Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2198923

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

HL1-Indian army: ନିଜର ସାମରିକ କୌଶଳ ଓ ସ୍ୱ ନିର୍ମିତ ଅସ୍ତ୍ରଶସ୍ତ୍ରକୁ ବନ୍ଧୁ ରାଷ୍ଟ୍ରଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ଦେଶରେ ଭାରତ ନିଜର ସେନା ବାହିନୀର ସ୍ୱଥନ୍ତ୍ର ବଳ ମୁତ୍ତୟ୍ରନ କରିବ। ଏହିକ୍ରମରେ ୨୬ ନୂଆ ରାଷ୍ଟ୍ରରେ ଭାରତୀୟ ସେନା ମୁତ୍ତୟନ କରିବାଲାଗି ଯୋଜନା ଥିବା ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏଥିରେ ୧୮ଟି ଆଫ୍ରିକୀୟ ରାଷ୍ଟ୍ର ରହିଥିବା ବେଳେ ଅନ୍ୟ ସବୁ ରାଷ୍ଟ୍ର ଏସିଆ ଓ ୟୁରୋପରର ରହିଛନ୍ତି। ଏ ଭିତରେ ୮ ନୂଆ ରାଷ୍ଟ୍ରରେ ଭାରତୀୟ ସେନାର ନୂଆ ବାହିନୀ ମୁତ୍ତୟନ ହୋଇନ୍ତି। ଏହି ରାଷ୍ଟ୍ରଗୁଡ଼ିକ ହେଲା, ପୋଲାଣ୍ଡ, ଆର୍ମନିଆ, ତାଞ୍ଜାନିଆ, ମୋଜାମ୍ବିକ୍‍, ଜିବୌଟି, ଇଥିଓପିଆ, ଆଇଭର କୋଷ୍ଟ ଏବଂ ଫିଲିପାଇନ୍ସ। 

HL2-Israel : ଇସ୍ରାଏଲ୍‍ର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ସହାୟତା କରିବା ପାଇଁ  ୬ ହଜାର ଭାରତୀୟ ନିଯୁକ୍ତ ହୋଇଛନ୍ତି। ସେମାନେ ଖୁବ୍‍ ଶୀଘ୍ର ଏପ୍ରିଲ୍‍ରୁ ମେ’ମାସ ମଧ୍ୟରେ ଇସ୍ରାଏଲ୍‍ ପହଞ୍ଚିବେ ବୋଲି ସେଠାକାର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦୀର୍ଘଦିନ ଧରି ଇସ୍ରାଏଲ୍‍-ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିବା କାରଣରୁ ଇସ୍ରାଏଲରେ ବର୍ତ୍ତମାନ ଶ୍ରମିକ ଅଭାବ ଦେଖା ଦେଇଛି। ଏହିକ୍ରମରେ ଭାରତରୁ ଦକ୍ଷ ଶ୍ରମିକଙ୍କୁ ନିଯୁକ୍ତି ଦେବା ଲାଗି ଇସ୍ରାଏଲ ସରକାର ଭାରତକୁ ପ୍ରସ୍ତାବ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ପରେ ତାହା ସଫଳତା ରୂପ ନେବାକୁ ଯାଉଛି। 

HL3-Elon Musk(ଭୁବନେଶ୍ୱର): ବିଶିଷ୍ଟ ଶିଳ୍ପପତି ତଥା ଟେସ୍‍ଲା ମୋଟର୍ସର ମାଲିକ ଏଲନ୍‍ ମସ୍କ ଭାରତ ଆସୁଛନ୍ତି।  ଚଳିତ ମାସ ଶେଷ ଆଡ଼କୁ ତାଙ୍କର ଏହି ଗସ୍ତ ସମ୍ଭାବନା ରହିଛି। କିନ୍ତୁ  ମସ୍କଙ୍କ ପକ୍ଷରୁ ଏ-ବାବଦରେ କିଛି ସୂଚନା ଦିଆଯାଇ ନାହିଁ।  ଭାରତରେ ଟେସ୍‍ଲା ମୋଟର୍ସର ସ୍ବତନ୍ତ୍ର କାରଖାନା ସ୍ଥାପନ ପାଇଁ ସୂଚନା ଦେବା ପରେ ତାଙ୍କର ଏହି ଗସ୍ତ ଅନେକ ଗୁରତ୍ୱ ବହନ କରୁଛି।  ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିପାରନ୍ତି। ନିଜର ଟ୍ୱିଟର ହ୍ୟାଣ୍ଡଲରେ ସେ ଏ ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଗତବର୍ଷ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଶ୍ରୀ ମସ୍କ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। 

