Top 10 News: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2201867

Top 10 News: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News: 1. ଇସ୍ରାଏଲରେ ଆଉ ଏକ ଯୁଦ୍ଧ ଭୟ ସୃଷ୍ଟି ହୋଇଛି। ଇରାନ ଆକ୍ରମଣ ଆଶଙ୍କାକୁ ଦେଇ ଇସ୍ରାଏଲ୍‍କୁ ସୈନ୍ୟବଳ ପଠାଇଛି ଆମେରିକା। ବୈଦେଶିକ ମନ୍ତ୍ରଣାଳୟ ଇସ୍ରାଏଲ୍ ଓ ଇରାନ୍ ଥିବା ଭାରତୀୟଙ୍କ ପାଇଁ ସତର୍କତା ଜାରି କରିଛନ୍ତି। ଏହି ଦୁଇ ରାଷ୍ଟ୍ରକୁ ଯିବାକୁ ଥିବା ଭାରତୀୟଙ୍କ ଗସ୍ତ ଉପରେ କଟକଣା ଲଗାଯାଇଛି। ଖାଲି ସେତିକି ନୁହେଁ, ଆବେରିକା ଓ ଫ୍ରାନ୍ସ ମଧ୍ୟ ସେମାନଙ୍କ ନାଗରିକଙ୍କୁ ସତର୍କତା ପଳନ ପାଇଁ କହିଛନ୍ତି।

2. ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଦିନ ପାଖେଇ ଆସୁଛି। ନିର୍ବାଚନ କମିଶନଙ୍କ ପୂର୍ବ ଘୋଷଣା ଅନୁସାରେ ୧୮ରୁ ଆରମ୍ଭ ହେବ ନିର୍ବାଚନ ପ୍ରାର୍ଥୀଙ୍କ ନାମାଙ୍କନ। କିନ୍ତୁ ଏଯାଏଁ ତିନି ଦଳ ସେମାନଙ୍କ ପ୍ରାର୍ଥୀ ସ୍ପଷ୍ଟ କରି ନାହାନ୍ତି। ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବାକୁ ଥିବା ବେଳେ ବିଜେପି ୯ ଓ କଂଗ୍ରେସ ୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେଡିର ମଧ୍ୟ ୨ ଆସନ ଲାଗି ପ୍ରାର୍ଥୀ ଘୋଷଣା ବାକି ରହିଛି। ପଣା ସଂକ୍ରାନ୍ତି ପରେ ଏହା ଘୋଷଣା କରାଯିବା ନେଇ ସମ୍ଭାବନା ରହିଛି।

3. ରାଜ୍ୟରେ କଂଗ୍ରେସ ପ୍ରାର୍ଥୀ ତାଲିକା ଆସନ୍ତା ଦୁଇଦିନ ଭିତରେ ଘୋଷଣା ହୋଇପାରେ। ଏଥିଲାଗି ଚୁଡ଼ାନ୍ତ ତାଲିକାକୁ ଏଆସିସି ଅନୁମୋଦନ ଲାଗି ପିସିସି ସଭାପତି ଦିଲ୍ଲୀ ଗସ୍ତ କରିଛନ୍ତି। କଂଗ୍ରେସ ପକ୍ଷରୁ ଏବେ ୧୦୦ ବିଧାନସଭା ଓ ୧୩ ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା ବାକି ରହିଛି।

4.ରାଜଲକ୍ଷ୍ମୀ ବେହେରାଙ୍କ ନିଯୁକ୍ତି ମାମଲାରେ ସୁପ୍ରିମ୍‍ କୋର୍ଟ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟକୁ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ଏହାସହ ତାଙ୍କର ତୁରନ୍ତ ନିଯୁକ୍ତି ଓ ବକେୟା ରାଶି ପ୍ରଦାନ ଲାଗି କୋର୍ ନିର୍ଦ୍ଦେଶ ଦେଇଛନ୍ତି। ଓୟୁଏଟି ପାଲଟା ଜବାବରେ ବିଫଳ ହୋଇଥିବାରୁ କୋର୍ଟ ରାଜଲକ୍ଷ୍ମୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।

