Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2014460

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 ​1- New variant of covid: କେରଳରେ ଚିହ୍ନଟ ହେଲା କୋଭିଡ଼ର ନୂଆ ସବ ଭ୍ୟାରିଆଣ୍ଟ । ଗୋଟେ ପଟେ, ଚୀନରେ କୋଭିଡ଼ର ନୂଆ ସବ ଭ୍ୟାରିଆଣ୍ଟକୁ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଗତ ଡିସେମ୍ବର ୧୩ରେ କେରଳରେ ଏହି ଭୁତାଣୁର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ମହିଳା ଅକ୍ଟୋବର ମାସରେ ସିଙ୍ଗାପୁର ଯାଇଥିଲେ । ନଭେମ୍ବ

ସୌ(ସୋସିଆଲ ମିଡିଆ)

Top 10 News Headlines: ​1- New variant of covid: କେରଳରେ ଚିହ୍ନଟ ହେଲା କୋଭିଡ଼ର ନୂଆ ସବ ଭ୍ୟାରିଆଣ୍ଟ । ଗୋଟେ ପଟେ, ଚୀନରେ କୋଭିଡ଼ର ନୂଆ ସବ ଭ୍ୟାରିଆଣ୍ଟକୁ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଗତ ଡିସେମ୍ବର ୧୩ରେ କେରଳରେ ଏହି ଭୁତାଣୁର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ମହିଳା ଅକ୍ଟୋବର ମାସରେ ସିଙ୍ଗାପୁର ଯାଇଥିଲେ । ନଭେମ୍ବର ୧୮ରେ ତାଙ୍କର ନମୂନା ପରୀକ୍ଷା କରାଯାଇଥିଲା । 

2-Congress removed Kamal Nath: ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପରାଜୟ ପରେ କଂଗ୍ରେସ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରିଛି। ଦଳ କମଲନାଥଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ହଟାଇ ଜିତୁ ପାଟୱାରୀଙ୍କୁ ନୂଆ ସଭାପତି ଭାବେ ନିଯୁକ୍ତ କରିଛି । ସେପଟେ ଉମଙ୍ଗ ସିଂହାରଙ୍କୁ ବିରୋଧୀ ଦଳ ନେତା ଓ ହେମନ୍ତ କଟାରେଙ୍କୁ ବିରୋଧୀ ଦଳ ଉପନେତା ଭାବେ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଗୋବିନ୍ଦ ସିଂହ ବିରୋଧୀ ଦଳ ନେତା ଥିଲେ।

3-5 states assembly elections: ନିକଟରେ ଅନୁଷ୍ଠିତ ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ଆର୍ଥିକ ପୃଷ୍ଠଭୂମି ଏବଂ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରି ଏଡିଆର ଏକ ରିପୋର୍ଟ ପ୍ରକାଶ କରିଛି। ନିର୍ବାଚନରେ ବିଜୟୀ ସମସ୍ତ ୬୭୮ ଜଣ ପ୍ରାର୍ଥୀଙ୍କ ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ରିପୋର୍ଟ ଅନୁଯାୟୀ, ୬୭୮ ଜଣ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୫୯୫ ଜଣ ଅର୍ଥାତ୍ ୮୮ ପ୍ରତିଶତ କୋଟିପତି ବୋଲି ଜଣାପଡ଼ଛି।

4-Indian navy rescued the hijacked ship: ମାଲବାହୀ ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କରିବାକୁ ପ୍ରୟାସ କରୁଛି ଭାରତୀୟ ନୌସେନା । ମାଲଟା ଜାହାଜକୁ ରକ୍ଷା କରିବା ପାଇଁ ମଝି ସମୁଦ୍ରକୁ ସର୍ଭିଲାନ୍ସ ବିମାନ ଓ ଯୁଦ୍ଧ ଜାହାଜ ପଠାଇଛି ଭାରତୀୟ ସେନା । ଆରବ ମହାସାଗରେ ମାଲଟାର ଏକ ମାଲାବାହୀ ଜାହାଜ ଯାଉଥିବା ସମୟରେ ସୋମାଲିଅ ଆତଙ୍କୀ ଜାହାଜକୁ ଅପହରଣ କରିଥିଲେ। ତେବେ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବା ଭାରତୀୟ ନୌସେନା ପାଟ୍ରୋଲିଂ ଜାହାଜ ଏନେଇ ସୂଚନା ପାଇଥିଲା । ୬ ଜଣ ଅଜଣା ବ୍ୟକ୍ତି ଜାହାଜ ନିକଟକୁ ଆସୁଥିବା ଗୁଇନ୍ଦା ସୂଚନା ପାଇବା ପରେ ସ୍ଥିତି ଉପରେ ନଜର ରଖିଛି ଭାରତୀୟ ସେନା ।

