Top 10 News Headlines: ଭୋଟ ଦେଉଛି ଭାରତ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2210845

Top 10 News Headlines: ଭୋଟ ଦେଉଛି ଭାରତ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Headlines: ଭୋଟ ଦେଉଛି ଭାରତ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ଆଜି ପ୍ରଥମ ପର୍ଯ୍ୟାୟ ମତଦାନ
ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ ମତଦାନ ପ୍ରକ୍ରିୟା।  ଆସନ୍ତା ୬ ସପ୍ତାହ ଧରି ଏହା ଚାଲିବ। ସାରା ଦେଶର ପ୍ରାୟ ୧୦୦ କୋଟି ଜନସାଧାରଣ  ଏଥିରେ ଭାଗ ନେବେ। ଆଜିର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜନସାଧାରଣଙ୍କ ଭୋଟ ଦେବାର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ୧ଲକ୍ଷ ୮୭ ହଜାର ପୋଲିଂ ବୁଥ୍‍ ନିର୍ମାଣ କରାଯାଇଛି। ଯେଉଁଥିରେ ୧୮ ଲକ୍ଷ ଜନସାଧାରଣ ୧୦୨ଟି ଆସନ ଲାଗି ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପଢନ୍ତୁ ପୂରା ରିପୋର୍ଟ...

H2. ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବି‌ରୋଧରେ ସିଇଓଙ୍କୁ ଅଭିଯୋଗ
ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଫେରାଦ ହୋଇଛି ବିଜେଡି। ନିକଟ ଅତୀତରେ ଖୋର୍ଦ୍ଧା ଛଣଗିରିରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଓ ପୁଲିସ ଅଧିକାରୀଙ୍କୁ ଧମକ ଦେବା ଅଭଯୋଗ ହୋଇଥିଲା। ଏବେ ଟାଙ୍ଗି କଲେଜ ନିକଟରେ ପୁଣି ଥରେ ସେ ନିଜର ଔଦ୍ଧତ୍ୟ ଦେଖାଇଥିବା ବିଜେଡି ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସୁଲତା ଦେଓ, ସସ୍ମିତ ପାତ୍ର, ପ୍ରିୟବ୍ରତ ମାଝୀ, ମିହିର ରାୟ, ଈପ୍‌ସିତା ସାହୁ, ମଧୁସ୍ମିତା ନାୟକ ପ୍ରମୁଖ ସିଇଓଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

H3. ପୁରୀରେ ପହଞ୍ଚିଲା ରଥଦଉଡ଼ି
୭ ଜୁଲାଇରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।  ରଥଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ ହୋଇଥିବା ସମୟରେ ଏବେ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ରଥ ଦଉଡି । ମୋଟ ୨୬ଟି ରଥ ଦଉଡି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଲୟରେ ପହଞ୍ଚିଛି । ବୀରପ୍ରତାପପୁର ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ଏହି ରଥ ଦଉଡି ପ୍ରସ୍ତୁତ କରାଯାଇଛି । ସୂଚନା ମୁତାବକ, ୧୪ ଜଣ କାରିଗର ପ୍ରାୟ ୩୦ ଦିନ ହେବ ରଥ ଦଉଡି ପ୍ରସ୍ତୁତି କାମରେ ନିୟୋଜିତ ରହିଥିଲେ । ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ରହିଛି । ଏଥିସହ ଆଉଟର୍, ଇନର୍, ଜେନେରାଲ୍ ଏବଂ ପୋଲିସ ପାଇଁ ତିନୋଟି ଲେଖାଏଁ ଦଉଡି ରହିଛି । ରଥ ଦଉଡ଼ିର ଲମ୍ବ ୨୨୦ ଫୁଟ ହୋଇଥିବା ସମୟରେ ଗୋଲେଇ ୮ ଇଞ୍ଚ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ରଥ ତତ୍ତ୍ୱା ବଧାରକ ସୁଦର୍ଶନ ମେକାପ ଏନେଇ ସୂଚନା ଦେଇଛନ୍ତି ।