5. ଗଲା କିଛି ଦିନର ଶୀତଳତା ପରେ ଆଜିଠାରୁ ବଢ଼ିବ ତାପମାତ୍ରା । ୧୮ ତାରିଖକୁ ୪୩ ଡିଗ୍ରୀରେ ପହଞ୍ଚିବ ଏହି ତାପମାତ୍ରା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ଆର୍ଦ୍ରତା ୪୦ରୁ ୫୦ ପ୍ରତିଶତ ରହିବ। ଅନୁଗୁଳ ବୌଦ୍ଧ, ଖାର୍ଦ୍ଧା ଓ କଟକ ଏଥିରେ ବିଶେଷ ପ୍ରଭାବିତ ହେବ। ଏହି ଜିଲ୍ଲାଗୁଡ଼ିକୁ ପୀତ ସର୍କତା ( ୟେଲୋ ଓ୍ୱାର୍ଣ୍ଣିଂ) ଜାରି କରାଯାଇଛି।

6.ଆଜି ରାଜଧାନୀ ପ୍ରତିଷ୍ଠା ଦିବସ। ଏପ୍ରିଲ୍‍ ୧୩ ତାରିଖ ୧୯୪୮ ମସିହାରେ ଭୁବନେଶ୍ୱର ସହରକୁ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍‍ ନେହରୁ ଓ ଓଡ଼ିଶା ପ୍ରିମିୟର ହରେକୃଷ୍ଣ ମହତାବ ମୂଳଦୁଆ ପକାଇଥିଲେ। ଏଠାର ଶାନ୍ତ ପରିବେଶ, କମ୍‍ ଜନଗହଳି ପରିବେଶ ତଥା ବିରାଟ ଖୋଲା ଜାଗାକୁ ଦୃଷ୍ଟିରେ ରଖି କଟକରୁ ରାଜଧାନୀକୁ ଅଣାଯାଇଥିଲା। ସେତେବେଳେ ମାତ୍ର ୧୦ଟି ୟୁନିଟରେ ସରକାରୀ ଚାକିରିଆଙ୍କୁ ରଖିବା ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସ୍ଥାପନ ଲାଗି ଦୃଷ୍ଟି ରଖାଯାଇଥିଲା। ଆଜି କିନ୍ତୁ ଏହି ସହର ପୂର୍ବ ଭାରତର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଛି। ସହରର ଜନଗହଳି ୧୫ ଲକ୍ଷ ପାଖାପାଖି ହୋଇଛି।

7. ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ ଆୟୁକ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ଏହାଦ୍ୱାରା ଏହି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୧୨ ରାଜ୍ୟର ୯୪ ଆସନରେ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଆରମ୍ଭ ହୋଇଛି।  ୧୯ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହେବ।

8. ତିନି ଜଣ ଆଇଏଏସ୍‍ଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ଓଡ଼ିଶା ସରକାର। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ବୀନିତ ଭରଦ୍ୱାଜଙ୍କୁ ଜୀବୀକା ମିଶନର ରାଜ୍ୟ ନିର୍ଦ୍ଦେଶକ ଦାୟିତ୍ବ ମିଳିଥିବା ବେଲେ ବିଜୟ ଅମୃତ କୁଲାଙ୍ଗେଙ୍କୁ ଶ୍ରମ କମିଶନର ଓ ପାରୁଲ ପଟ୍ଟଓ୍ୱାରୀଙ୍କୁ ସଦସ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

9. କଂଗ୍ରେସ ଛାଡ଼ି ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ବିଜେଡିରେ ଯୋଗ ଦେଇଛନ୍ତି। ସେହିପରି ବିଜେଡିରେ ପ୍ରତାରଣା ପାଉଥିବା ଅଭିଯୋଗ କରି ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ବିଜେପିରେ ଯୋଗ ଦେଇଛନ୍ତି। ଉଭୟଙ୍କ ଲାଗି ଦୁଇ ଦଳର ପୃଥକ ପୃଥକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ସେମାନେ ସମର୍ଥକଙ୍କ ସହ ଆସି ଯୋଗ ଦେଇଥିଲେ।

10. ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ଯେଉଁ ଟ୍ରେଣ୍ଡ ଦେଖିବାକୁ ମିୁଛି ତାହା ଯଦି ଜାରି ରହେ ତେବେ ସୁନା ଦର ୮୦ ହଜାର ଟପିପାରେ। ଶୁକ୍ରବାର ସୁନା ଦର ୭୩ ହଜାର ଟପିଥିବା ରେକର୍ଡ ହୋଇଛି। ଆନ୍ତର୍ଜାତିକ ରାଜନୀତିରେ ଅସ୍ଥିତରତା ଓ ଯୁଦ୍ଧ ପରିସ୍ଥିତି ଏହାର କାରଣ ବୋଲି ଜଣାପଡ଼ିଛି।