Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2237579

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.Loksabha Phase3 Voting Begins: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆଜି ସକାଳୁ ଆରମ୍ଭ ହୋଇଛି। ୧୧ଟି ରାଜ୍ୟର ୯୩ଟି ଆସନ ଲାଗି ଏହି ମତଦାନ ଗ୍ରହଣ କରାଯାଉଛି। ଗୃହମନ୍ତ୍ରୀ ଅମିତ ଶାହ, ଶିବରାଜସିଂ ଚୌହାନ, ଦିଗବିଜୟ ସିଂହ, ଡିମ୍ପଲ ଯାଦବ, ପ୍ରହ୍ଲାଦ ଯୋଶୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ମନ୍‍ସୁଖ ମାଣ୍ଡଭୀୟଙ୍କ ଭଳି ଚର୍ଚ୍ଚିତ ମୁହଁ ଏହି ପର୍ଯ୍ୟାୟ ନର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସକାଳ ୭ଟାରୁ ନିର୍ଦ୍ଧାରିତ ବିଧି ବ୍ୟବସ୍ଥା ଅନୁସାରେ ମତଦାନ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳୁ ନିଜେ ମତଦାନ କରିବା ସହ ବିପୁଳ ଭୋଟ କରିବାକୁ ନିବେଦନ କରିଛନ୍ତି।

2.Political course taking warmth in Odisha: ଓଡ଼ିଶା ରାଜନୀତି ଦିନକୁ ଦିନ  ସରଗରମ ହେବାରେ ଲାଗିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ଲାଗି ଭୋଟ୍‍ ଗ୍ରହଣ ୧୩ ତାରିଖରେ ଅନୁଷତ୍ଠିତ ହେବ। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନବରଙ୍ଗପୁର ଏବଂ ବ୍ରହ୍ମପୁରଠାରେ ନିର୍ବାଚନ ସଭାକୁ ସମ୍ବୋଧନ କରି ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜୁନ୍‍ ୪ ତାରିଖ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‍ ବୋଲି କହିବା ସହ ତାଙ୍କ ଦଳ ଜୁନ୍‍ ୧୦ ତାରିଖରେ ଜଣେ ଓଡ଼ିଆ ମାଟିର ପୁଅ ବା ଝିଅଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇବ ବୋଲି କହିଥିଲେ। ଏହାର ଜବାବ ଦେଇଛନ୍ତି ବିଜେଡି ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍ । ସେ କହିଛନ୍ତି, ଜୁନ୍‍ ୯ରେ ବିଜେଡି ସରକାର ନବୀନଙ୍କ ନେତୃତ୍ୱରେ ଶପଥ ନେବ। ନବୀନ ପଟ୍ଟନାୟକ ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ହେବେ। 

3.ED Seized 30 crore from Servant’s quarter: ଝାଡ଼ଖଣ୍ଡରେ କଂଗ୍ରେସ ନେତା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିରି ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‍ଙ୍କ ଚାକରଙ୍କ ଘରୁ ୩୦ କୋଟି ଟଙ୍କା ଜବତ ହୋଇଛି। ଏହି ଟଙ୍କାକୁ ହିସାବ କରିବା ଲାଗି ୬ ମେସିନ୍ ବ୍ୟବହାର କରାଯାଇଥିଲା । ଏଥିଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ୧୩ ଘଣ୍ଟା ସମୟ ଲାଗିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର ରାମଙ୍କ ବିରୋଧରେ ଚାଲିଥିବା ବେଆଇନ ଅର୍ଥ କାରବାର ମାମଲାର ତଦନ୍ତ କରିବାକୁ ଯାଇ ଇଡିଙ୍କ ହାତରେ ଏତେ ନଗଦ ଟଙ୍କା ଧରାପଡ଼ିଥିଲା। 

4.Naveen’s Helicopter could not land due to bad weather: କାଳ ବୈଶାଖୀ ହେତୁ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିପାରି ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। ସୋମବାର ଦିନ ନୂଆପଡ଼ାରୁ ଫେରୁଥିବା ବେଳେ ଭୁବନେଶ୍ୱରରେ ଜୋରଦାର କାଳ ବୈଶାଖୀ ହାତୁ ପାଗ ବିଗିଡ଼ି ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବିମାନ ପ୍ରାୟ ଅଧଘଣ୍ଟା ଆକାଶରେ ଉଡ଼ିବା ପରେ ଝାରସୁଗୁଡ଼ାରେ ଜରୁରୀ ଅବତରଣ କରିଥିଲା। 