HL4-Bomb Blast Inside Car in Mancheswar: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରପୁର ପୁଣିଥରେ ଅଶାନ୍ତ ହୋଇଛି। ସୁଧକାରବାରକୁ ନେଇ ଗତକାଲି ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହାଦ୍ୱାରା ଦୁଇଜଣ ଗୁରୁତ ଭାବେର ଆହତ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‍କୁ ସ୍ଥାନାନ୍ତର କରାଯାଇଛି। ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି  ୨ପ୍ଲାଟୁନ ପୁଲିସବଳ ମୁତ୍ତୟନ କରାଯାଇଛି। ଗତକାଲି ରାତିରେ ଭୁବନେଶ୍ୱର ଉପକଣ୍ଠ ପଦ୍ମକେଶରପୁରର ତଳ ସାହି ଓ ଉପସାହି ମଧ୍ୟରେ ପୁଣି ଉତ୍ତଜନା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ରାତି ୧୦ଟା ବେଳେ ଉପର ସାହିର ବାବୁଲା ଦାସ ଓ ତାପସ ଦାସ କିଛି ସହଯୋଗୀଙ୍କ ସହ ତଳ ସାହିର ସନାତନ ଦାସ ଓ ତାଙ୍କ ବୋହୂ ଖାଉଥିବା ସମୟରେ ତାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ। ପୂର୍ବରୁ ନେଇଥିବା ଟଙ୍କାର ସୁଧ ଆଦାୟ ତାଙ୍କ ଲକ୍ଷ୍ୟ ରହିଥିଲା। ସନାତନଙ୍କୁ ହେଉଥିବା ଆକ୍ରମଣକୁ ବିରୋଧ କରିବାରୁ ତାଙ୍କ ବୋହୂ ଉପରେ ଚୋଟ ଲାଗିଥିଲା। ଏବେ ଦୁଇଜଣ କଟକ ମେଡିକାଲ୍‍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। 

HL5-Weather Update: ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରକୋପରୁ ମୁକ୍ତି ମିଳିଛି । କାଳବୈଶାଖି ବର୍ଷା ଆଶ୍ବସ୍ତି ଦେଇଛି। ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ବାଭାବିକ ସ୍ଥିତିରେ ଥିବା ବେଳେ ପାରଦ ତଳ ମୁହାଁ ରହିଛି। ଲଗାତର ତୃତୀୟ ଦିନରେ  ରାଜ୍ୟରେ କୌଣସି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପି ନ ଥିବା ନଜରକୁ ଆସିଛି। ଖରା ଛାଇର ଲୁଚକାଳି ଖେଳ ଭିତରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆପଡା, ବଲାଙ୍ଗୀର , ସୋନପୁର ,ବୌଦ୍ଧ  ଆଦି ଜିଲ୍ଲାରେ ସ୍ଥାନେ ସ୍ଥାନେ ବର୍ଷା ରେକର୍ଡ଼ ହୋଇଛି। ୨ ଦିନ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ହୋଇ ନଥିବା ବେଳେ ୧୩ ତାରିଖରୁ ପର୍ଯ୍ୟାୟ କ୍ରମେ ପାରଦ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

