Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2239087

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
H1. ତୃତୀୟ ପର୍ଯ୍ୟାୟରେ କମିଲା ଭୋଟିଂ ହାର
ଲଗାତାର ଭାବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ କମ୍‍ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ୬୪.୪ ପ୍ରତିଶତ ଭୋଟ୍‍ ହୋଇଛି ଯାହା  ୨୦୧୯ ନିର୍ବାଚନ ଅପେକ୍ଷା ୨.୯ ପ୍ରତିଶତ  କମ୍‍ ରହିଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ମଧ୍ୟ ସମାନ ପରିସ୍ଥିତି ଲକ୍ଷ୍ୟ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୬୬.୧୪ ପ୍ରତିଶତ   ହୋଇଥିଲା। ୨୦୧୯ ନିର୍ବାଚନ ଅପେକ୍ଷା ଏହା ୪ ପ୍ରତିଶତ କମ୍‍। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହାର ୬୬.୭୧ ପ୍ରତିଶତ ଥିଲା ଯାହା ୨୦୧୯ ଅପେକ୍ଷା ଏହା ୩ ପ୍ରତିଶତ କମ୍‍। 
 
H2. ପ୍ରଚାର ପାଇଁ ଆସିବେ ଦୁଇ ମୁଖ୍ୟମନ୍ତ୍ରୀ
ବିଜେପିର ପ୍ରଚାର ଲାଗି ଆସୁଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ ଓ ଦୁଇ କେନ୍ଦ୍ରମନ୍ତ୍ରୀ। ଓଡ଼ିଶାରେ ମୋଦୀ ମଡେଲ୍‍ ବିଷୟରେ ସେମାନେ ପ୍ରଚାର କରିବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି  ଓ ଆସନ୍ତା କାଲି କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ରହିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ମାଲକାନଗିରି ଗସ୍ତରେ ରହିବେ। ଠିକ୍‍ ସେହିପରି ଆସନ୍ତା କାଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ୧୦ ଓ ୧୧ ତାରିଖରେ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ। ୧୩ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଭୋଟ ଦେବ ଓଡ଼ିଶା। 
 
H3. ଆଜି ବନକଲାଗି ନୀତି
ଆଜି ଶ୍ରୀମନ୍ଦିରରେ ବନକ ଲାଗି। ଏଥିଲାଗି ଶ୍ରୀ ଜିଉଙ୍କ ଦର୍ଶନ ୬ ଘଣ୍ଟା ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ଏହି ନୀତି ଯାହା ୧୨ଟା ଯାଏ ଚାଲିବ। ଏହା ସହ କିଛି ଗୁପ୍ତ ନୀତି ଅଣସର ପିଣ୍ଡିରେ ଅନୁଷ୍ଠିତ ହେବ। ଏଣୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। 
 
H4. ନାବାଳିକାଙ୍କୁ ସହପାଠୀଙ୍କ ଦୁଷ୍କର୍ମ
ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସହରରେ ନିର୍ବାଚନ ତାତି ଚାଲିଥିବା ବେଳେ ଜଣେ ନାବାଳିକା ଛାତ୍ରୀଙ୍କୁ ତାଙ୍କ ସହପାଠୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଏନେଇ ଥାନାରେ ଏତଲା ଦାଏର କରାଯାଇଛି। ଛାତ୍ରୀଜଣକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି। ତାଙ୍କର ଜଣେ ସହପାଠୀ ତାଙ୍କୁ ଘରକୁ ଡାକିଥିବା ବେଳେ ତାଙ୍କ ଘରେ କେହି ନଥିବା ସୁଯୋଗ ନେଇ ସମ୍ପୃକ୍ତ ଛାତ୍ରୀଙ୍କୁ ସେ ଏବଂ ତାଙ୍କ ଅନ୍ୟ ବନ୍ଧୁମାନେ ମୃଦ୍ୟୁ ପାନୀୟରେ ନିଶା ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁଲିସ। 
 
H5. ହ୍ୱାଟ୍ସଆପରେ ମିଳିବ ମାଟ୍ରିକ ପରୀକ୍ଷାଫଳ
ଏଥର ହ୍ୱାଟ୍ସଆପରେ ଓଡ଼ିଶା  ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ୧୦ମ ତଥା ମ୍ୟାଟ୍ରିକ୍‍ ପରୀକ୍ଷାଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ଏହି ସୁବିଧାକୁ ଉପଲବ୍ଧ କରାଇ ନିଜ ମୋବାଇଲରେ ଫଳାଫଳ ଡାଉନଲୋଡ୍‍ କରିପାରିବେ। 
 