H4. ସାରା ଓଡିଶାରେ ହିଟ୍ ୱେଭ୍ ଜାରି 
ସାରା ଓଡିଶାରେ ହିଟ୍ ୱେଭ୍ ଜାରି। ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗର ଆକଳନ। ଦୁଇ ଦିନରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ। ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଅଂଶୁଘାତର ମଧ୍ୟ ଆଶଙ୍କା ରହିଛି। ଆଜି କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ ଜିଲ୍ଲା ସିଭିୟର ହିଟ୍ ୱେଭ୍ ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗତପତି, କନ୍ଧମା, କୋରାପୁଟ, ମାଲକାନାଗିରି, ଗଞ୍ଜାମରେ ହିଟ୍ ୱେଭ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। 

H5. ବୃଦ୍ଧା ଧଳା ବାଘୁଣୀ ସ୍ନେହା ଗୁରୁତର
ନନ୍ଦନକାନନ ପ୍ରାଣୀଉଦ୍ୟାନର ଅନ୍ୟତମ ଆକର୍ଷଣ ଧଳା ବାଘୁଣୀ ସ୍ନେହା ଗୁରୁତର ହୋଇପଡ଼ିଛି। ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାକୁ ଚିକିତ୍ସାକେନ୍ଦ୍ରକୁ ଅଣାଯାଇଛି। ତା’ଠାରେ ସାଲାଇନ୍‌ ଲାଗିଛି ଏବଂ ଆବଶ୍ୟକ ଔଷଧ ଦିଆଯାଉଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରଚଣ୍ଡ ଗରମ ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ସ୍ନେହା ଗୁରୁତର ହୋଇପଡ଼ିଥିବା ଅନୁମାନ କରାଯାଉଛି। ଗତକାଲି ସ୍ନେହା ଅସୁସ୍ଥ ହୋଇପଡ଼ିବା ଜଣାପଡ଼ିଥିଲା। ଶୋଇରହିଥିବା ସ୍ଥାନରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଉଠିବାରୁ ଜନ୍ତୁରକ୍ଷକମାନେ ସନ୍ଦେହ କରିଥିଲେ। ସେହିଭଳି ସେ କେବଳ ଆଖି ମିଟିମିଟି କରି ଚାହିଁ ରହିବାରୁ ଜନ୍ତୁରକ୍ଷକମାନେ ତା’ର ଅସୁସ୍ଥତା ନେଇ ନିଶ୍ଚିତ ହୋଇଥିଲେ। ଖବର ପାଇ ଚିକିତ୍ସକ ଟିମ୍‌ ତାକୁ ଖୁଆଡ଼ରୁ ସ୍ଥାନାନ୍ତର କରି ଚିକିତ୍ସା ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ ଯେ ସ୍ନେହାକୁ ଏବେ ୧୪ ବର୍ଷ ବୟସ। ୨୦୧୦ ମାର୍ଚ୍ଚ ୧ରେ ସେ ନନ୍ଦନକାନନରେ ଜନ୍ମ ନେଇଥିଲା।

H6. ଇଭିଏମ ଭିଭିପାଟ୍ ଯାଞ୍ଚ ମାମଲାରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ଇଭିଏମ ଭିଭିପାଟ୍ ଯାଞ୍ଚ ମାମଲାରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଭୋଟରଙ୍କୁ କାହିଁକି ଦିଆଯାଇପାରିବନି ଭିଭିପାଟ୍ ସ୍ଲିପ୍ ପ୍ରଶ୍ନ କଲେ ସୁପ୍ରିମକୋର୍ଟ। ଉତ୍ତର ରଖି ନିର୍ବାଚନ କମିଶନ କହିଛନ୍ତି, ଭିଭିପାଟ୍ ସ୍ଲିପ୍ ଦେବାରେ ବହୁତ ବଡ଼ ରିକ୍ସ ରହିଛି । ଏହାଦ୍ୱାରା ଭୋଟରଙ୍କ ଗୋପନିୟତାର ସୁରକ୍ଷା ପାଇଁ ହୋଇଛି ଏଭଳି ବ୍ୟବସ୍ଥା। ସ୍ଲିପ୍ ଦିଆଗଲେ ବୁଥ୍ ବାହାରେ ଏହାର ଅପବ୍ୟବହାର ହୋଇପାରେ। ତେବେ ୫ ଘଣ୍ଟାର ଶୁଣାଣି ପରେ ରାୟ ସରଂକ୍ଷିତ ରଖିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତ ଖଣ୍ଡପୀଠ।

