୍ ଯାତ୍ରା କରିବ । 
 

୭-ବିଶାଖାପାଟନମ୍-ହଟିଆ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ 
 08559/08560 ବିଶାଖାପାଟନମ୍-ହଟିଆ-ବିଶାଖାପାଟନମ୍ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ୨୮ ଏପ୍ରିଲରୁ ୩୦ ଜୁନ୍ ୨୦୨୪ ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ରାତ୍ରି ୧୧ଘ.୫୦ମି.ରେ ବିଶାଖାପାଟନମରୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ହଟିଆ ଠାରୁ ୨୯ ଏପ୍ରିଲ ଠାରୁ ଜୁଲାଇ ମାସ ପହିଲା ମଧ୍ୟରେ ହଟିଆ ଠାରୁ ପ୍ରତ୍ୟକ ସୋମବାର ଅପରାହ୍ନ ୦୪ ଘଟିକାରେ ଛାଡି ବିଶାଖାପାଟନମ୍ ଯାତ୍ରା କରିବ।   
 
ପୂର୍ବତଟ ରେଳପଥ ଗ୍ରୀଷ୍ମ ଋତୁ ସମୟରେ ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ପୂର୍ବରୁ ୨୨ ଯୋଡ଼ା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ପାଇଁ ବିଜ୍ଞପ୍ତି ପ୍ରକାଶ  ହୋଇଥିଲା । ଏ-ହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ପୁରୀ, ଭୁବନେଶ୍ୱର, ବିଶାଖାପାଟନମ୍, ସମ୍ବଲପୁର, କଟକ ଏବଂ ବ୍ରହ୍ମପୁର ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରୁ ବାହାରି ଦେଶର ବିଭିନ୍ନ ପ୍ରାନ୍ତକୁ ଚଳାଚଳ ପାଇଁ ଯୋଜନା ରହିଛି। 

ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ପାଟନା, ନିଜାମୁଦ୍ଦିନ, ଶାଲୀମାର, ଭଞ୍ଜପୁର ଏବଂ ସାନ୍ତ୍ରାଗଛି ଅଭିମୁଖେ ଯାତ୍ରା କରିବାକୁ ଯୋଜନା ରହିଥିବାବେଳେ ଭୁବନେଶ୍ୱରରୁ ଯଶୋବନ୍ତପୁର, ଧାନବାଦ୍ ଏବଂ ଚେନ୍ନାଇ ଆଡକୁ ଯିବ। ସେହିପରି, ସମ୍ବଲପୁରରୁ ଗୌହାଟୀ, ଏରୋଡ ଏବଂ ପୁଣେ , କଟକରୁ ହାଇଦ୍ରାବାଦ ; ବ୍ରହ୍ମପୁରରୁ ସୁରଟ ଏବଂ ବିଶାଖାପାଟନମରୁ ବେଙ୍ଗାଲୁରୁ, କୋଲାମ, ତିରୁପତି, ସିକନ୍ଦରାବାଦ ଏବଂ କୁର୍ନୁଲ ଆଡକୁ ଯାତ୍ରା କରିବ। 

ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ନିୟମିତ ଟ୍ରେନରେ ମାତ୍ରାଧିକ ଭିଡ଼ ଏଡ଼ାଇବା ପାଇଁ ଏବଂ ବିଭିନ୍ନ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ମାନଙ୍କରେ ଟ୍ରେନ୍ ଟିକେଟ ବୁକ୍ କରିବାକୁ ଅନୁରୋଧ କରିଥିଲା ।  ଏହା ବ୍ୟତୀତ, ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ରେଳ ଷ୍ଟେସନ ଗୁଡିକରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରାଇଥିବାବେଳେ ସମସ୍ତ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ମଧ୍ୟ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ଗୁରୁତ୍ୱାରୋପ କରାଯାଇଛି। ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ ଗୁଡିକରେ ଯାତ୍ରୀମାନଙ୍କ ପ୍ରବେଶ ପାଇଁ ଧାଡି ସୁନିଶ୍ଚିତ କରିବା ପାଇଁ ପ୍ରାରମ୍ଭିକ ଷ୍ଟେସନରେ ଆରପିଏଫ୍ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଅଛି । 

ଉପରୋକ୍ତ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ବ୍ୟତୀତ, ଦେଶର ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ୧୩ ଯୋଡ଼ା ଦୂରଗାମୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରୁଛି । ଏହି ଟ୍ରେନ୍ ଗୁଡିକ ହେଉଛି -ସିକନ୍ଦରାବାଦ-ଦିବ୍ରୁଗଡ-ସିକନ୍ଦରାବାଦ ସ୍ପେଶାଲ, ସିକନ୍ଦରାବାଦ-ଅଗରତାଲା-ସିକନ୍ଦରାବାଦ ସ୍ପେଶାଲ, ଚେନ୍ନାଇ-ସାନ୍ତ୍ରାଗଛି-ଚେନ୍ନାଇ ସ୍ପେଶାଲ, ନାଗେରକୋଏଲ-ଡିବ୍ରୁଗଡ-ନାଗେରକୋଏଲ ସ୍ପେଶାଲ, କୋଚୁଭେଲି-ଶାଲିମାର-କୋଚୁଭେଲି ସ୍ପେଶାଲ, ବେଙ୍ଗାଲୁରୁ-ଖଡ଼ଗ୍ପୁର-ବେଙ୍ଗାଲୁରୁ ସ୍ପେଶାଲ, ସାନ୍ତ୍ରାଗଛି-ସିକନ୍ଦରାବାଦ-ସାନ୍ତ୍ରାଗଛି ସ୍ପେଶାଲ, ସିକନ୍ଦରାବାଦ-ଶାଲିମର-ସିକନ୍ଦରାବାଦ ସ୍ପେଶାଲ, ବେଙ୍ଗାଲୁରୁ-ମାଲଦା ଟାଉନ-ବେଙ୍ଗାଲୁରୁ ସ୍ପେଶାଲ, ମହୀଶୂର-ମୁଜାଫରପୁର-ମହୀଶୂର ସ୍ପେଶାଲ, ନ୍ୟୁ ତିନସୁକିଆ-ବେଙ୍ଗାଲୁରୁ-ନ୍ୟୁ ତିନସୁକିଆ ସ୍ପେଶାଲ ଏବଂ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ  ଚଳାଚଳ କରିବ।