HL6-EID 2024: ଇଦ୍ ପାଇଁ ଉତ୍ସବ ମୁଖର ସାରା ଦେଶ। ଆଜି ସାରା ଦେଶର ପାଳନ ହେଉଛି ମୁସଲମାନ ଭାଇ ଭଉଣୀ ମାନଙ୍କର ଏହି ବଡ଼ ପର୍ବ ଇଦ୍ ବା ଇଦ-ଉଲ-ଫିତର (Eid-ul-Fitr 2024)। ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଏବଂ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ଅନୁସାରେ ଆଜି ରାଜ୍ୟରେ ଇଦ୍ ପାଳନ ହେଉଛି।  ଇଦ୍ ପାଳନ ନେଇ ଇସଲାମ ଧର୍ମାଲମ୍ବୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ମସଜିଦ୍ ଗୁଡିକରେ ସମୁହ ନମାଜ ପାଠ କରାଯାଉଥିବା ବେଳେ ପରପ୍ପରକୁ ଇଦ୍ ମୁବାରକ୍ ର ଶୁଭେଚ୍ଛା ଜଣାଉଛନ୍ତି। ଏବଂ ବିରିୟାନୀ, ସିମେଇ, ଲଛା ଓ ସର୍ବତର ଘରେ ଘରେ ଆସର ଜମୁଛି। 

HL7-Road Accident: ରାସ୍ତାରେ ଛକି ବସିଥିଲା ଯମ। ଚାହୁଁଚାହୁଁ ଚାଲିଗଲା ୬ ନିରୀହ ଜୀବନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ୬ ଜଣ ମୃତକଙ୍କ ମଧ୍ୟରୁ ୫ ଜଣ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡି଼ଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ତାମିଲନାଡୁର ବୃନ୍ଦାନଗର ମଦୁରାଇ ଜାତୀୟ ରାଜପଥ ତିରୁମଙ୍ଗଲମ୍ ରେ ଏକ କାର୍ ଟି ଭାରସାମ୍ୟ ହରାଇ  ରାସ୍ତାକଡକୁ ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି।

HL8-Entertainment News: ଓଲିଉଡର ଆଉ ଏକ ଚର୍ଚ୍ଚିତ କଳି ଏବେ ଥାନାରେ ପହଞ୍ଚିଛି। ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଗତ ୬ ମାସ ହେବ ସୋସିଆଲ୍ ମିଡିଆରେ ମୁହାଁମୁହିଁ ହେଉଥିବା ବେଳେ ମାମଲା ଆଜି ବିଡାନାସୀ ଥାନାରେ ପହଞ୍ଚିଛି। ପୋଲିସ ଉଭୟ ପକ୍ଷଙ୍କୁ ଆପୋସ ସମାଧାନ ପାଇଁ କହୁଥିବା ବେଳେ ବୁଦ୍ଧାଦିତ୍ୟ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। 

HL9-Odisha Sweet Cuisine Chhena Poda: ଅପ୍ରେଲ ୧୧ ତାରିଖ ଆଜି ହେଉଛି ଛେନାପୋଡ଼ ଦିବସ। ସର୍ବପ୍ରଥମେ ଗତ ୨୦୨୨ ଅପ୍ରେଲ ୧୧ ତାରିଖରୁ ଛେନାପୋଡ଼ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା। ୧୯୩୧ ମସିହା ଆଜିର ଦିନରେ ନୟାଗଡ଼ ଜିଲ୍ଲାର ସାତପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଛେନାପୋଡ଼ର ଜନକ ସୁଦର୍ଶନ ସାହୁ।  

HL10-how much alcohol should be served to passengers on flight: ବିମାନ ଯାତ୍ରା ବେଳେ ଯାତ୍ରୀଙ୍କୁ କେତେ ମାତ୍ରାରେ ମଦ୍ୟ ଦିଆଯିବ? ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏ ସମ୍ପର୍କରେ ଜବାବ ରଖିଛି। ଏନେଇ ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀଙ୍କୁ କେତେ ପରିମାଣରେ ମଦ ଦିଆଯିବ ତାହା ବିମାନ କମ୍ପାନୀ ଦ୍ୱାରା ସ୍ଥିର ହୋଇଥାଏ। ବିମାନରେ ଯାତ୍ରୀଙ୍କୁ ମଦ ପ୍ରଦାନ କରିବା ସମ୍ପର୍କରେ ନିଷ୍ପତ୍ତି ବିମାନ କମ୍ପାନୀ ନେଇଥାଏ ବୋଲି ଡିଜିସିଏ ସୁପ୍ରିମକୋର୍ଟ ଠାରେ ଏକ ସତ୍ୟପାଠ ଦାଖଲ କରିଛି।