5.Crorepatis on Poll Race: ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅବତୀର୍ଣ୍ଣ ହୋଇଥିବା  ବିଜେଡିର ୨୮ ବିଧାନସଭା ପ୍ରାର୍ଥୀଙ୍କ ଭିତରୁ ୨୫ଜଣ ହେଉଛନ୍ତି କୋଟିପତି। ବିଜେପିଓ କଂଗ୍ରେସର ୧୪ ଜଣ ଲେଖାଏଁ ପ୍ରାର୍ଥୀ କୋଟିପତି ହୋଇଥିବା ବେଳେ ଆପର ୧୧ ପ୍ରାର୍ଥୀଙ୍କ ଭିତରୁ ୨ ଜଣ କୋଟିପତି ପ୍ରାର୍ଥୀ ଥିବା ଜଣାପଡ଼ିଛି। ଆସୋସିଏସନ ଫର ଡେମାକ୍ରାଟିକ୍‍ ରତିଫର୍ମ ଏଡିଆର ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ତଥ୍ୟ ପଦାକୁ ଆସିଛି। ସମୁଦାୟ ୨୪୩ ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟ ଲାଗି ପ୍ରତିଦ୍ୱନ୍ଦ୍ୱିତର କରୁଛନ୍ତି ସେଥିଣୁ ୬୫ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବା କୁହାଯାଇଛି। ଦିଗପହଣ୍ଡି ପ୍ରାର୍ଥୀ ବିପ୍ଲବ ପାତ୍ର ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବାବେଳେ ୨ଜଣଙ୍କ କୌଣସି ସମ୍ପତ୍ତି ନଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।
 
6.Samir Gets new post in BJD: ନିମାପଡ଼ାର ଅସନ୍ତୁଷ୍ଟ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କୁ ମନାଇବାରେ ଦଳ ସଫଳ ହୋଇଛି। ଢେଙ୍କାନାଳ ଲାଗି ଦଳ ତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ନିମାପଡ଼ାରେ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କୁ ଟିକଟ ନ ଦିଆଯିବାକୁ କେନ୍ଦ୍ରକରି ସେ ଅସନ୍ତୁଷ୍ଟ ଥିଲେ। ତାଙ୍କ ବଦଳରେ ଦିଲ୍ଲୀପଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କ ବିରୁଦ୍ଧରେ ଅନେକ ନଥି ସରକାରଙ୍କ ହସ୍ତଗତ ହୋଇଥିବା ଦଳ ପକ୍ଷରୁ ଦର୍ଶାଯାଇଥିଲା। 

7.NIA Probe recommended against Delhi CM: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କ ବିରୁଦ୍ଧରେ ଜାତୀୟ ସୁରକ୍ଷା ଏଜେନ୍ସି ( ଏନ୍‍ଆଇଏ) ତଦନ୍ତ କରୁ ବୋଲି ଉପ ରାଜ୍ୟପାଳ ଭିକେ ସକ୍ସେନା ସୁପାରିସ କରିଛନ୍ତି। ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସିଖ୍‍ ଫର୍‍ ଜଷ୍ଟିସଠାରୁ ଟଙ୍କା ନେଇଥିବା ଅଭିଯୋଗ ଆସିଛି। ଏନେଇ ରାଜ୍ୟପାଳଙ୍କୁ ଅଭିଯୋଗ ଆସିବା ପରେ ରାଜ୍ୟପାଳ ଏହାର ତଦନ୍ତ ପାଇଁ ଏନ୍‍ଆଇଏକୁ ପଠାଇଛନ୍ତି।

8.Bhubaneswar Electricity transmission affected by 3 minutes wind: କାଳ ବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସହର ଗୁରୁତର ପ୍ରଭାବିତ ହୋଇଛି। ମାତ୍ର ତିନି ମିନିଟ ପବନ ପ୍ରବାହିତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ପବନର ବେଗ ୮୦ କିଲୋମିଟର ଉପରେ ଥିଲା। ଯାହାଦ୍ୱାରା ବିଭିନ୍ନସ୍ଥାନରେ ଗଛ ଭାଙ୍ଗି ବିଜୁଳି ତାର ଛିଣ୍ଡି ଥିଲା। ବିଜୁଳି ସରବରାହ ୮ ଘଣ୍ଟା ଧରି ମୁଖ୍ୟ ସହର ଏବଂ ସହର ତଳି ଅଞ୍ଚଳରେ ପ୍ରାୟ ୧୪ ଘଣ୍ଟା ଅନ୍ଧାର ରହିଥିଲା। 

9.No more heat wave: ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖୀ ଆଶଙ୍କା ରହିଛି। କଟକ, ଭୁବନେଶ୍ୱର ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଆଶଙ୍କା ରହିଛି। ଏହାର ପ୍ରଭାବରେ ରାଜ୍ୟର ତାପମାତ୍ରା ଯଥେଷ୍ଟ କମି ତାତିରୁ ମୁକ୍ତି ମିଳିବ। 

10.Rahul Gandhi’s Trouble:  ୧୮୧ ଏକାଡେମିକ କୁଳପତି ତଥା ବହୁ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିମାନେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଖୋଲା ଚିଠି ଲେଖିଛନ୍ତି। ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ସେ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି। ସେମାନେ ଏହି କଂଗ୍ରେସ ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।