5-Jaga will go to School soon: ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଯୋଡ଼ାମୁଣ୍ତ ଶିଶୁ ଜଗା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଅଳ୍ପ ଦିନପରେ ତା ମୁଣ୍ତରେ ଦ୍ବିତୀୟ ଅସ୍ତ୍ରୋପ୍ରଚାର ହେବ । ତେବେ ଜଗା ଖୁବଶୀଘ୍ର ସ୍କୁଲ ଯିବ ବୋଲି ସୂଚନା ମିଳିଛି । ଶନିବାର ଜଗାକୁ ଦେଖିବାକୁ ଆସିଥିବା ଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରୀ ବିଭାଗ ପ୍ରଫେସର ଜଗାକୁ ଦେଖିବାକୁ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

6- Diarrhea outbreak Rourkela: ସ୍ମାର୍ଟସିଟି ରାଉଲକେଲାରେ ବଢି ଚାଲିଛି ଝାଡ଼ାବାନ୍ତିର ପ୍ରକୋପ। ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଗତ ଦୁଇ ଦିନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

7-Weather Update: ରାଜ୍ୟରେ ବଢୁଛି ଶୀତ । ତଳମୁହାଁ ହେଉଛି ପାରଦ। ଶନିବାର ଭଳି ଆଜି ବି ୬ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସେପଟେ ବହୁ ସହରର ତାପମାତ୍ରା ୧୫ ଡିଗ୍ରୀ ଠାରୁ କମ୍ ଅଛି। ସୁନ୍ଦରଗଡ଼ କିରେଇରେ ସର୍ବନିମ୍ବ ତାପମାତ୍ରା ୮.୩ ଡିଗ୍ରୀ ରେର୍କଡ଼ କରାଯାଇଛି । ଶୁକ୍ରବାର କନ୍ଧମାଳର ଜି. ଉଦୟଗିରି ସବୁଠୁ ଥଣ୍ତା ଅଞ୍ଚଳ ପାଲଟିଥିଲା ।

 

8- 5T a two day visit to ganjam: ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ ଏମକେସିଜି ମେଡିକାଲ କଲେଜରେ ପହଞ୍ଚି ଥିଲେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। କଲେଜରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏମକେସିଜିକୁ ସଶକ୍ତ କରାଯିବ, ଏଠାରେ ସବୁ ସୁବିଧା ଉପଲବ୍ଧ ହେବ । ଆଉ ବାହାରକୁ ଯିବାକୁ ପଡ଼ିବନି ନାହିଁ ଓ ଏମକେସିଜିରେ ସବୁ ବ୍ୟବସ୍ଥା କରାଯିବ ବୋଲି ସେ ମତ ଦେଇଛନ୍ତି ।

 

9-Plus Two Exam: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଯୁକ୍ତ ଦୁଇ ପରୀକ୍ଷା ୨୦୨୪ ପାଇଁ  ଫର୍ମ ପୂରଣ ଲାଗି ପୁଣି ଥରେ ଶେଷ ସୁଯୋଗ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଫର୍ମ ପୂରଣ  କରି ପାରିନ ନ ଥିବା ଛାତ୍ରଛାତ୍ରମାନେ ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ।  ଫର୍ମ ପୂରଣ ଫି’ ଏସବିଆଇ କଲେକ୍ଟ ମାଧ୍ୟମରେ ଦାଖଲ କରିପାରିବେ। ୨୬ ତାରିଖ ମଧ୍ୟରେ ଫର୍ମ ପୂରଣ ଡକ୍ୟୁମେଣ୍ଟ ଦାଖଲ କରିବେ। ଏନେଇ ସିଏଚଏସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

10- Shami ruled out of Test series against South Africa: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି। ଗତ ଦିନିକିଆ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ସାମିଙ୍କ ଗୋଇଠିରେ ଆଘାତ ଲାଗିଥିଲା। କିନ୍ତୁ ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ଫିଟ୍‌ ଘୋଷଣା କରିନଥିବାରୁ ସେ ଦକ୍ଷିଣ ଆଫ୍ରିକା ଗସ୍ତ କରିପାରିବେ ନାହିଁ ବୋଲି ବିସିସିଆଇ ଶନିବାର ଘୋଷଣା କରିଛି।