H7. ଶିଳ୍ବାଙ୍କ ସମ୍ପତି ଜବତ କଲା ଇଡି
ପୁଣି ଥରେ ସମସ୍ୟାରେ ଅଭିନେତ୍ରୀ ଶିଳ୍ପା ସେଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ।ବିଟକଏନ ପଞ୍ଜିସ୍କାମ ମାମଲାରେ କୁନ୍ଦ୍ରାଙ୍କ ୯୮କୋଟି ମୂଲ୍ୟର ସମ୍ପତି ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଜବତ ସମ୍ପତି ମଧ୍ୟରେ ରହିଛି ଜୁହୁ ସ୍ଥିତ ଏକ ବିରାଟ ଘର, ପୁଣେର ଏକ ବଙ୍ଗଳା, ଇକ୍ୟୁଟି ସେୟାର ସହ ବହୁ ମୂଲ୍ୟ ସ୍ଥାବର ଅସ୍ଥାବର ସମ୍ପତି । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ଓ ଦିଲ୍ଲୀ ପୁଲିସର ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ। 

H8. ପ୍ରସୂତିଙ୍କ ମୃତ୍ୟୁରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ହଙ୍ଗାମା
ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମହିଳା ହେଲେ ଚନ୍ଦକା ଥାନା ଅନ୍ଧାରୁଆର ଶୁଭଲକ୍ଷ୍ମୀ ନାୟକ। ଚିକିତ୍ସାରେ ଅବହେଳା କାରଣରୁ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ପରିବାର ଲୋକେ ଓ ସମ୍ପର୍କୀୟମାନେ ପାଟିତୁଣ୍ଡ କରିଥିଲେ। ଏନେଇ ସେମାନେ କ୍ୟାପିଟାଲ୍‌ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି।

H9. ହଟିପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି
ଭାରତ ବିରୋଧି ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବେ ନିଜ ଦେଶରେ ଘେରି ହୋବାରେ ଲାଗିଛନ୍ତି। ମାଲଦ୍ୱୀପ ସଂସଦ ନିର୍ବାଚନ ପୂର୍ବରୁ ଗତ ୨୦୧୮ ବର୍ଷରେ ତାଙ୍କ ଦ୍ୱାରା କରାଯାଇଥିବାର ଦୁର୍ନୀତିର ରିପୋର୍ଟ ଲିକ୍ ହୋଇଯାଇଛି। ଯାହା ପରେ ବିରୋଧି ଦଳ ଏହି ଘଟଣାରେ ତଦନ୍ତ ସହ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଦାବି ଜଣାଇଛି। ହେଲେ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆସନ୍ତା ରବିବାର ଅନୁଷ୍ଠିତ ମାଲଦ୍ୱୀପ ସଂସଦୀୟ ନିର୍ବାଚନ। ଏବେ ଦେଶର ମୁଖ୍ୟ ବିରୋଧି ଦଳ ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମଡିପି) ଏବଂ ଶାସକ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି।

H10. ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଇଡ଼ିର ଗୁରୁତର ଅଭିଯୋଗ
ନ୍ୟାୟିକ ହେପାଜତରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି଼)। ତାଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଇଡି଼ ରାଉସ୍ ଆଭେନ୍ୟୁ କୋର୍ଟ ଠାରେ ଦାବି କରିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଘରୁ ଜାଣିଶୁଣି ମିଠା ଖାଦ୍ୟ ପଠାଯାଉଛି। ଯାହା ଦ୍ୱାରା ତାଙ୍କ ଶରୀରରେ ସୁଗାର ଲେବୁଲ ବଢିଯିବ। ଶୁଗାର ଲେବୁଲ ବଢିବା କାରଣରୁ ସେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଇ ଜାମିନ ପାଇବା ପାଇଁ ଅଦାଲତରେ ଆବେଦନ କରିପାରିବେ।