H6. ସ୍ନାତକୋତ୍ତରରେ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ
କୋରାପୁଟରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତ୍ତକୋତ୍ତର ନାମ ଲେଖା ପାଇଁ ବିଜ୍ୟପ୍ତି ପ୍ରକାଶ ପାଇଛି। ଯେଉଁମାନେ ସାଧାରଣ ପ୍ରବେଶିକା ପରୀକ୍ଷା ଦେଇଥିବେ ସେମାନେ ବିଶ୍ୱବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ବିଶ୍ୱବିଦ୍ୟାଳୟର ଓ୍ୱେବସାଇଟରେ  ନିର୍ଦ୍ଧାରିତ ପାଠ୍ୟକ୍ରମ ପାଇଁ ଆବେଦନ କରିବାକୁ  ଆଗ୍ରହୀ ପ୍ରାର୍ଥୀଙ୍କୁ କହିଛି ବିଶ୍ୱବିଦ୍ୟାଳୟ। 
 
H7. ସଂକଟରେ ହରିଆଣା ସରକାର
ହରିୟାଣା ସରକାର ସଙ୍କଟରେ ପଡ଼ିଛି। ବିଜେପି ନେତୃତ୍ୱାଧୀନ ଏହି ସରକାରରୁ ୩ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଏହି ସଙ୍କଟ ସୃଷ୍ଟି ହୋଇଛି। କଂଗ୍ରେସ କହିଛି ହି ସରକାର ଏବେ ବହୁମତ ହରାଇଛି। ଏଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜରୁରୀ। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଏବେ ୮୮ ଜଣ ସଦସ୍ୟ ରହିଛନ୍ତି। ତିନି ସ୍ୱାଧୀନ ପ୍ରାର୍ଥୀ ସମର୍ଥନ ପ୍ରତ୍ୟାହାର କରିବା ପରେ ଏନ୍‍ଡିଏର ୪୨ ଜଣ ବିଧାୟକ ରହିଛନ୍ତି। ଏଥିରେ ବିଜେପି ବିଧାୟକ ସଂଖ୍ୟା ୪୦। ବହୁମତ ଲାଗି ୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। 
 
H8. ୪୦ ବର୍ଷ ପରେ ଅଭିଯୁକ୍ତକୁ ଧରିଲା ପୁଲିସ
ଚାଳିଶ ବର୍ଷ ପରେ ଅଭିଯୁକ୍ତଙ୍କୁ ଧରିଛି ପୁଲିସ। ଜଣେ ମହିଳାଙ୍କୁ ଅପହରଣ କରି ତାଙ୍କୁ ବଳାତ୍କାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରରେ ଏହି ଘଟଣା ଘଟିଥିଲା ଏବଂ ଆଗ୍ରାରୁ ତାଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଏହି ଅଭିଯୁକ୍ତଙ୍କ ନାମ ହେଉଛି ଦାଉଦ୍‍ ବନ୍ଧୁ ଖାନ୍‍ ଓରଫ ପାପା। ଆଗ୍ରା କୋର୍ଟରେ ଟ୍ରାନ୍‍ଜିଟ୍‍ ରିମାଣ୍ଡରେ ମୁମ୍ବାଇ ପୁଲିସ ତାଙ୍କୁ ଆଣି ପଚରାଉଚୁରା କରୁଛି।
 
H9. କେଜ୍ରିୱାଲଙ୍କୁ ଲାଗିଲା ଶକ୍ତ ଝଟକା
ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ଛନ୍ଦି ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କୁ ଲାଗିଛି ଶକ୍ତ ଝଟକା। ଆନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ତାଙ୍କ କ୍ଷମତା ତଥା ମୁଖ୍ୟମନ୍ତ୍ରୀତ୍ୱ ଉପଭୋଗ ଉପରେ ନାରାଜି ବ୍ୟକ୍ତ କରିଛନ୍ତି। ଜାମିନ ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶାସନ କଲେ ତାହା ମାମଲା ପରିଚାଳନାରେ ପ୍ରଭାବ ପକାଇବ ବୋଲି କୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଣୁ ଶୁଣାଣି କରି ରୟ ସଂରକ୍ଷିତ ରଖିଛନ୍ତି କୋର୍ଟ। 
 
H10. ମିଳିବ ତାତିରୁ ଆଶ୍ୱସ୍ତି
ଆଜି ବି ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ। ତାତିରୁ ଆଶ୍ୱସ୍ତି ମିଳିବ। ଗତ ଦୁଇଦିନ ହେଲା କାଳ ବୈଶାଖୀ ବର୍ଷା ଯୋଗୀ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୫ରୁ ୬ ଡିଗ୍ରୀ କମିଛି। ଆସନ୍ତା ଦୁଇଦିନ ଲାଗି ଏହିଭଳି ପରିସ୍ଥିତି ଜାରି ରହିବ ବୋଲି  ଆଞ୍ଚଳିକ ପାଣିପାଗ  ବିଭାଗ ପକ୍ଷରୁ କୁହାଯାଇଛି।